ଦୁନିଆର ପ୍ରଥମ ଉଡନ୍ତା ବାଇକ୍ କୁ ଏପରି କରନ୍ତୁ ବୁକିଂ, ନିଅନ୍ତୁ ଆକାଶ ରେ ଉଡ଼ିବାର ମଜା।

0

Get real time updates directly on you device, subscribe now.

ଆଜିର ଦୁନିଆ ଅନେକ ଆଗକୁ ଯାଇ ସାରିଲାଣି ଏବଂ ବହୁତ ଡେଭ୍ଲପ୍ ମଧ୍ୟ କରି ସାରିଲାଣି। ଆଜିକାଲିର ଲୋକ ମାନେ ସମସ୍ତେ ଚାହୁଁଛନ୍ତି କି ପୁରୁଣା ଜିନିଷକୁ ଆପଣେଇବା ପାଇଁ ଏବଂ ଆଜିର ଲୋକ ମାନଙ୍କର ଷ୍ଟାଇଲ୍ ସହ ଆଗକୁ ବଢିବା ପାଇଁ।

ଆଗ କାଳର ଲୋକ ମାନେ, ସେମାନଙ୍କ କଥା ବାର୍ତ୍ତା, ସେମାନଙ୍କ ଜିନିଷ ଆଦି ସବୁ ବହୁତ ଓଲ୍ଡ ହୋଇଗଲାଣି, ସେହି ସବୁକୁ ଓଲ୍ଡ ଫେସନ୍ ବୋଲି କହି ମଧ୍ୟ ଆମେ ମାନେ ଆଉ ସେହି ସବୁ ଜିନିଷକୁ ବ୍ୟବହାର ମଧ୍ୟ କରୁନାହୁଁ।ଆଜିର ଦୁନିଆ ତ ବିଜ୍ଞାନର ଯୁଗ ହୋଇଗଲଣି।

ବୈଜ୍ଞାନିକମାନେ ନିଜର ବୁଦ୍ଧି ଦ୍ୱାରା ଅନେକ ନୂତନ ନୂତନ ଜିନିଷ ସବୁ ତିଆରି କରିଲେଣି,ଯାହା ଦ୍ୱାରା ଲୋକ ମାନଙ୍କୁ ଅନେକ ପ୍ରକାରର ସୁବିଧା ମଧ୍ୟ ମିଳୁଛି।ବିଜ୍ଞାନ ଦିନକୁ ଦିନ ତାହାର ରୂପ ବଦଳାଇବା ସହ ଅନେକ ପ୍ରକାର ପଦାର୍ଥ ମଧ୍ୟ ବାହାର କରୁଛି।

ଆପଣ ମାନେ ଏବେ ଅନେକ ପ୍ରକାର ପଦାର୍ଥ ଯାହା ବ୍ୟବହାର କରୁଛନ୍ତି ତାହା କେବଳ ବିଜ୍ଞାନ ଦ୍ଵାରା ସମ୍ଭବ ହୋଇଛି। ପୂର୍ବରୁ ଆପଣ ମାନେ ଶୁଣିଥିବେ ଯେ ପୂର୍ବରୁ ଏରୋ ପ୍ଲେନ ଉପର ଉଡୁଥିଲା କିନ୍ତୁ ଏବେ ବାଇକ୍ ମଧ୍ୟ ଉପରେ ଉଡ଼ିବ ଏବଂ ଏହା ସୋସିଆଲ ମାର୍କେଟରେ ବହୁତ୍ ଜଲଦି ମାର୍କେଟ ରେ ବିକ୍ରି ହେବା ଆରମ୍ଭ ହେବ ।

ବିଜ୍ଞାନ ର ପ୍ରଚେଷ୍ଟା ପାଇଁ ବର୍ତ୍ତମାନ ସମୟରେ ଅନେକ ପ୍ରକାର ପର୍ଦର୍ଥ ବାହାର କରାଯାଇପାରୁଛି।ଯାହାଦ୍ଵାରା ଅନେକ କାର୍ଯ୍ୟ ବହୁତ୍ ଶୀଘ୍ର ହୋଇପାରୁଛି ଏବଂ ଏହା ପାଇଁ ଲୋକମାନେ ବହୁତ୍ ଉପକୃତ ହେଉଛନ୍ତି ।

ଦୁନିଆର ପ୍ରଥମ ଉଡନ୍ତା ବାଇକ୍ ଯାହାର ବୁକିଂ ଆରମ୍ଭ ହୋଇ ଯାଇଛି।ଆମେରିକା ଏହାକୁ ସତ କରିବାକୁ ଯାଉଛି ଆମେରିକାର ଜେଟ ପ୍ୟାକ୍ ଏଭି ଏସନ୍ କମ୍ପାନୀ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।ଏହି ବାଇକ୍ ର ମୂଲ୍ୟ ରହିଛି ୩.୧୫ କୋଟି ରହିଥିବା ବେଳେ ଏହା ୯୬ କିଲୋ ମିଟର ବେଗରେ ଉଡ଼ିପାରିବ।

ଏହା ଭୂମି ଠୁ ୧୦୦ ମିଟର ଉପରେ ଉଡ଼ିପାରିବ ।ଏହା ଥରେ ଉଡ଼ିବା ଆରମ୍ଭ କଲେ ଦୀର୍ଘ ୩୦ ରୁ ୪୦ ମିନିଟ ପର୍ଯ୍ୟନ୍ତ ଉଡ଼ିପାରିବ ।ଏହି ବାଇକ୍ କୁ ନିଆଁ ଲିଭାଇବା ଏବଂ ହସ୍ପିଟାଲ ଏମାର୍ଜେନ୍ସି ପାଇଁ ବ୍ୟବହାର କରାଯାଇ ପାରିବ।

ଏହି ବାଇକକୁ ଆମେରିକା ଫେଡରାର କର୍ପୋରେସନ ତରଫରୁ ଗ୍ରୀନ ସାର୍ଟିଫିକେଟ ମିଳିବା ମାତ୍ରେ ସେ ଏହା ବଜାର ଉପଲବ୍ଧ କରାଇବ ଏବଂ ଆପଣ ଅର୍ଡର୍ କରିବାର ୨ ରୁ ୩ ବର୍ଷ ଭିତରେ ଏହି ବାଇକ୍ ଆପଣଙ୍କ ପାଖରେ ପହଞ୍ଚିଯିବ ।

Leave A Reply

Your email address will not be published.