୮୨ ବର୍ଷ ବୟସରେ ବାବା ନେଇ ଆସିଲେ 36 ବର୍ଷର କନ୍ୟା, ଅଜବ ବିବାହ ଦେଖିବାପାଇଁ ଲୋକ ଭିଡ କରିବାରୁ ବାବା ରାଗରେ ଗରଜିଲେ,ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶର ଉଜେଇନରେ 82 ବର୍ଷର ବୃଦ୍ଧ ବର ଯେତେବେଳେ 36 ବର୍ଷର କନ୍ୟା ସହିତ କୋର୍ଟ ମ୍ୟାରେଜ କରିବାକୁ ପହଞ୍ଚିଲେ, ସେତେବେଳେ ସେଠାରେ ଭିଡ ହୋଇଗଲା । କୋର୍ଟ ମ୍ୟାରେଜ ସମୟରେ ଏତେ ଭିଡ ହୋଇଗଲା ଯେ ବର- କନ୍ୟା ବହୁତ୍ ରାଗିଗଲେ ।

ଉଜେଇନର କୋର୍ଟରେ ହେଲା ବିବାହ :-

ମଧ୍ୟପ୍ରଦେଶର ଉଜେଇନରେ 82 ବର୍ଷର ରିଟାୟାର୍ଡ PWD ଅଧିକାରୀ 46 ବର୍ଷ କମ୍ ବୟସର ମହିଳାଙ୍କ ସହିତ ବିବାହ କରିଛନ୍ତି । ଦୁହେଁ ବିବାହର ନିୟମ ଅଧୀନରେ କୋର୍ଟ ମ୍ୟାରେଜ କରିଛନ୍ତି । ସୂଚନା ଅନୁଯାୟୀ, ଉଜେଇନର ବଲ୍ଲଭ ନଗର ବାସିନ୍ଦା 82 ବର୍ଷର ବୃଦ୍ଧ ବ୍ୟକ୍ତି ଶୁକ୍ରବାର ଦିନ ପ୍ରଶାସନିକ କାର୍ଯ୍ୟାଳୟରେ ବିବାହ କରିଛନ୍ତି । ବୃଦ୍ଧ ବ୍ୟକ୍ତି PWD ରେ ସେକ୍ସନ ହେଡ ଥିଲେ । ଫେବୃଆରୀ 1999 ମସିହାରେ ରିଟାୟାର୍ଡ ହେବାପରେ ସ୍ତ୍ରୀ ଏବଂ ପିଲା ନ ଥିବା କାରଣରୁ ସେ ଏକୁଟିଆ ରହୁଥିଲେ ।

ସେହିପରି ଶାସ୍ତ୍ରୀ ନଗର ବାସିନ୍ଦା 36 ବର୍ଷୀୟ ମହିଳା ଜଣେ ଗୃହିଣୀ ଅଟନ୍ତି ଏବଂ ସ୍ଵାମୀଙ୍କ ମୃତ୍ୟୁ ପରଠାରୁ 6ବର୍ଷର ପିଲା ସହିତ ଏକୁଟିଆ ରହୁଥିଲେ । ଦୁହିଁଙ୍କ ଦେଖା ହେବାପରେ ପରସ୍ପରର ସାହାରା ହେବାକୁ ନିଷ୍ପତ୍ତି ନେଲେ । ଏହି କାରଣରୁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ ।

ଭିଡ ଦେଖି ରାଗିଗଲେ ଦମ୍ପତି :-

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ମହିଳା ନିଜ ସମ୍ପର୍କୀୟ ଏବଂ ବୃଦ୍ଧ ବ୍ୟକ୍ତି ସହିତ ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଲେ, ଯେଉଁଠାରେ ଏଡିଏମ୍ ସନ୍ତୋଷ ଟ୍ୟାଗରଙ୍କ ସକ୍ଷମରେ କୋର୍ଟ ମ୍ୟାରେଜ କଲେ । ସେହିପରି ଏହି ବିବାହ ବିଷୟରେ ଜଣାପଡିବା ମାତ୍ରେ ହିଁ ଏଡିଏମ୍ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ହେବାକୁ ଲାଗିଲା, ଏହା ଉପରେ ଦୁହେଁ ରାଗିଗଲେ । ଏଡିଏମ୍ ସନ୍ତୋଷ ଟ୍ୟାଗର କହିଛନ୍ତି ଯେ ସେହି ଦମ୍ପତି ବିଧିବତ ଭାବେ ଆବେଦନ କରିଥିଲେ ଏବଂ ପରିବାର ଲୋକଙ୍କ ସହିତ ଉପସ୍ଥିତ ହୋଇ ବିବାହ କଲେ ।

ପରସ୍ପରର ସାହାରା ହେବାପାଇଁ କଲେ ବିବାହ :-

ବୃଦ୍ଧ ବ୍ୟକ୍ତି କହିଛନ୍ତି ଯେ ତାଙ୍କର ଏ ଦୁନିଆରେ କେହି ନାହାନ୍ତି । ତାଙ୍କୁ 28000 ପେନସନ ମିଳିଥାଏ । ମହିଳା ବିଧବା ହୋଇଥିବା କାରଣରୁ ବେସାହାରା ଅଟନ୍ତି । ମୁଁ ନିଜ ସୁଖ ପାଇଁ ନୁହେଁ ବରଂ ତାଙ୍କ ପରିସ୍ଥିତିକୁ ଦେଖି ମୁଁ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲି । ସେହିପରି ମହିଳା କହିଛନ୍ତି ଯେ ଆମେ ପରସ୍ପରର ସାହାରା ହେବାପାଇଁ ବିବାହ କରିଛନ୍ତି ।

odia sambada
Comments (0)
Add Comment