୧୭ ବର୍ଷୀୟ ଝିଅ ସହିତ ୩ ଥର ବଳତ୍କାରର ଆରୋପ, ରାଜକୁମାର ଦେବେ ୧୨୨ କୋଟି ଟଙ୍କା,ଜାଣନ୍ତୁ ପୁରା ଘଟଣା

‘ଡ୍ୟୁକ ଅଫ ୟର୍କ’ ବ୍ରିଟେନର ପ୍ରିନ୍ସ ଏଣ୍ଡ୍ର୍ୟୁ ଓ ବର୍ଜିନିୟା ରୋବର୍ଟସ ଗ୍ରିଫେଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି। ପ୍ରିନ୍ସ ଏଣ୍ଡ୍ର୍ୟୁ ବ୍ରିଟେନର ମହାରାଣୀ ଏଲିଜାବେଥଙ୍କ ଦ୍ୱିତୀୟ ପୁତ୍ର ଅଟନ୍ତି। ମହାରାଣୀ ଏହି ମାମଲାରେ ଦାଖଲ କରିଥିଲେ ଓ ପ୍ରିନ୍ସର ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ। ଏହା ପରେ ବର୍ଜିନିୟା ଓ ପ୍ରିନ୍ସ ଏଣ୍ଡ୍ର୍ୟୁଙ୍କ ମଧ୍ୟରେ ରେପ କରିବାର ଆରୋପ ମାମଲାରେ ବୁଝାମଣା ହୋଇ ଯାଇଥିଲା।

ବ୍ରିଟିଶ ମିଡ଼ିଆ ଅନୁସାରେ ଯେଉଁ ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିଛି, ସେହି ଅନୁସାରେ ଏହି ମାମଲାରେ ୧୨୨ କୋଟିର ବୁଝାମଣା ହୋଇଛି। ‘ଡେଲି ମେଲ’ର ରିପୋର୍ଟ ମୁତାବିକ, ଏହି ମାମଲାରେ ମହାରାଣୀ ଏଲିଜାବେଥ ଦାଖଲ ଦେଇଛନ୍ତି। ଏହି ବୁଝାମଣାରେ ଥିବା ପଇସା ଦେବାରେ ପ୍ରିନ୍ସ ସାହାଯ୍ୟ କରିବେ। ସମୁଦାୟ ମିଶାଇ ଏହି ସମସ୍ତ ପଇସା ମହାରାଣୀ ଦେବେ, ଟେଲିଗ୍ରାଫର ରିପୋର୍ଟରେ ମଧ୍ୟ ଏହି କଥା ଜଣାପଡିଥିଲା।

କଣ ଏହି ସମ୍ପୂର୍ଣ ମାମଲା:-

ଡେଲି ମେଲ ଅନୁସାରେ, ପ୍ରିନ୍ସ ଏଣ୍ଡ୍ର୍ୟୁ ଓ ଜେଫ୍ରି ଏପଷ୍ଟେନଙ୍କ ମଧ୍ୟରେ ୧୯୯୯ ମସିହାରେ ସାକ୍ଷାତ ହୋଇଥିଲା। ଜେଫ୍ରି ତାଙ୍କର ସାକ୍ଷାତକାର ଘିସଲାଇନ ମ୍ୟାକ୍ସୱେଲଙ୍କ ସହ କରିଥିଲେ। ମ୍ୟାକ୍ସୱେଲ ନ୍ୟୁଜପେପର ଟାୟକୁନ ରବର୍ଟ ମ୍ୟାକ୍ସୱେଲଙ୍କ ଝିଅ ଥିଲେ। ଏହା ପରେ ଏଣ୍ଡ୍ର୍ୟୁ ଏବରଡ଼ିନଶାୟରରେ ମହାରାଣୀ ଏଲିଜାବେଥ ଦ୍ବାରା ଆୟୋଜିତ ସ୍କଟିଶ ରିଟ୍ରିଟରେ ତାଙ୍କୁ ଡାକିଥିଲେ। ୨୦୦୧ ମସିହାରେ ବର୍ଜିନିୟା ଗ୍ରିଫେ ରବର୍ଟ୍ସ ଦାବି କରିଥିଲେକି ପ୍ରିନ୍ସ ଏଣ୍ଡ୍ର୍ୟୁ ତିନିଥର ମୋ ସହିତ ସମ୍ବନ୍ଧ ରଖିଥିଲେ।

