ଚାକିରୀ କରିବା ସହିତ ମାତ୍ର ୧୦ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତି ମାସରେ ହେବ ୩୦୦୦୦ ଟଙ୍କାର ଏକ୍ସଟ୍ରା ରୋଜଗାର, ଜାଣନ୍ତୁ କିପରି ?

ଯଦି ଆପଣ ବୃତ୍ତିରେ ଚାକିରୀ କରନ୍ତି, କିନ୍ତୁ ଆପଣ ନିଜର ବିଜେନେସ ମଧ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ବିଜନେସ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଚାକିରୀ ସହିତ ମଧ୍ୟ ଆରମ୍ଭ କରିପାରିବେ | ଏହି ବିଜନେସ ହେଉଛି ଆଚାର କିମ୍ବା ଖଟା ବିଜେନେସ | ଏହି ବିଜନେସରୁ ଅରଣା ଏକ୍ସଟ୍ରା ଇନକମ କରିପାରିବେ |

ଆଚାର ମେକିଙ୍ଗ ବିଜନେସର ଆରମ୍ଭ ଘରୁ ହୋଇପାରେ | ଯେତେବେଳେ ବିଜନେସ ବଢିବାକୁ ଲାଗିବ, ସେତେବେଳେ ଅଲଗା ସ୍ଥାନ ନେଇ ଏହି ବିଜନେସକୁ ଆଗକୁ ବଢାଇବା ବିଷୟରେ ଚିନ୍ତା କରିପାରିବେ | ଆସନ୍ତୁ ଆପଣଙ୍କୁ କହିବୁ ଯେ କିପରି ଆପଣ ଏହି ବିଜନେସକୁ ଆରମ୍ଭ କରିବେ ଏବଂ କେତେ ରୋଜଗାର ହୋଇପାରିବ |

୧୦ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବିଜନେସ :-

ଆପଣ ମଧ୍ୟ ଆଚାର ତିଆରି କରିବାର ବିଜେନେସ ଘରେ ଆରମ୍ଭ କରିପାରିବେ | ଏହି ବିଜନେସ ସର୍ବନିମ୍ନ ୧୦ ହଜାର ଟଙ୍କାରେ ଆରମ୍ଭ ହୋଇଯାଇପାରେ | ଏହାଦ୍ୱାରା ଆପଣଙ୍କର ୨୫ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରେ | ଏହି ରୋଜଗାର ଆପଣଙ୍କର ପ୍ରଡକ୍ଟର ଡିମାଣ୍ଡ, ପ୍ୟାକିଂ ଏବଂ ଏରିଆ ଉପରେ ମଧ୍ୟ ନିର୍ଭର କରିଥାଏ | ଆଚାରକୁ ଅନଲାଇନ ଥୋକ, ରିଟେଲ ମାର୍କେଟ ଏବଂ ରିଟେଲ ଚେନକୁ ବିକ୍ରି କରିପାରିବେ |

ସରକାର ମଧ୍ୟ କରିବେ ସାହାଯ୍ୟ :-

ମୋଦି ସରକାରଙ୍କ ସ୍ୱପ୍ନ ରହିଛି ଯେ ଲୋକମାନେ ଜବ ସିକରସ ବଦଳରେ ନିଜେ ଜବ କ୍ରିଏଟର୍ସ ହୁଅନ୍ତୁ | ନିଜର ବିଜନେସ କିମ୍ବା ଷ୍ଟାର୍ଟଅପ ଠିଆ କରିପାରିବେ | ସରକାର ଏଥିପାଇଁ ଅନେକ ପ୍ରକାରର ସ୍କିମସ ମଧ୍ୟ ଚଳାଇଛନ୍ତି, ଯେଉଁଥିରେ ଲୋକମାନଙ୍କୁ ଦକ୍ଷ କରାଯାଇପାରିବ | ଯଦି ଆପଣ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହି ସରକାରୀ ସ୍କିମର ଫାଇଦା ଉଠାଇ ପାରିବେ |

୯୦୦ ବର୍ଗ ଫୁଟର ଏରିଆ ଆବଶ୍ୟକ :-

ଆଚାର ମେକିଙ୍ଗ ବିଜନେସ ପାଇଁ ୯୦୦ ବର୍ଗ ଫୁଟର ଏରିଆ ଥିବା ଆବଶ୍ୟକ | ଆଚାର ତିଆରି କରିବା, ଆଚାର ଶୁଖାଇବା, ଆଚାରକୁ ପ୍ୟାକ କରିବା ଇତ୍ୟାଦି ପାଇଁ ଖୋଲା ସ୍ଥାନ ଆବଶ୍ୟକ ହୋଇଥାଏ | ଆଚାରକୁ ଅଧିକ ସମୟ ପର୍ଯ୍ୟନ୍ତ ଖରାପ ହେବାରୁ ବଞ୍ଚାଇବା ପାଇଁ ଆଚାର ତିଆରି କରିବାର ପ୍ରକ୍ରିୟାରେ ବହୁତ ସଫାସୁତରା ଦରକାର ହୋଇଥାଏ, ସେତେବେଳେ ଯାଇ ଆଚାର ଅଧିକ ଦିନ ପର୍ଯ୍ୟନ୍ତ ତାଜା ରହିଥାଏ |

ଆଚାର ମେକିଙ୍ଗ ବିଜନେସରେ ଏତେ ଟଙ୍କା ରୋଜଗାର କରିପାରିବେ :-

ଆଚାର ମେକିଙ୍ଗ ବିଜନେସକୁ ୧୦ ହଜାର ଟଙ୍କା ଲଗାଇ ଏହାର ଦୁଇଗୁଣା ଲାଭ ରୋଜଗାର କରାଯାଇପାରିବ | ପ୍ରଥମ ମାର୍କେଟିଙ୍ଗରେ ବିନିଯୋଗର ସବୁ ରାଶି ମିଳିଯାଇଥାଏ ଏବଂ ତାପରେ କେବଳ ଲାଭ ହିଁ ଲାଭ ହୋଇଥାଏ | ଏହି ଛୋଟ ବିଜନେସକୁ ପରିଶ୍ରମ, ଆଗ୍ରହ ଏବଂ ନୁଆଁ ନୁଆଁ ପ୍ରୟୋଗ ଦ୍ୱାରା ବଡ଼ ବିଜନେସ କରାଯାଇପାରିବ | ଏହି ବିଜନେସର ଲାଭ ପ୍ରତି ମାସରେ ମିଳିବ ଏବଂ ଲାଭ ମଧ୍ୟ ବଢିବ |

odia sambada
Comments (0)
Add Comment