ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ଏବେ ନୂଆ ମୋଡ଼ । ସବୁ ସତ ଓଗାଳିଲେ ଅର୍ଚ୍ଚନାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ପୁଳା ପୁଳା ଟଙ୍କା ଲଗାଇ ଅର୍ଚ୍ଚନା ଖୋଲିଥାନ୍ତେ ନିଜସ୍ଵ ଏକ କମ୍ପାନୀ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ବହୁ ଚର୍ଚ୍ଚିତ ଲେଡି ବ୍ଲା-କମେଲ-ର ଅର୍ଚ୍ଚନା ନାଗ ପ୍ରସଙ୍ଗ ମାମଲାର ଯେଉଁ ଏକ ବଡ଼ ଖବର ସମ୍ନାକୁ ଆସିଛି ତାହା ହେଉଛି ଗତକାଲି ଅର୍ଚ୍ଚନାଙ୍କ ରାଜ୍‌ ଖୋଲିଲେ ତାଙ୍କର ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ । ଅର୍ଚ୍ଚନା ନାଗ ମାମ-ଲାରେ ଖୋଳତାଡ଼ । ଆଜି ଇଡିରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ ।

ଇଡିରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ ହୋଇଥିଲା । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମନୋଜ ପ୍ରଧାନଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲେ । ୨୦୨୧ରେ ଅର୍ଚ୍ଚନା ନାଗ ଆଦିତ୍ୟ ପ୍ରେଷ୍ଟିଜ୍‌ ଆଗ୍ରୋ କମ୍ପାନୀ ଗଠନ କରିଥିଲେ । ୧୦ ଲକ୍ଷ ଟଙ୍କାରେ ଏହି କମ୍ପାନୀ ଆରମ୍ଭ କରିଥିଲେ ଅର୍ଚ୍ଚନା ।

ନୂଆ କାର ସୋ ରୁମ୍‌ ପାଇଁ ଗଠନ ହୋଇଥିଲା କମ୍ପାନୀ । ଏହି ସୂଚନା ଦେଇଛନ୍ତି ଅର୍ଚ୍ଚନା ନାଗଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମନୋଜ ପ୍ରଧାନ । ଅନ୍ୟ କେଉଁଠାରେ ଟଙ୍କା ଲଗାଇଛନ୍ତି ଅର୍ଚ୍ଚନା ଓ ଖଗେଶ୍ୱର ସେ ସମ୍ପର୍କରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପଚରଉଚରା କରିଛନ୍ତି ଇଡି ଅଧିକାରୀ । କେଉଁଠି ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ରହିଛି ? କେତେ ଟଙ୍କାର ସମ୍ପତ୍ତି ରହିଛି ? କେଉଁଠି ଜମି ଓ ଘର ରହିଛି ? ସେ ନେଇ ଖୋଳତାଡ଼ କରିଛି ।

ସେହିପରି ଖଗେଶ୍ୱରଙ୍କ ପତ୍ନୀ ଇଡିରେ ହାଜର ହୋଇଛନ୍ତି । ଖଗେଶ୍ୱର ପାତ୍ରଙ୍କ ସମ୍ପତ୍ତି କେତେ ? କେଉଁଠି ରହିଛି ଖଗେଶ୍ୱରଙ୍କ ସମ୍ପତ୍ତି ? କେତେ ଟଙ୍କାର କାରବାର ହୋଇଛି ? ସେନେଇ ଖଗେଶ୍ୱରଙ୍କ ପତ୍ନୀଙ୍କଠାରୁ ଅଧିକ ତଥ୍ୟ ଉଗାରିବ ।

ସୁପ୍ରିମ ଅଟୋମୋବାଇଲ ପାର୍ଟନର ଅଛନ୍ତି ଖଗେଶ୍ୱରଙ୍କ ପତ୍ନୀ । ଅନ୍ୟପଟେ ଝାରପଡ଼ା ଜେ-ଲରେ ପହଞ୍ଚିଲେ ଖଣ୍ଡଗିରି ଥା-ନା ଅଧିକାରୀ ଦୟାନିଧି ନାୟକ । ଜେଲରେ ଜଗବନ୍ଧୁଙ୍କ ହାତଲେଖା ସାମ୍ପଲ ସଂଗ୍ରହ କରାଯାଉଛି । ଏହାକୁ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ପଠାଯିବ ।

ପୂର୍ବରୁ ଅର୍ଚ୍ଚନାଙ୍କ ହାତଲେଖା ସଂଗ୍ରହ କରିଥିଲା ଖଣ୍ଡଗିରି ଥା-ନା ପୋ-ଲିସ । ସୂଚନାଯୋଗ୍ୟ ଯେ ଗୁରୁବାର ସକାଳ ୯ଟା ବେଳେ ଇଡିର ଏକ ଟିମ୍‌ ଯାଇଥିଲା ସତ୍ୟବିହାର । ତାଙ୍କ ସହ ଥିଲେ ସରକାରୀ ଅମିନ । ଅର୍ଚ୍ଚନା ଘର ଓ ଜମି ମପାଯାଇଥିଲା । ଏମାନଙ୍କ ସହ ଏକ ବୈଷୟିକ ଟିମ୍‌ ମଧ୍ୟ ଥିଲା । ସେଠାରେ ଘର ମୂଲ୍ୟ ଆକଳନ କରାଯାଇଥିଲା । ଅର୍ଚ୍ଚନା ଘର ଓ ଜ-ବତ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି କୋର୍ଟକୁ ଲେଖିଛି ।

Leave A Reply

Your email address will not be published.