ଆଇପିଏଲ ୨୦୨୨ : କିଏ ଏହି ଆୟୁଷ ବଦୋନୀ ? ଯିଏକି ହାର୍ଦିକ ପାଣ୍ଡ୍ୟାଙ୍କ ଓଭରରେ କଲେ ରନ୍ ବର୍ଷା

ଆଇପିଏଲ ର ଚତୁର୍ଥ ମ୍ୟାଚ ଲକ୍ନୌ ସୁପର ଜାଏଣ୍ଟ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମୁକାବିଲା ମୁମ୍ବାଇର ଐତିହାସିକ ଷ୍ଟାଡିୟମ ୱାଙ୍ଖଡେରେ ଖେଳା ଯାଇଥିଲା। ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ 5 ଉଇକେଟରେ ବିଜୟ ମିଳିଥିଲା। ବିଜୟର ହିରୋ ରାହୁଲ ତେୱତିଆ ରହିଥିଲେ ଯିଏକି ନଟ ଆଉଟ 40 ରନ କରିଥିଲେ।

ଏହି ମୁକାବିଲାରେ ଯୁବା ବ୍ୟାଟ୍ସମ୍ୟାନ ଆୟୁଷ ବଦୋନୀଙ୍କ ଜଲୱା ଦେଖିବାକୁ ମିଳିଥିଲା। ସେ 41 ବଲରେ 54 ରନର ପାଳି ଖେଳିଥିଲେ। ସେ 4ଟି ଚୌକା ଓ 3ଟି ଛକା ମଧ୍ୟ ମାରିଥିଲେ। ତାଙ୍କୁ ବରୁଣ ଅରୁଣ ଆଉଟ କରିଥିଲେ। ଆଉଟ ହେବାପୂର୍ବରୁ ସେ ହାର୍ଦିକ ପାଣ୍ଡ୍ୟା ଓ ବାକି ବୋଲରଙ୍କ ଧୁଲେଇ କରି ସାରିଥିଲେ।

ଟାଇଟାନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ 15 ତମ ଓଭରରେ ବଦୋନି ଦଳକୁ ଗତି ଦେଇଥିଲେ। ସେ ପ୍ରଥମ ତିନୋଟି ବଲରେ ଗୋଟିଏ ଛକା ଓ ଦୁଇଟି ଚୌକା ମାରିଥିଲେ ଓ ହୁଡ଼ା ଶେଷ ବଲରେ ଚୌକା ମାରି 19 ରନ ହାସଲ କରିଥିଲେ।

ଆୟୁଷଙ୍କ ଜନ୍ମ ଡ଼ିସେମ୍ବର 19, 1999 ରେ ହୋଇଥିଲା। ଏହି ବ୍ୟାଟ୍ସମ୍ୟାନ ସେତେବେଳେ ଚର୍ଚ୍ଚାରେ ଆସିଲେ ଯେତେବେଳେ 2018 ମସିହାରେ ଅଣ୍ଡର 19 ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ 28 ବଲ 52 ରନ କରିଥିଲେ। ଲକ୍ନୌ ସୁପର ଜାଏଣ୍ଟ ଆଇପିଏଲ 2022 ରେ ତାଙ୍କୁ ସାଇନ କରିଛନ୍ତି।

ଆୟୁଷ 22 ବର୍ଷର ଅଟନ୍ତି ଓ ସେ 2021 ରେ ମୁମ୍ବାଇ ବିପକ୍ଷରେ ନିଜର t-20 ଡେବ୍ୟୁ କରିଥିଲେ। ଡାହାଣ ହାତୀ ଏହି ବ୍ୟାଟ୍ସମ୍ୟାନ ଦିଲ୍ଲୀ ପାଇଁ ନିଜର 5ଟି ଘରୋଇ t-20 ମ୍ୟାଚ ଖେଳିଥିଲେ। ଯାହାଦ୍ୱାରା ତାଙ୍କ ନାମରେ ମାତ୍ର 8 ରନ ରହିଛି।

ଲକ୍ନୌ ସୁପର ଜଏଣ୍ଟ ଗୁଜୁରାଟ ଟାଇଟାନ୍ସ ସାମ୍ନାରେ 159 ରନର ବିଜୟ ଲକ୍ଷ୍ୟ ରଖିଥିଲା। ଲକ୍ନୌ ତରଫରୁ ଦୀପକ ହୁଡ଼ା 55 ଓ ଆୟୁଷ ବଦୋନୀ 54 ରନ ହାସଲ କରିଥିଲେ।

ଗୁଜୁରାଟ ତରଫରୁ ମହମ୍ମଦ ଶାମି ଖତରନାକ ବୋଲିଂ କରି 3ଟି ଉଇକେଟ ନେଇଥିଲେ। ଏହାବ୍ୟତୀତ ବରୁଣ ଅରୁଣ 2ଟି ଓ ରସିଦ ଖାନ ଗୋଟିଏ ଉଇକେଟ ନେଇଥିଲେ।

odia sambada
Comments (0)
Add Comment