ଏହି ସବୁକିଛି ମ୍ୟାକ୍ସୱେଲଙ୍କ ଲଣ୍ଡନ ସ୍ଥିତ ଟାଉନହାଉସରେ ୧୦ମାର୍ଚ୍ଚରେ ହୋଇଥିଲା। ସେତେବେଳେ ଦୁଇଜଣଙ୍କର ପ୍ରଥମ ଥର ସାକ୍ଷାତ ହୋଇଥିଲା। ସେ ବିବିସି ସହିତ ଇଣ୍ଟରଭ୍ୟୁରେ ଏହି ସାକ୍ଷାତ ବିଷୟରେ ମନା କରିଦେଇଥିଲେ।

୨୦୦୮ ମସିହାରେ ଏପଷ୍ଟେନଙ୍କୁ ପିଲାଙ୍କର ଯୌନ ତସ୍କରି ମାମଲାରେ ୧୮ ବର୍ଷର ଦଣ୍ଡ ଶୁଣାଇଥିଲେ, ୨୦୧୦ ମସିହାରେ ତାଙ୍କୁ ମୁକ୍ତି ମିଳିଲା। ମୁକ୍ତି ମିଳିବା ପରେ ସେ ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ସେ ପ୍ରିନ୍ସ ଏଣ୍ଡ୍ର୍ୟୁଙ୍କ ସହିତ ଦେଖା ଯାଇଥିଲେ। ୨୦୧୧ ମସିହାରେ ଯେତେବେଳେ ଏହି ଫୋଟ ସାମ୍ନାକୁ ଆସିଥିଲା ସେତେବେଳେ ପ୍ରିନ୍ସ ନିଜ ପଦବୀରୁ ଇସ୍ତଫା ଦେଇଦେଲେ।

ଏପେଷ୍ଟନ ଉପରେ ଅଗଣିତ ଝିଅଙ୍କ ସହିତ ତସ୍କରୀ କରିବାର ଆରୋପ ଅଛି। ରବର୍ଟ ମଧ୍ୟ ସେହି ଝିଅମାନଙ୍କ ମଧ୍ୟରେ ସାମିଲ ଥିଲେ। ଯେଉଁ ମାନଙ୍କର ତାସ୍କରି କରାଯାଇଥିଲା। ବର୍ତ୍ତମାନ ତାଙ୍କର ବୟସ ୩୮ ବର୍ଷ ପାଖାପାଖି ଅଟେ।

୨୦୧୫ ମସିହାରେ ଲାଗିଥିବା ମହିଳା ୨୦୧୫ ମସିହାର ଆରୋପରେ ଏପେଷ୍ଟନ ସହ ସମ୍ବନ୍ଧିତ କାଗଜପତ୍ର ଆମେରିକା କୋର୍ଟରେ ହାଜିର କରାଯାଇଥିଲା। ଏହି ରିପୋର୍ଟରେ ବର୍ଜିନିୟା ଗ୍ରିଫେ ରବର୍ଟସଙ୍କ ନାମ ମଧ୍ୟ ଥିଲା, ସେ ଫ୍ଲୋରିଡାରେ ଦାଖିଲ କରିଥିବା କାଗଜପତ୍ରରେ କହିଥିଲେକି ଯେତେବେଳେ ସେ ୧୭ ବର୍ଷର ଥିଲେ ସେତେବେଳେ ତାଙ୍କ ସହିତ ପ୍ରିନ୍ସ ଏଣ୍ଡ୍ର୍ୟୁ ଜବରଦସ୍ତି ସେକ୍ସ୍ କରିଥିଲେ। ଅଗଷ୍ଟ ୨୦୨୧ ମସିହାରେ ସେ ଏକ ମାମଲା ପ୍ରିନ୍ସ ଏଣ୍ଡ୍ର୍ୟୁଙ୍କ ବିରୁଦ୍ଧରେ ରୁଜ୍ଜୁ କରିଥିଲେ।

odia sambada
Comments (0)
Add Comment