ନକଲି ଡକ୍ୟୁମେଣ୍ଟରେ ୟୁକ୍ରେନରେ ପଢୁଥିଲା ପୁଅ, ବାପାଙ୍କ ଉପରେ ସୁପ୍ରିମକୋର୍ଟ ଲଗାଇଥିବା ୧୦ ଲକ୍ଷ ଜୋରିମାନାକୁ କରାଗଲା ୨ ଲକ୍ଷ,ଜାଣନ୍ତୁ ପୁରା ଖବର

କମ ଫିସ୍ କାରଣରୁ ନିଜର ପୁଅକୁ ମେଡିକାଲ ପଢାପଢି କରିବା ପାଇଁ ୟୁକ୍ରେନ ପଠାଇଥିବା ବାପା ଉପରେ ଲଗାଯାଇଥିବା ଆର୍ଥିକ ଦଣ୍ଡକୁ ସୁପ୍ରିମକୋର୍ଟ କୋହଳ କରି ୨ଲକ୍ଷ କରି ଦେଇଛନ୍ତି|ସୁପ୍ରିମକୋର୍ଟରେ ଜଷ୍ଟିସ ଏଲ୍ଏନ୍ ରାଓ ଓ ଜଷ୍ଟିସ ବି ଆର ଗଗଇ ର ଖଣ୍ଡପୀଠ ର ସାମ୍ନାରେ ଜଣେ ବ୍ୟକ୍ତିର ନକଲି ଦସ୍ତାବେଜ ଲଗାଇ ଯୋଗ୍ୟତା ପ୍ରମାଣପତ୍ର ହାସିଲ କରିବା ଆରୋପରେ ମକଦ୍ଦମା ଦାଖଲ ଥିଲା,ଏହି ମାମଲାରେ ୮ ଫେବୃଆରୀକୁ ହୋଇଥିବା ପୂର୍ବ ଶୁଣାଣି ସମୟରେ ଏହା ଉପରେ ୧୦ ଲକ୍ଷ ଜୋରିମାନା ଲଗା ଯାଇଥିଲା|

ଯେତେବେଳେ କୋର୍ଟକୁ ଜଣାପଡିଲା ଯେ ପୁଅକୁ ମେଡିକାଲ ଶିକ୍ଷା ପାଇଁ ପ୍ରମାଣପତ୍ର ବନାଇବା ଯୋଗୁଁ ସେ ନିଜ କିଛି ତଥ୍ୟ ଗୁପ୍ତ ରଖିଛନ୍ତି ତ କୋର୍ଟ ଟିକିଏ ନରମ ହୋଇଛି|ନେସନାଲ ମେଡିକାଲ କାଉନସେଲର ଓକିଲକୁ କୋର୍ଟ କହିଲା ଯେ ,”ଦେଖନ୍ତୁ ଏଵେ ୟୁକ୍ରେନକୁ ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ପଢିବାକୁ ଯାଇଛନ୍ତି|ସେମାନେ ସେଠାରେ ଫସିଛନ୍ତି|ଏହି ଲଢେଇ କେବେ ସରିବ କାହାକୁ ଜଣାନାହିଁ|ଏହି ଭାରତୀୟ ଛାତ୍ର ଏଥିପାଇଁ ଯାଇ ପଢନ୍ତି କାରଣ ସେଠାରେ ଫିସ କମ ହୋଇଥାଏ|

କୋର୍ଟ କହିଲା ଯେ ଏଵେ ଯୁଦ୍ଧରେ ଛାତ୍ର ଓ ତାଙ୍କ ଅଭିବାବଙ୍କ ଅବସ୍ଥାକୁ ଦେଖି ଆମେ ପୁରୁଣା ଆଦେଶରେ ଜୋରିମାନା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ|ନେସନାଲ ମେଡିକାଲ କମିଶନ ଅନୁସାରେ ଛାତ୍ର ୨୦୧୪ରେ ଦ୍ୱାଦଶ ପାସ କରିଥିଲେ|ପୁଣି ମେଡିକାଲ ପାଇଁ ୟୁଜିରେ ଆବେଦନ କଲେ ଓ ଆଡ଼ମିଶନ ହୋଇଗଲା|କିନ୍ତୁ ଏଥିପାଇଁ ସେ କମିଶନ ପାଖରେ ଯେଉଁ ଯୋଗ୍ୟତା ସାର୍ଟିଫିକେଟ ଜମାକଲେ ସେଥିରେ ଥିବା ବୟସ ସହ ଜନ୍ମଵୟସ ମେଳ ଖାଇ ନଥିଲା|

ସାର୍ଟିଫିକେଟ ଅନୁସାରେ ୩୧ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ ଛାତ୍ରକୁ ୧୭ବର୍ଷ ୪ମାସ ହୋଇଥାଏ କିନ୍ତୁ ତା ଜନ୍ମତିଥି ଅନୁସାରେ ୧୬ ବର୍ଷ ୧ ମାସ ହୋଇଥାଏ|ଆୟୋଗ ୧୧ ଅକ୍ଟୋବର ୨୦୧୯ଛାତ୍ର ନାମରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ କାରଣ କାରଣ ଯୋଗ୍ୟତା ଅନୁସାରେ ଛାତ୍ରକୁ ୧୭ ବର୍ଷ ହୋଇନଥିଲା|ଛାତ୍ର ହାଇକୋର୍ଟ ଆଦେଶରେ ନିଜ କଥା ରଖିଥିଲେ କିନ୍ତୁ ଆୟୋଗ ଖାରଜ କରିଦେଇଥିଲେ|ପୁଣି ତାଙ୍କ ବାପା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ|କୋର୍ଟ ଏହାକୁ ନକଲି ମାନି ପ୍ରଥମେ ୧୦ ଲକ୍ଷ ଜୋରିମାନା ଲଗାଇଥିଲେ କିନ୍ତୁ ପରେ ଏହାକୁ କମାଇ ୨ ଲକ୍ଷ କରିଥିଲେ|

odia sambada
Comments (0)
Add Comment