Jio ଗ୍ରାହକମାନଙ୍କ ପାଇଁ ଖୁସି ଖବର : ଗୋଟିଏ ସ୍ମାର୍ଟ ଫୋନରେ ଚଳାନ୍ତୁ ୫ଟି ନମ୍ବର, ବିନା ସିମରେ ଲାଗିବ କଲ,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ପ୍ରାଇଭେଟ୍ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏମିତି ଏକ ଚମତ୍କାର ଅଫର୍ ନେଇ ଆସିଛି, ଯାହାଦ୍ଵାରା ଆପଣ ଗୋଟିଏ ସ୍ମାର୍ଟ୍ ଫୋନରେ ପାଞ୍ଚଟି ନମ୍ବର ବ୍ୟବହାର କରିପାରିବେ । ଏହାସହିତ ଆପଣ ଚାହିଁଲେ ଫୋନରେ ଶିମ୍ ନ ପକାଇ ମଧ୍ୟ ଟେଲିକମ ସେବା ଗୁଡ଼ିକର ଲାଭ ଉଠାଇ ପାରିବେ ।

ସିମ ବିନା ସ୍ମାର୍ଟ ଫୋନ୍ ରୁ କରନ୍ତୁ କଲ :-

ଯଦି ଆପଣ ଭାବୁଛନ୍ତି ଯେ ଆପଣ ନିଜ ସ୍ମାର୍ଟ୍ ଫୋନରେ ସିମ ନ ପକାଇ କିପରି କଲ କରିପାରିବେ, ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ଇ- ସିମ ସପୋର୍ଟ ସାହାଯ୍ୟରେ ଏପରି କରାଯାଇପାରିବ । ଇ- ସିମ ସପୋର୍ଟ ଏମିତି ଏକ ଫିଚର୍ ଅଟେ, ଯେଉଁଥିରେ ଆପଣଙ୍କୁ ନିଜ ଫୋନରେ ସିମ କାର୍ଡ ଭର୍ତ୍ତି କରିବାକୁ ପଡ଼ିବ ନାହିଁ ବରଂ ଆପଣ ଭର୍ଚୁଆଲି ସିମକୁ ୟୂଜ କରିପାରିବେ । ଆପଣଙ୍କୁ କହି ରଖୁଛୁ ଯେ ଏହି ସିମକୁ ଆପଣ ଆପଣଙ୍କର ନିକଟସ୍ଥ ଜିଓ ଷ୍ଟୋର ରୁ ଆକ୍ଟିଭେଟ କରିପାରିବେ ।

ଏହିପରି ଆକ୍ଟିଭେଟ କରନ୍ତୁ ଜିଓ ଇ- ସୀମ :-

ଯଦି ଆପଣ ମଧ୍ୟ ନିଜ ସ୍ମାର୍ଟ ଫୋନ୍ ପାଇଁ ଗୋଟିଏ ଜିଓ ଇ- ସୀମ ନେବାକୁ ଚାହାନ୍ତି, ତେବେ ସେଥିପାଇଁ ପ୍ରଥମେ ଆପଣଙ୍କୁ ନିଜର ନିକଟସ୍ଥ ରିଲାଏନ୍ସ ଡିଜିଟାଲ କିମ୍ବା ଜିଓ ଷ୍ଟୋରକୁ ଯିବାକୁ ପଡିବ, ଯେଉଁଠାରେ ଆପଣଙ୍କୁ ନିଜ ଫଟୋ ଏବଂ ଆଇଡି ପ୍ରୁଫ ଦେଇ ଗୋଟିଏ ନୂତନ କନେକ୍ସନ୍ ନେବାକୁ ପଡିବ । ଏହାକୁ ଆକ୍ଟିଭେଟ କରିବାପାଇଁ ଆପଣଙ୍କୁ ନିଜ ସ୍ମାର୍ଟ ଫୋନରେ ଗୋଟିଏ ଖାସ ଫିଚର୍ ଡାଉନଲୋଡ କରିବାକୁ ପଡ଼ିବ । ଏପରି କରିବାପରେ ଆପଣଙ୍କ ଇ – ସୀମ କମ୍ପ୍ୟଟିଭଲ ଡିଭାଇସ୍ ନିଜେ ନିଜେ ସିମକୁ କନ୍ଫିଗର କରିନେବ ।

ଗୋଟିଏ ଫୋନରେ ଚଳାନ୍ତୁ ପାଞ୍ଚଟି ନମ୍ବର :-

ଯଦି ଆପଣ ଇ- ସୀମ ସପୋର୍ଟ ବ୍ଯବହାର କରନ୍ତି, ତେବେ ଆପଣ ଗୋଟିଏ ସ୍ମାର୍ଟ ଫୋନରେ ଅନେକ ଇ- ସିମ ର ବ୍ୟବହାର କରିପାରିବେ । ତେବେ ଧ୍ୟାନ ଦେବା କଥା ଏହା ଯେ ଆପଣ ଥରକୁ ଗୋଟିଏ ହିଁ ଇ- ସୀମ ବ୍ୟବହାର କରିପାରିବେ । ତେଣୁ ଅନ୍ୟ ଇ- ସୀମକୁ ୟୁଜ୍ କରିବାପାଇଁ ଆପଣଙ୍କୁ କେବଳ ଦ୍ୱିତୀୟ ସୀମ୍ ଉପରେ ସ୍ଵିଚ କରିବାକୁ ପଡ଼ିବ ।

ଏହିପରି ଜିଓ ର ଇ- ସୀମ ସୁବିଧା ସାହାଯ୍ୟରେ ଆପଣ ନିଜ ସ୍ମାର୍ଟ୍ ଫୋନ୍ କୁ ଶୀମ ନ ପକାଇ ବ୍ୟବହାର କରିପାରିବେ ଏବଂ ଗୋଟିଏ ଫୋନରୁ ଅନେକ ନମ୍ବର ମଧ୍ୟ ବ୍ୟବହାର କରିପାରିବେ ।

odia sambada
Comments (0)
Add Comment