ଆ-ତ୍ମ-ହ-ତ୍ୟା କରିବାପାଇଁ ଦ୍ରୁତଗତିରେ ଆସୁଥିବା ଟ୍ରେନ ସାମ୍ନାକୁ ଡେଇଁ ପଡିଲା ଯୁବକ,ଆଉ ଠିକ୍ ସେତିକିବେଳେ ଅଚାନକ ହେଲା ବଡ ଚମତ୍କାର,ଦେଖନ୍ତୁ ଭିଡ଼ିଓ

ମୁମ୍ବାଇରେ ଆତ୍ମହତ୍ୟା କରିବାପାଇଁ ରେଲୱେ ଟ୍ରାକ ଉପରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଜୀବନ ଜଣେ ପୋଲିସ ବଞ୍ଚାଇ ଦେଇଛନ୍ତି । ଟ୍ରେନ୍ ଆସିବାର କିଛି ସେକେଣ୍ଡ ପୂର୍ବରୁ ହିଁ ଏହି ପୋଲିସ ହାବିଲଦାର ଟ୍ରାକ ଉପରକୁ ଡେଇଁ ଯୁବକଙ୍କୁ ଅନ୍ୟ ପଟକୁ ଠେଲିଦେଲେ ଏବଂ ନିଜେ ମଧ୍ୟ ପାର ହୋଇଗଲେ । ଯାହାଦ୍ଵାରା ଯୁବକଙ୍କ ଜୀବନ ଯିବାରୁ ବଞ୍ଚିଗଲା ।

ଦେଖନ୍ତୁ ଭିଡିଓ :-

ଚଳନ୍ତା ଟ୍ରେନ ସାମ୍ନାରେ ଡେଇଁ ପଡ଼ିଲା ଯୁବକ :-

ପୋଲିସ ଅନୁଯାୟୀ ମୁମ୍ବାଇର ବିଠଲବାଡି ରେଲୱେ ଷ୍ଟେସନରେ ପୋଲିସ ହାବିଲଦାର ଋଷିକେଶ ମାନେ ବୁଧବାର ଦିନ ପ୍ଲାଟଫର୍ମରେ ଡ୍ୟୁଟି କରୁଥିଲେ । ସେହି ସମୟରେ ମଦୁରଇ ଏକ୍ସପ୍ରେସ ଟ୍ରେନ ଆସୁଥିଲା । ଠିକ୍ ସେତିକିବେଳେ ପ୍ଲାଟଫର୍ମରେ ଠିଆ ହୋଇଥିବା ଜଣେ ଯୁବକ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଅଚାନକ ପ୍ଲାଟଫର୍ମରୁ ତଳକୁ ଡେଇଁ ଟ୍ରାକ ଉପରେ ଛିଡା ହୋଇଗଲା ।

ହାବିଲଦାର ସାହାସ ଦେଖାଇ ବଞ୍ଚାଇଲେ ଜୀବନ :-

ତାକୁ ବଞ୍ଚାଇବା ପାଇଁ ହାବିଲଦାର ଋଷିକେଶ ମାନେ ଆଗକୁ ବଢ଼ିଲେ, କିନ୍ତୁ ସ୍ପିଡରେ ଆସୁଥିବା ଟ୍ରେନକୁ ଦେଖି କିଛି ସେକେଣ୍ଡ ପାଇଁ ବିଚଳିତ ହୋଇପଡିଲେ । ଏହାପରେ ସେ ସାହାସ କରି ଟ୍ରାକ ଉପରକୁ ଡେଇଁ ପଡ଼ିଲେ ଏବଂ ଯୁବକଙ୍କୁ ଧରି ଟ୍ରାକରୁ ଅନ୍ୟ ପାର୍ଶ୍ଵକୁ ଟାଣି ନେଲେ । ଏତିକି ସମୟରେ ମଦୁରଇ ଏକ୍ସପ୍ରେସ ଟ୍ରେନ ଧଡଧଡ ହୋଇ ସେଠାରୁ ଚାଲିଗଲା ।

ସିସିଟିଭିରେ ରେକର୍ଡ ହେଲା ବହାଦୁରିର ଘଟଣା :-

ପୋଲିସ ହାବିଲଦାରଙ୍କ ବାହାଦୂରୀର କାରନାମା ସିସିଟିଭିରେ ରେକର୍ଡ ହୋଇଗଲା । ଷ୍ଟେସନରେ ଠିଆ ହୋଇଥିବା ସବୁ ବ୍ୟକ୍ତି ତାଙ୍କ ସାହାସକୁ ପ୍ରଶଂସା କଲେ । ପୋଲିସ ଅନୁଯାୟୀ, ଆତ୍ମହତ୍ୟା କରିବାପାଇଁ ଚେଷ୍ଟା କରିଥିବା ଯୁବକଙ୍କ ନାମ କୁମାର ପୂଜାରୀ ଅଟେ ଏବଂ ତାଙ୍କ ବୟସ 18 ବର୍ଷ ଅଟେ । ସେ ଆତ୍ମହତ୍ୟା କରିବାକୁ କାହିଁକି ଚେଷ୍ଟା କରିଥିଲେ, ଏହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରୁଛି ।

odia sambada
Comments (0)
Add Comment