ଘରେ ବାପା 35 ବର୍ଷ ଧରି ତିଆରି କରୁଛନ୍ତି ଜୋତା,କିନ୍ତୁ ଝିଅ ସବ ଇନ୍ସପେକ୍ଟର ହୋଇ ଦେଲା ସମ୍ମାନ

କୁହାଯାଏ ଯେ ଯଦି ଜଣେ କିଛି କରିବା ଲକ୍ଷ୍ୟରେ ସଂପୂର୍ଣ୍ଣ ଚେଷ୍ଟା ଏବଂ ପରିଶ୍ରମ କରିବ, ତେବେ ତାକୁ ସବୁବେଳେ ସଫଳତା ହିଁ ମିଳିବ । ଏମିତି କିଛି ସଫଳତା ସିରସା ଜିଲ୍ଲାର ଡବବାଲି ଅଞ୍ଚଳରେ ଆରତୀ ହାସଲ କରି ଦେଖାଇଛନ୍ତି । ଆରତୀ ଗତ କିଛି ଦିନ ହେବ ପୋଲିସ ପାଇଁ ପରୀକ୍ଷା ଦେଇଥିଲେ, ସେ ସେଥିରେ ପାସ ମଧ୍ୟ କଲେ ଏବଂ ବର୍ତ୍ତମାନ ଆରତିଙ୍କର ହରିୟାଣା ପୋଲିସରେ ସବ ଇନ୍ସପେକ୍ଟର ଭାବରେ ଚୟନ ହୋଇଛି ।

ପଡୋଶୀମାନେ ଫୁଲମାଳା ଦେଇ କଲେ ସ୍ବାଗତ :-

ଆରତୀଙ୍କୁ ପୋଲିସରେ ଚାକିରି ମିଳିବାର ସୂଚନା ପାଇବା ପରେ ତାଙ୍କ ପରିବାର ଲୋକେ ଏବଂ ପଡ଼ୋଶୀମାନଙ୍କ ଖୁସି କହିଲେ ନସରେ । ବିଳମ୍ବିତ ରାତିରେ ଆରତୀ ହରିୟାଣା ପୋଲିସର ବର୍ଦି ପିନ୍ଧି ଘରକୁ ଫେରିବା ମାତ୍ରେ ହିଁ ଆରତୀଙ୍କ ପରିବାର ଲୋକେ ଏବଂ ପଡ଼ୋଶୀ ମାନେ ତାଙ୍କୁ ଫୁଲମାଳା ପିନ୍ଧାଇ ସ୍ବାଗତ କଲେ ।

ମିଡ଼ିଆ ସାମ୍ନାକୁ ଆସିବାପାଇଁ ଡରୁଛନ୍ତି ଆରତୀ :-

ତେବେ ଆରତୀ ମିଡ଼ିଆ ସାମ୍ନାକୁ ଆସିବାପାଇଁ ଡରୁଛନ୍ତି, କିନ୍ତୁ ଗୋଟିଏ ଗରୀବର ଝିଅକୁ ହରିୟାଣା ପୋଲିସରେ ଚାକିରି ମିଳିବାରୁ ଡବବାଲି ଅଞ୍ଚଳରେ ଲୋକମାନେ ବହୁତ୍ ଖୁସି ଅଛନ୍ତି । ଆରତିଙ୍କ ପରିବାର ଲୋକେ ମଧ୍ୟ ହରିୟାଣା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

35 ବର୍ଷ ଧରି ଜୋତା ତିଆରି କରିବାର କାମ କରୁଛନ୍ତି :-

ମିଡ଼ିଆ ସହିତ କଥାବାର୍ତ୍ତା ହୋଇ ଆରତୀଙ୍କ ବାପା ତରସେମ ଲାଲ କହିଛନ୍ତି ଯେ ସେ ନିଜ ଘରେ ହିଁ ଗତ 35ବର୍ଷ ଧରି ଜୋତା ତିଆରି କରିବାର କାମ କରୁଛନ୍ତି । ଏହି ଛୋଟ କାମ ମାଧ୍ୟମରେ ହିଁ ସେ ନିଜ ପରିବାର ଚଳାଇଛନ୍ତି ।

ଦେବାନେବା ପାଇଁ ମଧ୍ୟ ପଇସା ନଥିଲା :-

ସେ କହିଛନ୍ତି ଯେ ତାଙ୍କର ଦୁଇ ଝିଅ ଏବଂ ଜଣେ ପୁଅ ଅଛନ୍ତି । ଯେଉଁଥିରେ ଦୁଇ ଝିଅ ବିଏ ପାସ କରିଛନ୍ତି ଏବଂ ପୁଅ ଵିଏ ପଢୁଛି । ତରସେମ ଲାଲ କହିଛନ୍ତି ଯେ ଗରିବ ହୋଇଥିବା କାରଣରୁ ତାଙ୍କର କୌଣସି ରାଜନୈତିକ ସମ୍ପର୍କ ନଥିଲା, ଯେଉଁ କାରଣରୁ ଦେବାନେବାର ସିଷ୍ଟମ ତାଙ୍କ ପାଖରେ ବିଲକୁଲ ନଥିଲା । ତାଙ୍କ ଝିଅ ଲଗାତାର ଭାବରେ ପୋଲିସ ଚାକିରି ପାଇଁ ମନ ଲଗାଇ ପଢୁଥିଲେ । ଦିନରାତି ପାଠପଢ଼ାରେ ହିଁ ବ୍ୟସ୍ତ ରହୁଥିଲେ ।

odia sambada
Comments (0)
Add Comment