ପ୍ରେମ ପାଇଁ ମହିଳା ଜଣକ ଭୁଲିଗଲେ ନିଜ ପିଲା ଓ ପତିଙ୍କୁ, ଏହାପରେ ବୟଫ୍ରେଣ୍ଡ ପାଇଁ ସାଜିଲେ ଲେଡ଼ି ଡ଼ନ,ଜାଣନ୍ତୁ ପୁରା ଘଟଣା

ପାଟନାରେ ଯେତେବେଳେ ପୋଲିସ ଏକ ଦୋକାନ ଭିତରେ ଫାୟରିଂ କରିଥିବା ମହିଳାଙ୍କୁ ଗିରଫ କରିଥିଲା ସେତେବେଳେ ସବୁକିଛି ଖୁଲାସା ହୋଇଯାଇଥିଲା। ପୋଲିସଙ୍କୁ ଜଣାଥିଲା ଏହି ମହିଳା ବିବାହିତା ଅଟନ୍ତି ଓ ତାଙ୍କର ପିଲା ମଧ୍ୟ ରହିଛନ୍ତି। ସେ ନିଜର ପ୍ରମୀ ପାଇଁ ପତି ଓ ପିଲାଙ୍କୁ ଛାଡ଼ି ଚାଲିଗଲେ। ପ୍ରେମିକ କଥାରେ ସେ ଲେଡ଼ି ଡ଼ନ ମଧ୍ୟ ସାଜିଥିଲେ।

କୁହାଯାଏ କି, ପ୍ରେମ ଓ ଯୁଦ୍ଧରେ କିଛି ଦେଖାଯାଇ ନଥାଏ। ବିହାରର ପାଟନାରେ ଜଣେ ମହିଳା ଏହାକୁ ଚରିତାର୍ଥ କରିଦେଇଛନ୍ତି। ପୋଲିସ ଏହିଭଳି ଏକ ବିବାହିତା ଯୋଡିଙ୍କୁ ଗିରଫ କରିଛନ୍ତି ଯେଉଁ ମହିଳା ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପ୍ରେମିକ କଥା ଅନୁସାରେ ଲେଡ଼ି ଡ଼ନ ହୋଇଯାଇଛନ୍ତି। ପ୍ରଥମେ ନଗମା ନିଜ ପତି ଓ ପିଲାଙ୍କୁ ଛାଡ଼ି ରାହୁଲ ନାମକ ବ୍ୟକ୍ତି ପାଖକୁ ପଳାଇଥିଲେ, ଏହାପରେ ସେ ପ୍ରେମିକ କଥାରେ ପଡ଼ି ଅପରାଧିକ କାମ କରିବାକୁ ଲାଗିଲେ କିନ୍ତୁ ପୋଲିସ ତାଙ୍କୁ ଧରି ନେଇଥିଲେ।

ଏମିତି ହେଲା ଲେଡ଼ି ଡ଼ନ ଙ୍କ ପର୍ଦାଫାଶ:-

ନ୍ୟୁଜ 18 ରିପୋର୍ଟ ଅନୁସାରେ କିଛିଦିନ ପୂର୍ବରୁ ପାଟନାରେ ଗରଦାନୀବାଗ ଥାନା କ୍ଷେତ୍ରରେ ଏକ ଦୋକାନରୁ ଲୁଟ ମାମଲାରେ ଗୁଳି ମରାମରି ଘଟଣା ସାମ୍ନାକୁ ଆସିଲା। ଏହି ଗୁଳି ବିନିମୟ ଘଟଣାରେ ଲେଡ଼ି ଡ଼ନ ସାମିଲ ଥିଲେ ଓ ସେ ଲଗାତାର ଗୁଳି ଚାଳନା କରୁଥିଲେ।

ଏହି ଘଟଣା ସିସିଟିଭି ରେ ସମ୍ପୂର୍ଣ୍ଣ ଭାବରେ ରେକର୍ଡ଼ ହୋଇଯାଇଥିଲା, ଏହାର ଯାଞ୍ଚ ପରେ ପୋଲିସ ରାହୁଲ ଓ ନଗମାଙ୍କୁ ଗିରଫ କରିଥିଲା। ଯେତେବେଳେ ପୋଲିସ ସେମାନଙ୍କୁ ପଚାରିଥିଲା ସେତେବେଳେ ହଇରାଣ କରିବା ଭଳି ମାମଲା ସାମ୍ନାକୁ ଆସିଲା।

ଏମିତି ହୋଇଥିଲେ ଲେଡ଼ି ଡ଼ନ:-

ପଚରା ଉଚରାରେ ଜଣାପଡ଼ିଥିଲା ରାହୁଲ ଓ ନଗମା ପ୍ରଥମେ ଲଭର୍ସ ଥିଲେ ଓ ସେମାନେ ବିବାହ ମଧ୍ୟ କରିଥିଲେ। ପାଟନାର ଚିତକୋହରା ରେ ରହୁଥିବା ରାହୁଲ ଲୋକଙ୍କ ପାଖରୁ ସୁପାରୀ ନେଉଥିଲେ। 2015 ମସିହାରେ ବିକ୍ରମ ନାମକ ଯୁବକର ହତ୍ୟା ମାମଲାରେ ସେ ପାଖାପାଖି 5 ବର୍ଷ ଯାଏଁ ଛପ୍ରା ନାମକ ଜେଲରେ ବନ୍ଦୀ ହେଲେ। ରାହୁଲ ଜେଲ ଯିବାପରେ ଏହି ସଂସ୍ଥା ନଗମା ସମ୍ଭାଳୁଥିଲେ ଓ ସେ ରାହୁଲଙ୍କ ସହିତ ଲଗାତାର ସମ୍ପର୍କରେ ରହୁଥିଲେ।

ରାହୁଲ କହିଲା କି, ସୋନୁ ନାମକ ଏକ ଯୁବକ ତାଙ୍କୁ ମୋବାଇଲ ଦୋକାନରେ କାମ କରୁଥିବା ଜଣେ ବ୍ୟକ୍ତିର ସୁପାରୀ ଦେଇଥିଲା। ହତ୍ୟା ଉଦ୍ଦେଶ୍ୟରେ ସେ ସେହି ଦୋକାନ ଉପରେ ଗୁଳି ଚାଳନା କରିଥିଲେ ଓ ଯୁବକଙ୍କୁ ଗୁଳି ମାରି ଦେଇଥିଲେ। ପ୍ରେମ ଆରମ୍ଭରୁ ରାହୁଲଙ୍କୁ ଜଣାନଥିଲା ନଗମା ବିବାହିତା ଅଟନ୍ତି ଓ ତାଙ୍କର ପିଲା ମଧ୍ୟ ରହିଛନ୍ତି। ନଗମା ଘରୁ ପଳାଇ ଆସିବାପରେ ରାହୁଲ ତାଙ୍କୁ ଏକ ଭଡ଼ା ଘରେ ରଖିଥିଲେ। 1 ମାସ ପୂର୍ବରୁ ରାହୁଲଙ୍କୁ ଜମାନତ ମିଳିଥିଲା ଓ ବାହାରକୁ ଆସିବାପରେ ସେ ନଗମାଙ୍କୁ ବିବାହ କରିଥିଲେ।

odia sambada
Comments (0)
Add Comment