ଗାର୍ଲଫ୍ରେଣ୍ଡ ସହିତ ଫିଲ୍ମ ଦେଖିବାପାଇଁ ଯାଇଥିଲା ବୟଫ୍ରେଣ୍ଡ୍,ଥିଏଟରରେ ଯୁବତୀ କଲେ ଏମିତି କିଛି,ଆଉ ତା ପରେ ବୟଫ୍ରେଣ୍ଡ୍ କରିଦେଲା ବ୍ରେକଅପ,ଜାଣନ୍ତୁ ପୁରା ଘଟଣା

ଯେତେବେଳେ ଲୋକମାନେ ନୂଆଁ ନୂଆଁ ସମ୍ପର୍କରେ ଆସନ୍ତି, ସେତେବେଳେ ନିଜ ପାର୍ଟନର ସହିତ ମୁଭି ଦେଖିବା, ବୁଲିବାକୁ ଯିବାକୁ ସେମାନଙ୍କୁ ବହୁତ୍ ଭଲ ଲାଗେ । ତେବେ ଅନେକଥର ଦେଖାଯାଇଛି ଯେ ଲୋକମାନଙ୍କୁ ପରସ୍ପରର ଖରାପ ଅଭ୍ୟାସ ବିଷୟରେ ଜଣାପଡେ, ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗେ । ଅନେକଥର ଏହା ବ୍ରେକଅପର କାରଣ ପାଲଟିଥାଏ । ଏପରି ଗୋଟିଏ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ପୁଅ ନିଜ ଗାର୍ଲଫ୍ରେଣ୍ଡ ସହିତ ମୁଭି ଥିଏଟର ରେ ହିଁ ବ୍ରେକଅପ କରିଦେଲା ।

ଡେଟିଙ୍ଗ ଆପ ମାଧ୍ୟମରେ ହେଲେ ବୟଫ୍ରେଣ୍ଡ୍- ଗାର୍ଲଫ୍ରେଣ୍ଡ :-

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଜଣେ ଯୁବକ ଜଣେ ଯୁବତୀଙ୍କୁ ଡେଟିଙ୍ଗ ଆପ ମାଧ୍ୟମରେ ଗାର୍ଲଫ୍ରେଣ୍ଡ କରିଥିଲେ । ଏହାପରେ ଦୁହେଁ ଫୋନରେ କଥା ହେବାକୁ ଲାଗିଲେ । ଯେତେବେଳେ ଦୁହେଁ ଫୋନରେ ପରସ୍ପରକୁ ଭଲ ଭାବରେ ଜାଣିଲେ, ସେତେବେଳେ ସେମାନେ ପ୍ରଥମଥର ଦେଖା କରିବାକୁ ପ୍ଲାନ୍ କଲେ । ଏମାନେ ସ୍ଥିର କଲେ ଯେ ଦୁହେଁ ମୁଭି ଥିଏଟର ରେ ଦେଖା କରିବେ ଏବଂ ଫିଲ୍ମ ଦେଖିବେ । ଏହାପରେ ଯୁବକ ଗୋଟିଏ ଭଲ ଫିଲ୍ମ ର ଦୁଇଟି ଟିକେଟ ବୁକ୍ କଲେ ଏବଂ ଯୁବତୀଙ୍କୁ ଦେଖା କରିବା ପାଇଁ ଡାକିଲେ ।

ଯେତେବେଳେ ଦୁହେଁ ପ୍ରଥମଥର ପାଇଁ ଫିଲ୍ମ ଥିଏଟରରେ ଦେଖା ହେଲେ, ସେତେବେଳେ ଏମିତି କିଛି ହେଲା ଯେ ଯୁବକ ଫିଲ୍ମ ଶେଷ ହେବା ମାତ୍ରେ ହିଁ ଯୁବତୀଙ୍କ ସହିତ ବ୍ରେକଅପ କରିଦେଲା । ଯୁବତୀ ସୋସିଆଲ ମିଡିଆରେ ନିଜର ଅଭିଜ୍ଞତା ସେୟାର କରି କହିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କ ସହିତ ପ୍ରଥମ ଡେଟରେ ହିଁ ବ୍ରେକଅପ କରିଦେଲେ, କାରଣ ସେ ଫିଲ୍ମ୍ ଦେଖିବା ସମୟରେ ଜଲଦି ଜଲଦି ସ୍ନାକ୍ସ ଖାଉଥିଲେ ।

