ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ଉତ୍ତରାଧିକାରୀ ହେବେ ଏହି ୧୦ ବର୍ଷର ଝିଅ !

0

Get real time updates directly on you device, subscribe now.

ଉତ୍ତର କୋରିଆ ନିଜର ମିଶାଇଲ ପରୀକ୍ଷଣ ଓ ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଅଜବ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। କିମ ଜଙ୍ଗ ଉନ ନିଜ ଦେଶରେ ଯାହା ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି, ତାହା ସମସ୍ତେ ମାନିବାକୁ ବାଧ୍ୟ ।

ତେବେ ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଝିଅର ନାଁ ଜୁ ଅୟେ ଓ ତାକୁ ପ୍ରାୟ ୧୦ ବର୍ଷ । ତଥ୍ଯ ଅନୁସାରେ ଜୋ ଅଇଙ୍କ ନାମ ଶିକ୍ଷା ପାଇଁ କୌଣସି ବିଦ୍ୟାଳୟରେ ଆଧିକାରୀକ ଭାବେ ନାମ ଲେଖାଯାଇ ନାହିଁ । ସେ ପ୍ୟୋଙ୍ଗୟାଙ୍ଗରେ ହୋମସ୍କୁଲିଂ ନେଉଛନ୍ତି ।

ତେବେ ନିକଟରେ ବାପା କିମ୍‌-ଜୋଙ୍ଗ୍‌-ଉନ୍‌ ନିଜ ସାଥିରେ ଝିଅ ଜୁ ଅୟେଙ୍କୁ ଧରି ଉତ୍ତର କୋରିଆ ୭୫ତମ ସାମରିକ ଭୋଜିସଭାରେ ଯୋଗ ଦେଇଥିବାର ଦେଖା ଯାଇଥିଲା । ଆଉ ଏ କଥା ସେଠାକାର ରାଷ୍ଟ୍ରାୟତ ଗଣମାଧ୍ୟମ ରି-ପୋର୍ଟ କରିବା ପରେ ସେ ହିଁ କିମ୍‌ଙ୍କ ପରିବାରର ଉତ୍ତରାଧିକାରିଣୀ ବୋଲି ବିଭିନ୍ନ ଗଣମାଧ୍ୟମ କଳ୍ପନାଜଳ୍ପନା ଉପରେ ଆଧାରିତ ରି-ପୋର୍ଟ ପ୍ରକାଶ ପାଇଥିଲା ।

ଭୋଜିସଭାରେ ପଦସ୍ଥ ସେନା ଅଧିକାରୀମାନଙ୍କ ଗହଣରେ କଳା ସୁଟ୍‌ ପିନ୍ଧି ବାପାଙ୍କ ପାଖରେ ବସିଥିବା ଝିଅଟିର ନାଁ କିମ୍‌ ଜୁ ଅୟେ ।ସେ କିମ୍‌ ଜୋଙ୍ଗ ଉନଙ୍କର ତିନି ସନ୍ତାନ ମଧ୍ୟରୁ ଦ୍ବିତୀୟ ସନ୍ତାନ ବୋଲି ବିଶ୍ବାସ କରାଯାଉଛି । ଏହା ହେଉଛି ୧୦ ବର୍ଷୀୟ ଝିଅ ସହିତ କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ୪ର୍ଥ ସର୍ବସାଧାରଣ ପରିପ୍ରକାଶ ।

ତେବେ ଉତ୍ତୋଳିତ ଫଟୋରେ ଦେଖା ଯାଇଥିଲା ଯେ ବାପା ପଦସ୍ଥ ସେନା ଅଧିକାରୀମାନଙ୍କ ସହିତ କରମର୍ଦ୍ଦନ କରୁଥିବା ବେଳେ ଝିଅ କିମ୍‌ ଜୁ ଅୟେ ତାଙ୍କ ପାଖକୁ ଲାଗି ଠିଆ ହୋଇଥିଲେ । ତା’ପରେ ଟେବୁଲ୍‌ ପାଖରେ ମଧ୍ୟ ବାପାଙ୍କ ପାଖକୁ ଲାଗି ବସିଥିଲେ ।

ସେନା ଅଧିକାରୀମାନେ ନଇଁପଡ଼ି ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବାରୁ ରାଷ୍ଟ୍ରାୟତ ଗଣମାଧ୍ୟମ କରିଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ, ନେତାଙ୍କ ସମ୍ମାନାସ୍ପଦ ଗେହ୍ଲୀ ଝିଅ ।ତେଣୁ କରି ସେ ଉତ୍ତର କୋରିଆର ପରବର୍ତ୍ତୀ ଶାସକ ହୋଇ ପାରନ୍ତି ବୋଲି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରି-ପୋର୍ଟ କରିଛି । ଗତ ନଭେମ୍ବର ମାସରେ କେତେଗୁଡ଼ିଏ ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ କ୍ଷେ-ପଣା-ସ୍ତ୍ର ପ୍ରୟୋଗ ବେଳେ ମଧ୍ୟ ସେ ବାପା କିମ୍‌ଙ୍କ ସହିତ ସାମରିକ ବୈଜ୍ଞାନିକମାନଙ୍କ ବୈଠକରେ ଯୋଗ ଦେଇଥିବା ଜଣା ପଡ଼ିଛି ।

Leave A Reply

Your email address will not be published.