ମାଟି ତଳେ ପୁଟିନ ତିଆରି କଲେ ଗୁପ୍ତ ସହର ଏବଂ ପରିବାରକୁ ଲୁଚାଇ ରଖିଲେ, ପରମାଣୁ ଆକ୍ରମଣ ପାଇଁ ଚାଲିଛି କି ପ୍ରସ୍ତୁତି ?

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯେତେ ଆଗକୁ ବଢ଼ିବାରେ ଲାଗିଛି ରାଷ୍ଟ୍ରପତି ପୁତିନ ସେତେ ନିଜର ଧୈର୍ଯ୍ୟ ହରାଇ ବସୁଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ଆଜକୁ ଦୀର୍ଘ 25 ଦିନର ଯୁଦ୍ଧ ଚାଲିଲାଣି। ଏଥିରେ ରୁଷ ସେନାକୁ ବହୁତ କ୍ଷତି ସହିବାକୁ ପଡିଛି। ଏକ ଗୁପ୍ତ ତଥ୍ୟ ଅଧାରରୁ କୁହାଯାଇଛି ହତାଶ ହୋଇପଡ଼ିଛି ରୁଷ ଶେଷରେ ପରମାଣୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପୁତିନ ଓ ନିଜ ପରିବାରକୁ ଅଣ୍ଡର ଗ୍ରାଉଣ୍ଡ ଭିତରକୁ ପଠାଇଛନ୍ତି।

ଖବର ଅନୁସାରେ ଏକ ସୂତ୍ର କହିଛି କି, ୟୁକ୍ରେନରେ ରୁଷ ର ପ୍ରାୟ 17000 ରୁ ଉର୍ଦ୍ଧ୍ବ ସୈନ୍ୟ ପ୍ରାଣ ହରାଇ ସାରିଲେଣି। ଏହି ସୂତ୍ରର ବୟାନକୁ ଏକ ଟେଲିଗ୍ରାମ ଆଧାରରେ ଉପସ୍ଥାପିତ କରାଯାଇଛି, ଏଥିରେ କୁହାଯାଇଛି କି, ପୁତିନ ସର୍ବଦା ନିଜ ପାଖ ଦେଶ ଉପରେ କ୍ରୋଧ ଦେଖାଉଛନ୍ତି। ମାନା ଯାଉଛି ଏହି ଟେଲିଗ୍ରାମ ଚ୍ୟାନେଲ କ୍ରେମଲିନର ଏକ ପୂର୍ବ ଗୁଇନ୍ଦା ସୂତ୍ର ସହିତ ଜଡ଼ିତ ରହିଛି ଯିଏକି ପୁତିନଙ୍କ ବ୍ୟକ୍ତିଗତ କାରବାରୀଙ୍କ ସହିତ ସମ୍ବନ୍ଧ ରଖିଥିବାର କୁହାଯାଉଛି।

ପରମାଣୁ ଯୁଦ୍ଧର ପ୍ରସ୍ତୁତି:-

ସୂତ୍ର ମୁତାବିକ, ପୁତିନ କାହାସହ ଖୋଲାଖୋଲି ଆଲୋଚନା କରନ୍ତି ନାହିଁ। ସେ କେବଳ ନିଜ ଝିଅ ଓ ପରିବାର ସହିତ ସୀମିତ ସମ୍ପର୍କ ରଖନ୍ତି। ସୂତ୍ର ମୁତାବିକ, ଏବେଏବେ ପୁତିନ ପରମାଣୁ ଅଭ୍ୟାସର କଥା କହି ନିଜର ଟପ ଜେନେରାଲଙ୍କୁ ଚକିତ କରିଦେଇଛନ୍ତି।

ପରିବାରକୁ ଏକ ଗୁପ୍ତ ସହରରେ ଲୁଚାଇଲେ:-

ରୁଷ ର ବିଶେଷଜ୍ଞଙ୍କ ମୁତାବିକ, ପୁତିନ ପୂର୍ବରୁ ଏହି ଯୁଦ୍ଧ ଆଶଙ୍କାରେ ନିଜ ପରିବାରକୁ ଏକ ଗୁପ୍ତ ସହରକୁ ପଠାଇ ଦେଇଛନ୍ତି ଓ ଏହା ଏକ ଅଣ୍ଡରଗ୍ରାଉଣ୍ଡରେ ରହିଛି ବୋଲି କୁହାଯାଉଛି।

ହାଇ ଆଲର୍ଟରେ ରୁଷ ଆଟମିକ ଫୋର୍ସ:-

ଏହି ମାସର ଆରମ୍ଭରୁ ରୁଷର ପରମାଣୁ ବଳକୁ ହାଇ ଆଲର୍ଟରେ ରଖାଯାଇଛି। ପୁତିନ ଏହାପୂର୍ବରୁ ନାଟୋ ଦେଶକୁ ଧମକ ଦେଇ କହିଥିଲେ ଯଦି NATO ୟୁକ୍ରେନ ଯୁଦ୍ଧରେ ହସ୍ତକ୍ଷେପ କରେ ତାହେଲେ ଇତିହାସର ଭୟାନକ ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ। ଶନିବାର ଦିନ ରୁଷ ୟୁକ୍ରେନ ଉପରକୁ ନିଜର ମହାବିନାଶକ ହାଇପର ସୋନିକ ମିସାଇଲ ଛାଡିଥିଲା ଯେଉଁଥିରେ ୟୁକ୍ରେନର ଏକ ସେନା ଆଡ୍ଡା ସମ୍ପୂର୍ଣ୍ଣ ରୂପରେ ଉଡ଼ି ଯାଇଥିଲା।

ପରମାଣୁ ଅଭ୍ୟାସର ପ୍ରସ୍ତୁତି:-

ଜେନେରାଲ ଏସବିଆର ନାମକ ଟେଲିଗ୍ରାମ ଚ୍ୟାନେଲ ତରଫରୁ କୁହାଯାଇଛି କି, ପୁତିନଙ୍କ ତରଫରୁ ବରିଷ୍ଠ ରାଜନୀତିକ ଆଲର୍ଟ କରିଦିଆଯାଇଛି ଓ କୁହାଯାଇଛି କି, ଭବିଷ୍ୟତରେ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ ଜାରି କରିବାକୁ, ରୁଷ ରାଷ୍ଟ୍ରପତିଙ୍କ ଏହିଭଳି ବୟାନ ଦ୍ୱାରା ସେଠାକାର ସମସ୍ତେ ହଇରାଣ ହୋଇ ପଡ଼ିଛନ୍ତି।

odia sambada
Comments (0)
Add Comment