ୟୁକ୍ରେନ୍ – ରୁଷିଆ ଯୁଦ୍ଧ ପାଇଁ ଓଡିଶାରେ ପ୍ରଭାବ,ଲିଟର ପିଛା ୩୦ ଟଙ୍କା ବଢିଲା ପାମୋଲିନ୍ ତେଲ

ଓଡ଼ିଶା ଉପରେ ୟୁକ୍ରେନ ଓ ଋଷିଆ ମଧ୍ୟରେ ହେଉଥିବା ଯୁଦ୍ଧର ପ୍ରଭାବ:-

୧। ପାମୋଲିନ ତେଲର ମୂଲ୍ୟ ଲିଟର ପିଛା ୩୦ ଟଙ୍କା ବଢିଲା।

୨। ସନଫ୍ଳାଓ୍ବାର ତେଲ ମଧ୍ୟ ଆକାଶ ଛୁଆଁ।

୩। ସପ୍ତାହକ ମଧ୍ୟରେ ଗଛିତ ତେଲ ମଧ୍ୟ ସରିଯିବ।

୪। ଆମଦାନୀ ନ ହେଲେ ସ୍ଥିତି ବହୁତ ସଙ୍ଗୀନ ହେବ।

୫। ଓଡିଶାକୁ ଦୈନିକ ଦେଢ ହଜାର ରୁ ୨ ହଜାର ଟନ ଆମଦାନୀ ହୋଇଥାଏ।

୬। ବର୍ଷକୁ ୬ ଲକ୍ଷ ଟନ ଓଡିଶାକୁ ଆସିଥାଏ।

୭। ଯୁଦ୍ଧ ପାଇଁ ଆମଦାନୀରେ ସୃଷ୍ଟି ହୋଇଛି ବ୍ୟାଘାତ।

୮। ଭାରତରେ ବାର୍ଷିକ ୧.୯୦ କୋଟି ଟନର ଆବଶ୍ୟକତା ରହିଛି।

୯। ସେଥିମଧ୍ଯରୁ ୧.୩୦ ଲକ୍ଷ ଟନ ହିସାବରେ ୭୦ ପ୍ରତିଶତ ଆମଦାନୀ ହୋଇଥାଏ। ୫୦ ପ୍ରତିଶତ ପାମୋଲିନ, ୨୦ ପ୍ରତିଶତ ସନଫ୍ଲାଓ୍ବାର ଆସିଥାଏ। ସେଥିମଧ୍ୟରୁ ୩ ଲକ୍ଷ ଟନର ସନଫ୍ଳାଓ୍ବାର, ୨୪ ଲକ୍ଷ ଟନ୍ ପାମୋଲିନ କେବଳ ୟୁକ୍ରେନରୁ ଆସିଥାଏ।

୧୦। ସରକାର ବ୍ୟବସ୍ଥା ନ କରିଲେ ଆସନ୍ତା ସପ୍ତାହକ ମଧ୍ୟରେ ୫୦ ଟଙ୍କା ଲେଖାଏଁ ତେଲ ବଢିବ।

ଏହି ବିଷୟରେ ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ସୂଚନା ଦେଲେ।

odia sambada
Comments (0)
Add Comment