ଭାରତୀୟ କ୍ରିକେଟ ବୋର୍ଡ଼ ବିସିସିଆଇ ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଦଳ ଘୋଷିତ କରିସାରିଛି। ଟେଷ୍ଟ ଓ ଦିନିକିଆ କ୍ରିକେଟରେ ରୋହିତ ଶର୍ମା ଭାରତ ପାଇଁ ଅଧିନାୟକତା କରୁଥିବା ବେଳେ t20 ସିରିଜରେ ହାର୍ଦିକ ପାଣ୍ଡ୍ୟା ଦଳର ଅଧିନାୟକତା କରିବେ।
ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ ଦଳ ଟେଷ୍ଟ ଓ ଦିନିକିଆରେ ବର୍ତ୍ତମାନ ଅଭିଜ୍ଞ ଖେଳାଳିଙ୍କ ଉପରେ ଭରସା ରଖୁଥିବା ବେଳେ t20 ରେ ପୁଣିଥରେ ଯୁବା ଖେଳାଳିଙ୍କ ଉପରେ ତିଷ୍ଠି ରହିଛନ୍ତି।
ପୃଥ୍ୱୀ ସ ଙ୍କ ପରିଶ୍ରମ କାମରେ ଆସିଲା:-
ଏବେଏବେ ରଣଜୀ ଟ୍ରଫିରେ ଆସାମ ବିପକ୍ଷରେ ଆକ୍ରମକ 379 ରନର ପାଳି ଖେଳି ପୃଥ୍ୱୀ ସ ଚୟନକର୍ତାଙ୍କ ନଜରକୁ ଆସିଥିଲେ ଓ ତାଙ୍କୁ ବର୍ତ୍ତମାନ t20 କ୍ରିକେଟରେ ସ୍ଥାନ ମିଳିଛି। ପୂର୍ବରୁ ଶୁବମାନ ଗିଲ, ଋତୁରାଜ ଗାଇକୱାଦ ଓ ଇଶାନ କିଶାନ ଦଳରେ ଥିବାରୁ ତାଙ୍କୁ ବହୁତ କମ୍ପିଟିସନର ସାମ୍ନା କରିବାକୁ ପଡ଼ୁଥିଲା।
କେଏଲ ରାହୁଲଙ୍କ ଉପରେ ଭରସା:-
ଚୟନକର୍ତା ପୁଣିଥରେ କେଏଲ ରାହୁଲଙ୍କ ଉପରେ ଭରସା ଦେଖାଇ ତାଙ୍କୁ ଟେଷ୍ଟ ଟିମରେ ସ୍ଥାନ ଦେଇଛନ୍ତି। ରାହୁଲ ଆସିବାପରେ ଟିମରେ ଅଭିମନ୍ୟୁ ଈଶ୍ବରନଙ୍କ ଛୁଟି ହୋଇଛି। ବର୍ତ୍ତମାନ କେଏଲ ରାହୁଲ ଖାସ ପ୍ରଦର୍ଶନ କରି ପାରୁନାହାଁନ୍ତି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଚାରୋଟି ପାଳିରୁ ସେ ମାତ୍ର 57 ରନ ବନାଇଥିଲେ।
ଋଷଭଙ୍କ ସ୍ଥାନରେ ଇଶାନ –
ରୋଡ଼ ଦୁର୍ଘଟଣାରେ ଆହତ ଥିବା କାରଣରୁ ଋଷଭ ପନ୍ତଙ୍କୁ ଦଳରେ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ କେଏସ ଭରତ ଓ ଇଶାନ କିଶାନଙ୍କୁ ସୁଯୋଗ ମିଳିଛି। କେଏସ ଭରତ ପୂର୍ବରୁ ମଧ୍ୟ ଭାରତୀୟ ଦଳ ସହିତ ରହିଛନ୍ତି କିନ୍ତୁ ସେ ଡେବ୍ୟୁ କରିନାହାଁନ୍ତି। ଇଶାନଙ୍କ କଥା କହିବାକୁ ଗଲେ ସେ ଦିନିକିଆ ଓ t20 ରେ ପ୍ରଚୁର ପ୍ରଶଂସା ସାଉଁଟିଛନ୍ତି କିନ୍ତୁ ଦେଖାଯାଉ ଟେଷ୍ଟ ଫର୍ମାଟରେ ସେ କେମିତି ପ୍ରଦର୍ଶନ ଦେଉଛନ୍ତି।
ଯଶପ୍ରୀତ ବୁମରା ଆଉଟ:-
