ଏଣିକି ଟଙ୍କା କମାଇବା ହେବ ସହଜ । ଘରେ ବସି ଫେସବୁକରୁ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା । ଜାଣନ୍ତୁ କିପରି ।

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ବା ଫେସବୁକକୁ କିଏ ବା ନ ଜାଣେ । ସୋସିଆଲ ମିଡ଼ିଆରେ ଯୁବଗୋଷ୍ଠୀ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି । ଖାସକରି ଫେସବୁକରେ । ଏହି ଲୋକପ୍ରିୟ ଆପ ଏବେ ଯୁବଗୋଷ୍ଠିଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ମୋଟାମୋଟି ଭାବରେ କହିବାକୁ ଗଲେ ଫେସବୁକ ଆମ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି ଫେସବୁକକୁ ଯଦି ଆମେ ସଠିକ ଦିଗରେ ବ୍ୟବହାର କରିବା ତେବେ ଏଥିରୁ ଆମେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବା ।

ଫେସବୁକ କେବଳ ସାଙ୍ଗମାନଙ୍କ ସହ ଯୋଡି ରଖି ନଥାଏ, ଏହା ଟଙ୍କା ରୋଜଗାର କରିବାର ବାଟ ମଧ୍ୟ ଦେଖାଇଥାଏ । ଫେସବୁକ ଆପଣଙ୍କୁ ଏପରି ଏକ ବିକଳ୍ପ ପ୍ରଦାନ କରିଛି ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କର କୌଣସି ବି କଣ୍ଟେଣ୍ଟ ନିଜର ଟେଲେଣ୍ଟ ମାଧ୍ୟମରେ ଦେଖାଇ କରି ଟଙ୍କା କମାଇ ପାରିବେ । ଅର୍ଥାତ୍ ଏଣିକି ଫେସବୁକ ରିଲ୍ସରୁ ହେବ ରୋଜଗାର । ଖୁବଶୀଘ୍ର ଫେସବୁକ୍ ରିଲ୍ସରୁ ଟଙ୍କା କମେଇ ପାରିବେ ସର୍ଟ ଭିଡିଓ କ୍ରିଏଟର୍ସ ।

ଫେସବୁକ ରିଲ୍ସର ଗ୍ଲୋବାଲ ଲଞ୍ଚ କରାଯାଇଛି ଯାହା ଫେସବୁକରେ ରିଲ୍ସ ଅର୍ଥାତ ସର୍ଟ ଭିଡିଓ ତିଆରି କରୁଥିବା ୟୁଜର୍ସ ପାଇଁ ଏକ ଭଲ ଖବର । ସର୍ଟ ଭିଡିଓ ଫିଚର ଫେସବୁକ ରିଲ୍ସର ଏବେ ୧୫୦ ଦେଶରେ ଉବଲବ୍ଧ କରାଯାଇଛି ।

ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ଫେସବୁକ ରିଲ୍ସ କ୍ରିଏଟର୍ସଙ୍କୁ ଆୟର ସୁଯୋଗ ଦେବ । ଯେଉଁ କ୍ରିଏଟର ଫେସବୁକ୍ ରିଲ୍ସରେ ରିଅଲ କଣ୍ଟେଣ୍ଟ ତିଆରି କରିବେ ସେମାନଙ୍କୁ ମାସକୁ ୩.୦୭ ଲକ୍ଷ ଟଙ୍କା ପ୍ରଦାନ କରାଯିବ । କହିବାକୁ ଗଲେ ରିଲ୍ସ୍ ତିଆରି ଉପରେ ହେବା ଟଙ୍କା ବର୍ଷା । ପ୍ରତି ମାସରେ ୩ ଲକ୍ଷରୁ ଅଧିକ ରୋଜଗାର କରି ପାରିବେ କେବଳ ରିଲ୍ସ୍ କରି ।

ରିଲ୍ସରେ ନିଜେ ଭଲ ବିଷୟବସ୍ତୁ ସୃଷ୍ଟି କରି ଫେସବୁକରେ ସେୟାର କଲେ ଆପଣଙ୍କୁ ଟଙ୍କା ମିଳିବ। ଏମିତିକି ଆପଣକଂ ରିଲ୍ସକୁ ଯେତେ ମାତ୍ରାରେ ଲୋକେ ପସନ୍ଦ କରିବେ ଆପଣଙ୍କୁ ସେତେ ଅଧିକ ମାତ୍ରାରେ ଟଙ୍କା ମିଳିବ ।

ପ୍ରଥମେ ଯେତେବେଳେ କ୍ରିଏଟର ୫ ଟି ରିଲ୍ କରିବେ ଓ ୧୦୦ ଭ୍ୟୁ ହେବ । ସେହି ସମୟରେ ଜଣେ ୨୦ ଡଲାର ରୋଜଗାର କରିବେ । ଏହା କରିବା ପରେ ଅନ୍ୟ ଚ୍ୟାଲେଞ୍ଜ୍ ଆସିବ । ୨୦ ଟି ରିଲ୍ ଭ୍ୟୁ ୫୦୦ ଟପିଲେ ୨୦୦ ଡଲାର ରୋଜଗାର କରିହେବ ।

Leave A Reply

Your email address will not be published.