ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୁଏ ।ସେହିଭଳି ଏକ ଭିଡିଓ ଭାଇରାଲ୍ ହୋଇଥିଲା ୨୦୧୭ ମସିହାରେ । ଯାହା ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିଲା । ଯେଉଁଥିରେ ମୁକେଶ ଅମ୍ବାନୀଙ୍କର ଏକ ଡ୍ରାଇଭର ସେମାନଙ୍କ ମାସିକ ପ୍ୟାକେଜ୍ ବିଷୟରେ ପ୍ରକାଶ କରିଥିଲେ।
୨ ଲକ୍ଷ ଟଙ୍କା ପ୍ରତି ମାସକୁ ପାଉଥିବାବେଳେ, ୨୦୧୭ ରେ ରିଲାଏନ୍ସ ମାଲିକଙ୍କ ବ୍ୟକ୍ତିଗତ ଡ୍ରାଇଭରର ବାର୍ଷିକ ସିଟିସି ଅତି କମରେ ୨୪ ଏଲପିଏ ଥିଲା । ତାହାହେଲେ ୨୦୨୩ ରେ ଏହି ଦରମା କେତେ ହୋଇପାରେ, ଭାବିଲେ ଆଶ୍ଚର୍ଯ୍ୟ ଲାଗିବାଟା ସ୍ବଭାବିକ । ଅମ୍ବାନୀ ବଂଶ ପାଇଁ ଡ୍ରାଇଭରମାନଙ୍କର କାମ ଏତେ ସହଜ ନଥାଏ ।
ସେମାନଙ୍କୁ ଏକ ଘରୋଇ ଚୁକ୍ତିଭିତ୍ତିକ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦିଆଯାଏ । ଅମ୍ବାନୀଙ୍କ ବଙ୍ଗଳା ଆଣ୍ଟିଲିଆରେ ପାଦ ଦେବା ପୂର୍ବରୁ, ଡ୍ରାଇଭିଂ କର୍ମଚାରୀମାନେ ଅମ୍ବାନୀ ଘରର ବିଳାସପୂର୍ଣ୍ଣ ଜୀବନଶୈଳୀ ସହିତ ଚଳିବା ପାଇଁ ଉଚିତ୍ ତାଲିମ ଗ୍ରହଣ କରିଥାନ୍ତି । ସେମାନେ ସମସ୍ତ ପ୍ରକାରର ବାଣିଜ୍ୟିକ ଏବଂ ବିଳାସପୂର୍ଣ୍ଣ ଗାଡି ଉପରେ ସ୍ବତନ୍ତ୍ର ତାଲିମ ଦ୍ବାରା ଜ୍ଞାନ ଆହରଣ କରିଥାନ୍ତି ।
ସୁରକ୍ଷାରକୁ ନଜରରେ ରଖି ବୁଲେଟ୍ ପ୍ରୁଫ୍ ଗାଡିରେ ଅମ୍ବାନୀ ପରିବାର ଯାତାୟତ କରନ୍ତି । ଅମ୍ବାନୀ ପରିବାର ପାଇଁ କୁଶଳୀ ଡ୍ରାଇଭରଙ୍କ ପାଇଁ କେଉଁ ଏଜେନ୍ସି ନିଯୁକ୍ତ ଦିଏ ତାହା ଉପରେ କୌଣସି ସରକାରୀ ବିବୃତ୍ତି ନାହିଁ । ଡ୍ରାଇଭରମାନଙ୍କର ବ୍ୟକ୍ତିଗତ ବିବରଣୀ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ ।
ତେବେ ଡ୍ରାଇଭରଙ୍କ ମାସିକ ୨ ଲକ୍ଷ ଟଙ୍କା ବେତନର ସତ୍ୟାସତା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତଥାପି, କଳ୍ପନା କରାଯାଏ କି, ୨୭ ମହଲା ଆଣ୍ଟିଲିଆରେ ରହୁଥିବା ଅମ୍ବାନୀଙ୍କ ପରି ଧନୀ ଆରବପତି ସେମାନଙ୍କ କର୍ମଚାରୀଙ୍କୁ କୌଣସି ବିଳାସପୂର୍ଣ୍ଣ ସୁବିଧା ଦେବାରେ ହେଳା ବିଲକୁଲ କରିନଥିବେ ।
ଖବର ଅନୁଯାୟୀ, ଏଠାରେ ଚାକିରି କରୁଥିବା ରୋଷେୟା, ଗାର୍ଡ ଏବଂ ହାଉସକିପିଙ୍ଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅନ୍ଯ କର୍ମଚାରୀଙ୍କ ପାଇଁ ଭତ୍ତା ଏବଂ ବୀମାର ବ୍ଯବସ୍ଥା ରହିଛି । ଏହା ବ୍ୟତୀତ ଦୁନିଆର କେତେକ ବିଳାସପୂର୍ଣ୍ଣ କାର୍ ବ୍ଯତିତ ଆମ୍ବାନିଙ୍କର ବ୍ୟକ୍ତିଗତ ଜେଟ୍ ଏବଂ ଏକ ସୁପର ୟାଟ୍ ଅଛି । ଭଲ ବେତନ ପ୍ରାପ୍ତ କର୍ମଚାରୀଙ୍କ ସହିତ ଏକ ବିଶାଳ ସାମ୍ରାଜ୍ୟ ରହିଛି ।