ଜୟା କିଶୋରୀ ନେଟୱର୍ଥ: କଥା ହେବାପାଇଁ କେତେ ଟଙ୍କା ନେଇଥାନ୍ତି ଜୟା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

0

Get real time updates directly on you device, subscribe now.

କଥାବାଚକ ଓ ମୋଟିଭେସନାଲ ସ୍ପିକର ଜୟା କିଶୋରୀଙ୍କର କୌଣସି ପରିଚୟ ଦେବା ଉଚିତ ନୁହେଁ କାହିଁକି ନା ସେ ଚାରିଆଡ଼େ ପରିଚିତ ଅଟନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଲକ୍ଷାଧିକ ଫଲୋଅର୍ସ ରହିଛନ୍ତି।

ସେ ନାନି ବାଇ ଓ ଶ୍ରୀମଦ ଭାଗବତ ଗୀତାର କଥା ପ୍ରତିପାଦନ କରନ୍ତି। ତାଙ୍କ କଥା ଶୁଣିବାପାଇଁ ହଜାର ହଜାର ଲୋକ ଏକତ୍ରିତ ହୁଅନ୍ତି। ତାଙ୍କର ଲାଇଫ ମ୍ୟାନେଜମେଣ୍ଟ ଓ ମୋଟିଭେସନାଲ ଭିଡ଼ିଓ ମଧ୍ୟ ବହୁତ ଭାଇରାଲ ହୁଏ। ସାଧାରଣତଃ ଲୋକେ ଜାଣିବାକୁ ଚାହୁଁଛନ୍ତି ଜୟା କିଶୋରୀଙ୍କ ସହିତ କଥା ହେବାକୁ ହେଲେ କେତେ ଟଙ୍କା ଦରକାର ହୋଇଥାଏ।

1. ଜୟା କିଶୋରୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ଜାଣିବାପାଇଁ ଲୋକେ ବହୁତ ଆଗ୍ରହ ଦେଖାଇଥାଆନ୍ତି। ମାତ୍ର 6 ବର୍ଷ ବୟସରୁ ସେ ଆଧ୍ୟାତ୍ମିକତା ଆଡ଼କୁ ଅଗ୍ରସର ହୋଇଥିଲେ।

2. ଯେତେବେଳେ ସେ 9 ବର୍ଷର ହୋଇଥିଲେ ସେତେବେଳେ ସଂସ୍କୃତ ଭାଷାରେ ଶିବ ତାଣ୍ଡବ ସ୍ରୋତମ, ରାମସ୍ଥକମ, ଲିଂଗାସ୍ଥକମ ଓ ଅନ୍ୟ ପାଠର ଜ୍ଞାନ ମଧ୍ୟ ହାସଲ କରିଥିଲେ।

3. ଜୟା କିଶୋରୀ ପିଲାବେଳରୁ ଡାନ୍ସର ହେବାକୁ ଚାହୁଁଥିଲେ। କିନ୍ତୁ ପରିବାରକୁ ଏହା ମଞ୍ଜୁର ନଥିଲା। ସେଥିପାଇଁ ସେ ଡ଼୍ୟାନ୍ସ ଛାଡ଼ି ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତି ମାର୍ଗରେ ଆଗକୁ ବଢ଼ିଲେ।

4. ଜୟା କିଶୋରୀଙ୍କ ଜନ୍ମ 13 ଜୁଲାଇ 1995 ରେ ପଶ୍ଚିମବଙ୍ଗର କୋଲକାତାରେ ହୋଇଥିଲା। ତାଙ୍କର ଅସଲ ନାମ ଜୟା ଶର୍ମା ଅଟେ। ସେ ବ୍ରାହ୍ମଣ ପରିବାରର ଅଟନ୍ତି। ତାଙ୍କର ମାତାଙ୍କ ନାମ ସୋନିଆ ଶର୍ମା ଅଟେ ଓ ପିତାଙ୍କ ନାମ ଶିବ ଶଙ୍କର ଶର୍ମା ଅଟେ। ତାଙ୍କର ଏକ ଛୋଟ ଭଉଣୀ ରହିଛନ୍ତି ଯାହାଙ୍କ ନାମ ଚେତନା ଶର୍ମା ଅଟେ।

5. ଜୟା କିଶୋରୀଙ୍କୁ କିଶୋରୀ ଉପାଧି ତାଙ୍କ ଗୁରୁଙ୍କ ଠାରୁ ମିଳିଥିଲା। ସେ ସ୍ବର୍ଗୀୟ ଗୁରୁ ଶ୍ରୀ ରାମସୁଖଦାସ ଜୀ ମହାରାଜ ଓ ଭଗବତ ଆଚାର୍ଯ୍ୟ ବିନୋଦ କୁମାର ଜୀ ସହଲଙ୍କୁ ନିଜର ଗୁରୁ ମାନନ୍ତି।

6. ଜୟା କିଶୋରୀ ଯେତେବେଳେ ଭଜନ ଗାଆନ୍ତି ସେତେବେଳେ ଲୋକେ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି। ରିପୋର୍ଟସ ମୁତାବିକ, ଜୟା କିଶୋରୀ ନାନୀ ବାଇଙ୍କ ମାୟାର ଓ ଶ୍ରୀମଦ ଭାଗବତ ବଚନ ପାଇଁ 9 ଲକ୍ଷ 50 ହଜାର ଟଙ୍କା ଫିସ ନେଇଥାନ୍ତି।

7. ଅଧା ଟଙ୍କା ମାନେ 4 ଲକ୍ଷ 25 ହଜାର ଟଙ୍କା ସେ କଥା ପୂର୍ବରୁ ଚାର୍ଜ କରନ୍ତି ଓ ବାକି ଟଙ୍କା ସେ କଥା ପରେ ନେଇଥାନ୍ତି। ତାଙ୍କ ଫିସର ଏକ ବଡ଼ ଭାଗ ନାରାୟଣ ଟ୍ରଷ୍ଟକୁ ଦିଆଯାଏ କାରଣ ଏଠାରେ ଏହି ଟଙ୍କା ଦିବ୍ୟାଙ୍ଗ ଓ ତାଙ୍କ ଆର୍ଥିକ ସହାୟତା ଭରଣା ହୋଇଥାଏ।

8. ଜୟା କିଶୋରୀ କୁହନ୍ତି ଏହି କଥାବାଚକ ରେ ସେ ବ୍ୟସ୍ତ ହେଉଥିବାରୁ ଦିବ୍ୟାଙ୍ଗଙ୍କ ସେବା କରିପାରନ୍ତି ନାହିଁ ସେଥିପାଇଁ ସେ ଦାନ ଓ ଅନ୍ୟ ଉପାୟରେ ତାଙ୍କର ସାହାର୍ଯ୍ୟ କରିଥାନ୍ତି।

9. ଏହାସହ ସେ ୟୁଟ୍ୟୁବ, ମୋଟିଭେସନାଲ ଭିଡ଼ିଓ ଇତ୍ୟାଦିରୁ କମାଇ ଥାଆନ୍ତି। ମିଡ଼ିଆ ରିପୋର୍ଟସ ଅନୁସାରେ ତାଙ୍କର ନେଟୱର୍ଥ 1.5 ରୁ 2 କୋଟି ଟଙ୍କା ଅଟେ।

Leave A Reply

Your email address will not be published.