ଖରା ଦିନରେ କରନ୍ତୁ ଏହି ଲାଭ ଦାୟକ ବିଜନେସ, ପ୍ରତିମାସ ରୋଜଗାର ହେବ ଏତେ ଟଙ୍କା ! ଜାଣନ୍ତୁ ଏହି ବ୍ୟବସାୟ ବିଷୟରେ ସମ୍ପୂର୍ଣ ସୂଚନା

ମଣିଷ ପାଇଁ ପାଣି ଓ ଟଙ୍କା ବହୁତ ଜରୁରୀ ହୋଇଥାଏ। ପାଣି ବ୍ୟତୀତ ଜୀବନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥାଏ। ସଫା ପାଣିର ମୂଲ୍ୟ ପ୍ରତିଦିନ ବଢ଼ିବାରେ ଲାଗିଛି। ଏହି ସମୟରେ ଏହାର ବିଜନେସ ମଧ୍ୟ ବହୁତ ଜୋରରେ ବଢ଼ିବାରେ ଲାଗିଛି। ଭାରତରେ ବୋତଲ ବନ୍ଦ ପାଣି ବାର୍ଷିକ 20 ପ୍ରତିଶତ ଦରରେ ବୃଦ୍ଧି ପାଇବାରେ ଲାଗିଛି। 1 ଲିଟର ବାଲା ପାଣିର ବୋତଲ ବଜାରରେ 75 ପ୍ରତିଶତ ଭାଗ ରହିଛି। ଆପଣ ମଧ୍ୟ ଏହି ବିଜନେସ ଜରିଆରେ ବହୁତ କମ ନିବେଶ ସହିତ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ।

RO କିମ୍ବା ମିନେରାଲ ୱାଟର ବିଜନେସରେ ବ୍ରାଣ୍ଡେଡ଼ କମ୍ପାନୀ ଗୁଡ଼ିକ ଦିନକୁ ଦିନ ଉପରକୁ ଚଢ଼ିବାରେ ଲାଗିଛନ୍ତି। ମାର୍କେଟରେ ଏକ ଟଙ୍କିଆ ପାଉଚ ପାଣି ଠାରୁ ଆରମ୍ଭ କରି 20 ଲିଟର ପର୍ଯ୍ୟନ୍ତ ବୋତଲ ମଧ୍ୟ ରହିଛି। ସେହିପରି ଘରେ ବ୍ୟବହାର ପାଇଁ ଏହାଠାରୁ ମଧ୍ୟ ଅଧିକ ଲିଟର ବୋତଲ ମିଳୁଛି।

ଯଦି ଆପଣ ଏହି ବିଜନେସ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଏକ କମ୍ପାନୀ ବନାନ୍ତୁ ଓ ଏହାକୁ ଆକ୍ଟ ଜରିଆରେ ରେଜିଷ୍ଟର କରାଇ ନିଅନ୍ତୁ। କମ୍ପାନୀର ପ୍ୟାନ ନମ୍ବର ଓ GST ନମ୍ବର ଭଳି ସାରା ଔପଚାରିକତା ଗୁଡ଼ିକ ପୂରଣ କରନ୍ତୁ। ବୋରିଙ୍ଗ, RO, ଚିଲାର ମେସିନ କ୍ୟାନ ରଖିବାପାଇଁ 1000 ରୁ 1500 ବର୍ଗଫୁଟର ଜାଗା ଦରକାର ହେବ କାରଣ ପାଣିର ଷ୍ଟୋରେଜ ପାଇଁ ଯେମିତି ଟାଙ୍କି ବନା ଯାଇପାରିବ।

