ଭାରତର ଦିଗ୍ଗଜ କ୍ରିକେଟର ଵିନୋଦ କାମ୍ବଲୀ ମୁମ୍ଵାଇର ବାନ୍ଦ୍ରା ସ୍ଥିତ ନିଜର ରିହାୟାଶି ସୋସାଇଟିର ଗେଟ ଠାରେ ରବିବାର ଅପରାହ୍ନରେ ନିଜ ଗାଡି ଧକ୍କା କରିଛନ୍ତି ଫଳରେ ତାଙ୍କୁ ଗିରଫ କରାଯାଇଛି|କାମ୍ବଲୀ ସାଧାରଣତଃ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି|ନିକଟରେ ଏହି ଖେଳାଳି ମଧ୍ୟ ସାଇବର ଅପରାଧର ଶିକାର ହୋଇଥିଲେ|
ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ କାମ୍ବଲୀ ଘଟଣା ପରେ ପରିସରର ଚୈକିଦାର ଓ ଅନ୍ୟାନ୍ୟ କିଛି ନିବାସୀ ସହ ଯୁକ୍ତିତର୍କ କରିଥିଲେ|ତାଙ୍କୁ ପରେ ଜାମିନରେ ଛାଡି ଦିଆଗଲା|ସେ କହିଛନ୍ତି ଯେ କାମ୍ବଲୀ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୨୭୯,୩୩୬,୪୨୭ ଅନ୍ତର୍ଗତ ବାନ୍ଦ୍ରା ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି|
କହିରଖେ ଏଵେ ନିକଟରେ କିଛି ସମୟ ପୂର୍ବରୁ ସେ ଅନଲାଇନ ଠକର ଶିକାର ହୋଇଥିଲେ|କାମ୍ବଲୀକୁ ସାଇବର ଠକ ୧ ଲକ୍ଷ ଟଙ୍କାର ଚୁନ ଲଗାଇଥିଲେ,ଯାହାପରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ କରାଯାଇ ଥିଲା|ପୋଲିସର ଜଣେ ଅଧିକାରୀ ଏହି ସୂଚନା ଦେଇଥିଲେ|ଜଣେ ଅଧିକାରୀ କହିଛନ୍ତି ଯେ ବ୍ୟକ୍ତି ନିଜକୁ ବ୍ୟାଙ୍କ ଅଧିକାରୀ କହି କାମ୍ବଲିକୁ ଫୋନ କଲା ଓ ତାକୁ ଗୋଟିଏ ଲିଙ୍କ ପଠେଇଲା|ସେ ଏହି ଲିଙ୍କ କ୍ଲିକ କରିବା ଫଳରେ ଖାତାରୁ ୧ ଲକ୍ଷ ଟଙ୍କା ଗାଏଵ ହୋଇଗଲା|
ନିଜର କ୍ୟାରିଅରରେ କାମ୍ବଲି ୧୭ ଟେଷ୍ଟ ମ୍ୟାଚରେ ୨୧ ପାଳିରେ ୫୪.୨୦% ହାରରେ ୧୦୮୪ ରନ କରିଥିଲେ|ତାଙ୍କ ବେଷ୍ଟ ସ୍କୋର ୨୨୭ ରନ ରହିଛି|ସେ ଟେଷ୍ଟ କ୍ୟାରିଅରରେ ୪ ଶତକ ଓ ତିନି ଅର୍ଦ୍ଧ ଶତକ ହାସଲ କରିଥିଲେ|ଏକଦିବସୀୟ କ୍ରିକେଟରେ କାମ୍ବଲୀ ୧୦୪ ମ୍ୟାଚର ୯୭ ପାଳିରେ ୩୨.୫୯% ହାରରେ ୨୪୭୭ ରନ ବନାଇଥିଲେ|ଏହା ମାନାଯାଏ ଯେ କାମ୍ବଲୀ ଜଣେ ଦିଗ୍ଗଜ କ୍ରିକେଟର ଭାବେ କ୍ରିକେଟକୁ ବିଦାୟ କହିବେ|କିନ୍ତୁ ତାଙ୍କ କ୍ୟାରିୟର ବିବାଦ ଯୋଗୁଁ ଶେଷ ହୋଇଗଲା|