ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥା-ନା ସମ୍ମୁଖରେ ଗତ 10 ତାରିଖ ଦିନ ଘଟିଛି ଏକ ଭ-ୟଙ୍କର ଦୁର୍ଘ-ଟଣା। ବାଟରେ ନବ ବିବାହିତ ଦମ୍ପତି ଖୁସିରେ କଥାବାର୍ତା ହୋଇ ବାଇକରେ ଯାଉଥିବା ବେଳେ ହଠାତ ଉଭୟଙ୍କୁ ପଛପଟୁ ଧ-କ୍କା ଦେଲା ଏକ ଟ୍ରକ।ଘଟ-ଣାସ୍ଥ-ଳରେ ଚାଲିଗଲା ଉଭୟଙ୍କର ଜୀବନ।
ଏବେ ଉଭୟଙ୍କର ଘରେ ଶୋ-କର ଲହରୀ ଖେଳି ଯାଇଛି। ମୃ-ତକ ଦମ୍ପତି ହେଉଛନ୍ତି ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ସିଏଚ୍.ପ୍ରବଣିକା ଏବଂ ଜି.ବେଣୁ। ତେବେ ସୂଚନାନୁସାରେ ବ୍ରହ୍ମପୁରର ବାସିନ୍ଦା ପ୍ରବଣିକା ନାମକ ଜଣେ ଯୁବତୀଙ୍କ ସହ ଇଚ୍ଛାପୁରର ବେଣୁଙ୍କ ବାହାଘର ଗତ 10 ତାରିଖରେ ସଂପନ୍ନ ହୋଇଥିଲା।
ଗତକାଲି ବରପକ୍ଷ ପକ୍ଷରୁ ଭୋଜି ଆୟୋଜିତ ହୋଇଥିଲା। ପରମ୍ପରା ଅନୁସାରେ, ଗତକାଲି ତୃତୀୟ ଦିନରେ ବେଣୁଙ୍କ ସହ ମିଶି ପ୍ରବଣିକା ବାଇକ୍ରେ ବ୍ରହ୍ମପୁରକୁ ବାପଘରକୁ ଆସୁଥିଲେ।
ଏହି ସମୟରେ ଗୋଳନ୍ଥରା ଥା-ନା 16 ନମ୍ବର ଜାତୀୟ ରାଜପଥ ନିକଟରେ ହଠାତ୍ କ୍ରସର୍ ଚାଳକ ତାଙ୍କ ଟ୍ରକ୍କୁ ବୁଲାଉଥିବା ବେଳେ ଏହା ବାଇକ୍ ସହ ଧ-କ୍କା ହୋଇଥିଲା। ଫଳରେ ଉଭୟ ରାସ୍ତାକଡ଼ରେ ଛିଟିକି ପଡ଼ି ଗୁରୁ-ତର ଆ-ହତ ହୋଇଥିଲେ।
ଗୋଳନ୍ଥରା ଥା-ନା ପୁ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ପ୍ରବଣିକା ଏବଂ ବେଣୁଙ୍କୁ ଉ-ଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃ-ତ୍ୟୁ ହୋଇଛି। ପୁଲିସ ଦୁର୍ଘ-ଟଣାଗ୍ରସ୍ତ ଟ୍ରକ ଏବଂ ବାଇକ ଜ-ବତ କରିଛି।ପରସ୍ପର ହାତ ଧରି ଥିବା ନବ ବିବାହିତା ଦମ୍ପତି ନୂଆ ଜୀବନ ଆରମ୍ଭ କରିଥିଲେ।
ନିଆଁକୁ ସାଖି ରଖି ସାତ ଜନ୍ମ ପାଇଁ ସାଥିରେ ରହିବାକୁ ଶ-ପଥ ନେଇଥିଲେ। ନୂଆ ନୂଆ ବିବାହ ସହ ଇନ୍ଦ୍ରଧନୁର ସପ୍ତ ରଙ୍ଗ ଭରିଦେଲା ଭଳି ଜୀବନକୁ ରଙ୍ଗିନ କରିବାକୁ ଆଗେଇ ଚାଲିଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ନୂଆ ଜୀବନ ଆରମ୍ଭ ପାଇଁ ମନରେ ଅନେକ ଆଶା ବାନ୍ଧିଥିବା ନବଦମ୍ପତିଙ୍କ ସବୁ ସ୍ବପ୍ନ ନିମିଷକରେ ଚୂ-ରମା-ର୍ ହୋଇଗଲା।