ୱାଟର ପ୍ଲାଣ୍ଟ ଲଗାଇବା ପାଇଁ ଏହିକଥାର ଧ୍ୟାନ ରଖନ୍ତୁ:-

ୱାଟର ପ୍ଲାଣ୍ଟ ଲଗାଇବା ପାଇଁ ଆପଣଙ୍କୁ ଏମିତି ଜାଗାର ଚୟନ କରିବାକୁ ହେବ ଯେଉଁଠାରେ TDS ଲେଭେଲ ଅଧିକ ନଥିବ। ଏହାପରେ ପ୍ରଶାସନ ପାଖକୁ ଲାଇସେନ୍ସ ଓ ଆଇଏସଆଇ ନମ୍ବର ନେବାକୁ ହେବ। କେତେକ କମ୍ପାନୀ କମର୍ସିଆଲ RO ପ୍ଲାଣ୍ଟ ବନାଉଛନ୍ତି। ଯାହାର ଦାମ 50,000 ଟଙ୍କାରୁ ଆରମ୍ଭ ହୋଇ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଥାଏ। ଏହାସହ ଆପଣଙ୍କୁ ଅତିକମରେ 100 ଜାର କିଣିବାକୁ ହେବ ଯେଉଁଥିରେ 4 ରୁ 5 ଲକ୍ଷ ଟଙ୍କାର ଖର୍ଚ୍ଚ ଆସିବ। ବ୍ୟାଙ୍କରୁ ଲୋନ ପାଇଁ ଆପଣ ଆବେଦନ କରିପାରିବେ। ଯଦି ଆପଣ ଏମିତି ପ୍ଲାଣ୍ଟ ଲଗାନ୍ତି ଯେଉଁଠାରେ 1000 ଲିଟର ପ୍ରତିଘଣ୍ଟା ପାଣିର ପ୍ରଡକ୍ସନ ହୋଇଥାଏ ତାହେଲେ ଆପଣ ମାସକୁ 30 ରୁ 50 ହଜାର ଟଙ୍କା ବହୁତ ସହଜରେ କମାଇ ପାରିବେ।

ଫିଲଟର ପାଣିରେ ଲାଭ:-

RO ପାଣି ବିଜନେସରେ ବହୁତ ଲୋକ କାମ କରୁଛନ୍ତି। ଗୁଣବତ୍ତା ଓ ଡିଲିଭରୀ ସଠିକ କରି ପାରିଲେ ମୋଟା ଅଙ୍କର ଟଙ୍କା ରୋଜଗାର ହୋଇପାରିବ। ୱାଟର ସପ୍ଲାଏରେ କୌଣସି ସମସ୍ୟା ଆସିଲେ ବିଜନେସ ଉପରେ ଏହା ସମ୍ପୂର୍ଣ୍ଣ ରୂପରେ ଖରାପ ପ୍ରଭାବ ପକାଇବ। ବୋତଲ ଓ ଜାର ବହୁତ ଭାଙ୍ଗିଥାଏ ଓ ଚୋରି ହୋଇଥାଏ, ଏହା ଏକପ୍ରକାର ବିଜନେସକୁ ଡ୍ୟାମେଜ କରିଥାଏ। ଯଦି 150 ଜଣ ରେଗୁଲାର କଷ୍ଟମର ଅଟନ୍ତି ଓ ପ୍ରତି ବ୍ୟକ୍ତି ପାଖରେ ଏକ କଣ୍ଟେନରର ସପ୍ଲାଏ ରହୁଛି ତାହେଲେ 25 ଟଙ୍କାର ଦରରେ ପ୍ରତିମାସରେ 1,12,500 ଟଙ୍କାର ରୋଜଗାର ହେବ। ଏଥିରେ ସାଲାରୀ, ଘରଭଡ଼ା, ବିଜୁଳି ବିଲ, ଡ଼ିଜେଲ ଓ ଅନ୍ୟ ଖର୍ଚ୍ଚ ବାହାର କରାଯାଇ 15-20 ହଜାରର ପ୍ରଫିଟ ହେବ। ଯେମିତି ଯେମିତି ଗ୍ରାହକ ବୃଦ୍ଧି ପାଇବେ ସେହିପରି ଭାବରେ ଆମଦାନୀ ମଧ୍ୟ ବଢ଼ିବ।

odia sambada
Comments (0)
Add Comment