ପିଠି ଯନ୍ତ୍ରଣା କାରଣରୁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା କୌଣସି ଦଳରେ ସ୍ଥାନ ପାଇନାହାଁନ୍ତି। ବର୍ତ୍ତମାନ ତାଙ୍କୁ ଆରାମ କରିବାକୁ ଦିଆଯାଇଛି। ଫେବୃଆରୀ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଥିବାରୁ ଆଶା କରାଯାଉଛି ବୁମରା ତା’ପୂର୍ବରୁ ଫିଟ ହୋଇଯିବେ।
ସୂର୍ଯ୍ୟକୁମାର ଓ ଜାଡେଜା ମଧ୍ୟ ଟେଷ୍ଟ ଦଳରେ ସାମିଲ:-
ଆଣ୍ଠୁ ସର୍ଜରୀ ଯୋଗୁଁ କିଛି ସମୟ ଧରି ଦଲରୁ ବାଦ ପଡ଼ିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାମ ଟେଷ୍ଟରେ ଘୋଷିତ କରାଯାଇଛି। ଜାନୁଆରୀ 24 ତାରିଖରେ ହେବାକୁ ଥିବା ସୌରାଷ୍ଟ୍ର ବନାମ ତାମିଲନାଡ଼ୁ ରଣଜୀ ମ୍ୟାଚରେ ଖେଳିବାକୁ ବିସିସିଆଇ ଜାଡେଜାଙ୍କୁ ପରାମର୍ଶ ଦେଇଛନ୍ତି। ସେପଟେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଟେଷ୍ଟ କ୍ରିକେଟରେ ସାମିଲ କରାଯାଇଛି।
ନ୍ୟୁଜିଲାଣ୍ଡ ବିପକ୍ଷ t20 ସିରିଜ ପାଇଁ ଭାରତୀୟ ଦଳ:-
ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ଋତୁରାଜ ଗାଇକୱାଡ଼, ଶୁବମାନ ଗିଲ, ଦୀପକ ହୁଡ଼ା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, କୂଳଦୀପ ଯାଦବ, ୟୁଜି ଚହଲ, ଅର୍ସଦୀପ ସିଂହ, ଉମରାନ ମଲ୍ଲିକ, ଶିବମ ମାଭି, ପୃଥ୍ୱୀ ସ, ମୁକେଶ କୁମାର।
ଦିନିକିଆ ଦଳ:-
ରୋହିତ ଶର୍ମା, ଶୁବମାନ ଗିଲ, ଇଶାନ କିଶାନ, ବିରାଟ କୋହଲି, ଶ୍ରେୟାସ ଅୟର, ସୂର୍ଯ୍ୟକୁମାର ଯାଦବ, କେଏସ ଭରତ,ହାର୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶହବାଜ ଅହମ୍ମଦ, ଶରଦୁଲ ଠାକୁର, ୟୁଜି ଚହଲ, କୂଳଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲ୍ଲିକ।
ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ:-
ରୋହିତ ଶର୍ମା, କେଏଲ ରାହୁଲ, ଶୁବମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟର, କେଏସ ଭରତ, ଇଶାନ କିଶାନ, ଆର ଅଶ୍ୱିନ, ଅକ୍ଷର ପଟେଲ, କୂଳଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ।