ସବୁଦିନ ପାଇଁ ଆଖି ବୁଜିଲେ ଅଭିନେତା ପିନ୍ଟୁ ନନ୍ଦ ।

0

Get real time updates directly on you device, subscribe now.

ଆପଣମାନଙ୍କ ପ୍ରିୟ ଅଭିନେତା ପିନ୍ଟୁ ନନ୍ଦ ଏବେ ଆଉ ଦୁନିଆରେ ନାହାଁନ୍ତି।ସେ ଅନେକ ଦିନ ହେବା ଲିଭର ଜନିତ ରୋଗରେ ପୀ-ଡ଼ିତ ଥିଲେ।ଶୁଣିବାକୁ ମିଳୁଥିଲା ତାଙ୍କର ଲିଭର ଖରାପ ହୋଇଯାଇଥିଲା ଏବଂ ଏହାର ଟ୍ରାନ୍ସପ୍ଲାଣ୍ଟ ପାଇଁ ମଧ୍ୟ ଡକ୍ଟରମାନେ କହିଥିଲେ କିନ୍ତୁ ଲିଭ୍ର ଦେବା ଲୋକ ଠିକ୍ ହୋଇପାରି ନଥିଲା ଯାହା ପାଇଁ ସେ ଦିଲ୍ଲୀରୁ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଥିଲେ।

ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ରାତି ୧୧.୨୫ ମିନିଟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେ-ହାନ୍ତ ହୋଇଯାଇଛି ଯାହା ପାଇଁ ଓଡ଼ିଆ ସିନେମା ଜଗତ ପାଇଁ ଦୁଃ-ଖଦ ଏବଂ ଶୋ-କର ଛା-ୟା ଖେଳିଯାଇଛି ।

ଏହି ବିଷୟରେ ପିନ୍ଟୁ ନନ୍ଦଙ୍କ ଅତି ନିକଟସ୍ଥ ଏବଂ ପ୍ରୀୟଭାଜନ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି।ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର 47 ବର୍ଷ ବୟସ ହୋଇଥିଲା ।

ପିନ୍ଟୁ ନନ୍ଦ ଲିଭର୍ ସିରୋସିସ୍ ରୋଗରେ ପୀ-ଡ଼ିତ ହେବା ପରେ ଗୁରୁ-ତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କର ସ୍ବାସ୍ଥ୍ୟର ସଠିକ୍ ଯତ୍ନ ମଧ୍ୟ ନିଆଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ ।

ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା ,ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃ-ତ୍ୟୁ ଘଟିଛି।

ତେବେ ଦୁଃ-ଖଦ କଥା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ ଶେ-ଷ ନିଶ୍ୱାସ ତ୍ୟା-ଗ କରିଛନ୍ତି। ସେ ନିଜ ଅଭିନୟ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଅନେକ ଗୌରବ ଆଣିବ ସହ ନିଜ ଅଭିନୟ ବଳରେ ଲୋକଙ୍କ ପାଖରୁ ବହୁତ ଭଲପାଇବା ମଧ୍ୟ ସାଉଟିଛନ୍ତି ।

ତାଙ୍କ ଦ୍ଵାରା ଅଭିନୀତ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଆଦି ସିନେମାରେ ଲୋକମାନେ ତାଙ୍କ ଅଭିନୟକୁ ବହୁତ୍ ପଶନ୍ଦ କରିଥିଲେ ଏବଂ ଅନେକ ଭଲ ପାଇବା ମଧ୍ୟ ଦେଇଥିଲେ ।

ସେ ସିନେମା ରେ ସମସ୍ତ ପ୍ରକାର ଅଭିନୟ କରିପାରୁଥିଲେ। କେବେ ତାଙ୍କୁ ମେନ୍ ରୋଲରେ ଦେଖିବାକୁ ମିଳୁଥିଲା ଆଉ କେବେ ସାଇଡ ରୋଲ୍ ତ ଆଉ କେବେ ନେଗେଟିଭ ରୋଲରେ ଦେଖିବାକୁ ମିଳୁଥିଲା। ସେ ଏହାକୁ ବହୁତ ଭଲ ଭାବରେ କରିପାରୁଥିଲେ ଯାହାପାଇଁ ଲୋକମାନେ ତାଙ୍କ ଅଭିନୟକୁ ବହୁତ ପଶନ୍ଦ କରୁଥିଲେ। ତାଙ୍କ ଦ୍ଵାରା ଅଭିନୀତ ଓଡ଼ିଆ ଆଲବମ୍ ‘ଏ ଗଉରା’ ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା ଏବଂ ସେ ସମୟରେ ତାଙ୍କୁ ଅଧିକ ଲୋକପ୍ରିୟ କରିପାରିଥିଲା।

Leave A Reply

Your email address will not be published.