ଫିଲ୍ମ ଶେଷ ହେବା ପୂର୍ବରୁ ସ୍ନାକ୍ସ ଖାଇବାକୁ ଲାଗିଲା ଗାର୍ଲଫ୍ରେଣ୍ଡ :-

ଯୁବତୀ କହିଛନ୍ତି ଯେ ଦୁହେଁ ରାତିରେ ଫିଲ୍ମ ଦେଖିବାକୁ ସ୍ଥିର କରିଥିଲେ । ଫିଲ୍ମ ଆରମ୍ଭ ହେବା ପୂର୍ବରୁ ସେ ପପକର୍ନ ନେଇଥିଲେ । ଏହାବ୍ୟତୀତ ଯୁବତୀ ନିଜ ପାଇଁ Maltesers ଚକଲେଟର ଗୋଟିଏ ବଡ ବ୍ୟାଗ୍ ନେଇଥିଲେ । ସେ ନିଜ ସିଟରେ ବସିବା ପରେ ଚକଲେଟ ଖାଇବା ଆରମ୍ଭ କରିଦେଲେ । ଏହି ସମୟରେ ବୟଫ୍ରେଣ୍ଡ ତାଙ୍କୁ ଗାଳି କଲେ ଏବଂ କହିଲେ ଯେ ସେ ଫିଲ୍ମ ଆରମ୍ଭ ହେବାପାଇଁ ଅପେକ୍ଷା କରନ୍ତୁ । କିନ୍ତୁ ତାଙ୍କୁ ଚକଲେଟ ଏତେ ଭଲ ଲାଗୁଥିଲା ଯେ ଫିଲ୍ମ ଆରମ୍ଭ ହେବାର 10 ମିନିଟ୍ ଭିତରେ ହିଁ ଚକଲେଟର ବଡ ପ୍ୟାକେଟ ଶେଷ ହୋଇ ସାରିଥିଲା ।

ଯୁବତୀ କହିଛନ୍ତି ଯେ ଏହି ସମୟରେ ବୟଫ୍ରେଣ୍ଡ ତାଙ୍କୁ ଅଜବ ନଜରରେ ଦେଖୁଥିଲା । ଏମିତି ଲାଗୁଥିଲା ଯେମିତି ସେ କେବଳ ଫିଲ୍ମ ଶେଷ ହେବାକୁ ଅପେକ୍ଷା କରୁଥିଲେ । ଏହାପରେ ଫିଲ୍ମ ଶେଷ ହେବା ମାତ୍ରେ ହିଁ ବୟଫ୍ରେଣ୍ଡ ତାଙ୍କ ସହିତ ସବୁ ସମ୍ପର୍କ ଭାଙ୍ଗିଦେଲା । ଯେତେବେଳେ ଯୁବତୀ ଏହି କଥା ସୋସିଆଲ ମିଡିଆରେ ସେୟାର କଲେ, ସେତେବେଳେ ଅନେକ ଲୋକ କହିଛନ୍ତି ଯେ ଯାହା ହେଲା, ଭଲ ହେଲା । ଯଦି ବୟଫ୍ରେଣ୍ଡ କେବଳ ସ୍ନାକ୍ସ ଖାଇବା କାରଣରୁ ତାଙ୍କୁ ଛାଡ଼ିଦେଲେ, ତେବେ ତାଙ୍କୁ ଏହି କଥା ପାଇଁ ଖୁସି ମନାଇବା ଉଚିତ୍ ।

odia sambada
Comments (0)
Add Comment