ଆଇପିଏଲ ମହାମୁକାବିଲା ୨୦୨୨ : ଏହି ତାରିଖରେ ଆରମ୍ଭ ହୋଇପାରେ ଆଇପିଏଲ ?

ଆଇପିଏଲର ମହାମୁକାବିଲା ପାଇଁ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ। କେଉଁ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ, କେଉଁ ଦିନ କେତୋଟି ଲେଖାଏଁ ମ୍ୟାଚ ଖେଳାଯିବ, ଟାଇମ ଟେବୁଲ କଣ ରହିବ ତାହା ଏକପ୍ରକାର ବର୍ତ୍ତମାନ ସ୍ଥିର ହୋଇ ସାରିଛି। କେବଳ ମୋହର ବାଜିବା ବାକି ଅଛି। ଆଉ ଆସନ୍ତା ସପ୍ତାହରେ ଏ ବିଷୟରେ ଘୋଷଣା ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମାର୍ଚ୍ଚ ୨୬ ତାରିଖରୁ ଆଇପିଏଲ ଆରମ୍ଭ ହୋଇପାରେ। ଆଉ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି। ଆସନ୍ତା ସପ୍ତାହରେ ଏହାର ସମ୍ପୂର୍ଣ ବିବରଣୀ ପ୍ରକାଶ ପାଇବ। ତେବେ କରୋନା ପାଇଁ ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ ପୁଣେ ଓ ମୁମ୍ବାଇରେ ହୋଇପାରେ। ଏ ବିଷୟରେ ଫ୍ରାଞ୍ଚାଇଜମାନଙ୍କୁ ମଧ୍ୟ ସୂଚନା ଦିଆଯାଇଛି, ଯାହାଦ୍ୱାରା ସେମାନେ ଆଗୁଆ ନିଜ ପାଇଁ ହୋଟେଲ ବୁକିଂ କରିପାରିବେ। ତେବେ ଫାଇନାଲ ଓ ପ୍ଲେ-ଅଫ୍ ମ୍ୟାଚ କେଉଁ ଷ୍ଟାଡିୟମରେ ଖେଳାଯିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି କୁହାଯାଉଛି।

ପୂର୍ବରୁ ବିସିସିଆଇ ଆଇପିଏଲର ଉଦଘାଟନୀ ମ୍ୟାଚ୍ ୨୭ ମାର୍ଚ୍ଚରୁ ଆରମ୍ଭ କରିବା ପାଇଁ ବିସିସିଆଇ ସ୍ଥିର କରିଥିଲା। ତେବେ ପ୍ରସାରଣକାରୀ ସଂସ୍ଥା ୨୬ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଯେହେତୁ ମାର୍ଚ୍ଚ ମାସ ୨୬ ତାରିଖ ଶନିବାର ପଡୁଛି ତେଣୁ ଏହାର ଲାଭ ଉଠାଇବାକୁ ପ୍ରସାରଣକାରୀ ସଂସ୍ଥା ଏଭଳି ପ୍ରସ୍ତାବ ଦେଇଥିଲା। ଏପରିକି ୨୭ ମାର୍ଚ୍ଚରେ ଏହିପରି ୨ଟି ମୁକାବିଲା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଚଳିତବର୍ଷ କରୋନା କଟକଣା କାରଣରୁ ଫାଇନାଲ ସମେତ ସମସ୍ତ ପ୍ଲେ-ଅଫ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ ବୋଲି କୁହାଯାଉଛି। ଏ ବିଷୟରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଆସନ୍ତା ସପ୍ତାହରେ ଆଇପିଏଲ ପାଇଁ ତାରିଖ ଘୋଷଣା ସହିତ କେଉଁ ଷ୍ଟାଡିୟମରେ କେବେ ମ୍ୟାଚ ଖେଳାଯିବ ତାହା ଉପରୁ ମଧ୍ୟ ପରଦା ହଟିବ।

odia sambada
Comments (0)
Add Comment