ଋଷର ୫ଟି ଲଢୁଆ ବିମାନକୁ ଆକାଶପଥରେ ଧ୍ୱଂସ କଲା ୟୁକ୍ରେନ !

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଋଷ ତରଫରୁ ପ୍ରଥମେ ଆକ୍ରମଣ ପରେ ବର୍ତ୍ତମାନ ୟୁକ୍ରେନ ଏହାର ଜବାଦ ଦେବା ଆରମ୍ଭ କରିଛି। ୟୁକ୍ରେନର ଆକାଶରେ ବର୍ତ୍ତମାନ ଫାଇଟର ଜେଟ ପଇଁତରା ମାରୁଥିବା ସମୟରେ ଋଷର ୫ଟି ଫାଇଟର ବିମାନକୁ ରକେଟ ମାଡ କରି ଆକାଶପଥରେ ହିଁ ୟୁକ୍ରେନ୍ ସେନା ଧ୍ୱଂସ କରିଥିବା କହିଛି। ଗୋଟିଏ ହେଲିକପ୍ଟରକୁ ଲୁହାନସ୍କର ଆକାଶପଥରେ ନଷ୍ଟ କରିଛି ବୋଲି ୟୁକ୍ରେନ ସେନା ଦାବି କରିଛି।

ଏଭଳି ଭୟାବହ ପରିସ୍ଥିତି ମଧ୍ୟରେ ଋଷ ବିରୋଧରେ ନାଟୋ ଦେଶ ଲଢିବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ନର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ ତରଫରୁ ଋଷ ବିରୋଧରେ ଏହି ଯୁଦ୍ଧଂ ଦେହି ଡାକରା ଦିଆଯାଇଛି। ନାଟୋରେ ଆମେରିକା, ଫ୍ରାନ୍ସ, କାନାଡା, ବିଟ୍ରେନ ସମେତ ୩୦ ଦେଶ ଅଛନ୍ତି। ତେଣୁ ଏହା ବର୍ତ୍ତମାନ ଋଷ ପାଇଁ ଅଡୁଆ ସୃଷ୍ଟି କରିଛି। ମୁଖତଃ ନାଟୋରେ ୟୁକ୍ରେନର ସାମିଲ ହେବାକୁ ନେଇ ବିବାବ ଆରମ୍ଭ ହୋଇ ଯାଇଥିଲା।

ଏହାପୂର୍ବରୁ ବିଶ୍ୱର ଅନ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଋଷ ରାଷ୍ଟ୍ରପତି ଚେତାବନୀ ପୂର୍ଣ୍ଣ ବାର୍ତ୍ତା ଜାରି କରିଥିଲେ। ଭ୍ଲାଦିମିର ପୁଟିନ କହିଥିଲେ ୟୁକ୍ରେନ ମାମଲାରେ କେହି ମୁଣ୍ଡ ଖେଳାନ୍ତୁ ନାହିଁ। ଯଦି କେହି ମୁଣ୍ଡ ଖେଳାଇବ ତେବେ ପରିଣାମ ବହୁତ ଭୟାବହ ହେବ। ଏମିତି ଭୋଗିବକି ଇତିହାସରେ କେହି କେବେ ଭୋଗିନଥିବ। ପୁଟିନ ଏଭଳି କହି କଡା ଚେତାବନୀ ଦେଇଛନ୍ତି।

odiasambada
Comments (0)
Add Comment