ଧୀରେ ଧୀରେ ସତ ହେଉଛି ମାଳିକା ବଚନ । ଆଗକୁ ମାଡ଼ି ଆସୁଛି ସମୁଦ୍ର । ଭୁଶୁଡୁଛି ବଡ଼ ବଡ଼ କୋଠା । ଜାଣନ୍ତୁ ଆଉ କଣ କଣ ଏପରି ଆଗକୁ ଘଟିବାକୁ ଯାଉଛି ।
ସତ ହେଉଛି ମାଳିକା ବଚନ । ମାଡ଼ି ଆସୁଛି ସମୁଦ୍ର । ଆଉ ଦେଖାଗଲା ଦଶନ୍ଧିର ସବୁଠାରୁ ବଡ଼ ଏବଂ ଭ-ୟଙ୍କର ଭୂମିକମ୍ପ । ଭୁଶୁଡ଼ି ପଡ଼ିଲା ବଡ଼ କୋଠା ଆଉ ତା ତଳେ ଚାପି ହୋଇ ପୋକ ମାଛି ଭଳି ମ-ରିଗଲେ ଶହ ଶହ ଲୋକ ।
ଭୂକମ୍ପ କାରଣରୁ ମାଡ଼ି ଆସିବ ବିଶାଳ ସମୁଦ୍ର ଭସାଇ ନେବ ସହର । ଏବେ ଏମିତି ଭୂକମ୍ପ ହେଇଛି ଯାହା ଗୋଟିଏ ଦଶନ୍ଧି ଧରି ହୋଇନଥିଲା । ଆଉ ଏମିତି ହେବ ବୋଲି କେହି କେବେ ବିଶ୍ୱାସ କରିନଥିଲେ । ଯାହାକୁ ଦେଖିକି ଲାଗୁଛି ବୋଧେ ସତ ହେଉଛି ମାଳିକା ବଚନ ।
କାରଣ ମାଳିକା ବଚନରେ ଲେଖା ରହିଛି ପୃଥିବୀ ଏମିତି ହିଁ ଧ୍ଵଂ-ସ ହେବ । ପୃଥିବୀ ଶେଷ ହେବା ପୂର୍ବରୁ ଏମିତି କିଛି ପ୍ରକ୍ରିୟା ଆରମ୍ଭ ହେବ । ଆଉ ଯାହାର ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇ ସାରିଲାଣି ।
ଥରି ଉଠିଲା ପୃଥିବୀ ଆଉ ଆଖି ପିଛୁଳାକେ ଟଳି ପଡ଼ିଲା ବଡ଼ ସବୁ ବଡ଼ ଅଟ୍ଟାଳିକା । ହଠାତ୍ ସବୁକିଛି କ୍ଷଣିକରେ ଧ୍ବସ୍ତ ବିଧ୍ବସ୍ତ ହୋଇଗଲା । ମାଟି ତଳେ ଚାପି ହୋଇ ରହିଗଲେ ହଜାର ହଜାର ଲୋକ । ସୂଚନାଯୋଗ୍ୟ ଯେ, ତୁର୍କୀ-ସିରିଆରେ ଗତକାଲି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ।
ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ମ୍ୟାଗ୍ନିଚ୍ୟୁଡ ରହିଥିବା ବେଳେ ଅନେକ ଜୀବନ ଓ ଧନ ହାନି ହୋଇଛି । ଅପରାହ୍ନ ସୁଦ୍ଧା ୨ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ପୁଣି ୩ୟ ଥର ଲାଗି ଭୂମିକମ୍ପ ଅନୁଭୂତ ହୋଇଛି ।
ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃ-ତ୍ୟୁସଂଖ୍ୟା ୧୩୦୦ ଅତିକ୍ରମ କଲାଣି । ଆଖି ସାମ୍ନାରେ ବଡ଼ ବଡ଼ ଅଟ୍ଟାଳିକା ଭାଙ୍ଗି ପଡ଼ିଥିବା ବେଳେ ଅନେକ ଲୋକ ଭଙ୍ଗା ଘର ତଳେ ଦାବି ହୋଇ ରହିଛନ୍ତି । ତେବେ ଭୂକମ୍ପ ଯୋଗୁଁ ଇଟାଲୀ ସମେତ ପୂର୍ବ-ୟୁରୋପୀୟ ଉପକୂଳରେ ଆଗକୁ ସୁନାମିର ଆଶଙ୍କା ରହିଛି ବୋଲି ମଧ୍ୟ କୁହାଯାଉଛି ।
ତୁର୍କୀରୁ ଆସୁଥିବା ଭୂକମ୍ପ ଜନିତ ବିଭିନ୍ନ ଦୃ-ଶ୍ୟ ଅତି ଭ-ୟାନକ ହୋଇଛି । ହଠାତ ଏହି ଭୂକମ୍ପ ଝଟକାରେ ଲୋକେ ଭ-ୟଭୀ-ତ ହୋଇପଡ଼ିଥିବା ବେଳେ ଚାରିଆଡ଼େ ହାହାକାର ପଡ଼ିଛି ।
ପ୍ରକୃତିର ତାଣ୍ଡବ କେତେ ଭ-ୟଙ୍କର ତାହା ଆଜି ତୁର୍କୀ ଓ ସିରିଆରେ ଦେଖିବାକୁ ମିଳିଛି । ଫାଟିଯିବ ପୃଥିବୀ, ମାଡ଼ି ଆସିବ ସମୁଦ୍ର ଅନ୍ତହେବ ମଣିଷ ସମାଜ । ଆରମ୍ଭ ହେବ ଆଉ ଏକ ଅଧ୍ୟାୟ । ଏହା ଏବେ କେବଳ ମାଳିକା ଲେଖା ଥିବା ବଚନ ନୁହେଁ ଏବେ ଏସବୁ ସତ ହେବାକୁ ଲାଗିଛି । କାରଣ ଭୂମିକଂପ ଠାରୁ ଆରମ୍ଭ କରି ସୁନାମିର ପରିମାଣ ଏବେ ପୃଥିବୀରେ ବଢ଼ିବାରେ ଲାଗିଛି।