ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ଘରର ସରିଲା ମାପ ଚୁପ।

0

Get real time updates directly on you device, subscribe now.

ବର୍ତ୍ତମାନ୍ ସମୟରେ ଜୋର୍ ସୋର ଚର୍ଚ୍ଚା ଚାଲିଥିବା ବିଷୟ ହେଉଛି ଆମ ସମାଜର ଭଦ୍ରା ମୁଖା ତଳେ ଲୁଚି ରହିଥିବା ବଡ଼ ବଡ଼ ଲୋକଙ୍କ କଳା କାରନାମା ଏବେ ଧୀରେ ଧୀରେ ଗୋଟେ ପରେ ଗୋଟେ ଲୋକଙ୍କ ସାମ୍ନାକୁ ଆସିଛି ଏବଂ କେଉଁ ମାନେ ଏଥିରେ ସାମିଲ୍ ହୋଇଛନ୍ତି ସେ ସବୁ ମଧ୍ୟ ଧୀରେ ଧୀରେ ଲୋକଲୋଚନକୁ ଆସୁଛି।

କିଛି ଦିନ ତଳେ ଅର୍ଚ୍ଚନା ନାଗ ଙ୍କ ବିଷୟରେ ଆଲୋଚନା ହେଉଥିଲା ଯେ ସିଆ ସମସ୍ତଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଇ ରାଜନେତା ,କଳାକାର ଏବଂ ଶିଳ୍ପପତିଙ୍କୁ ଫସି ତାଙ୍କୁ ବ୍ଲାକ ମେଲ କରି ତାଙ୍କ ଠାରୁ ଅନେକ ପ୍ରକାରର ଉପହାର ନେଇଥିଲେ,କିନ୍ତୁ ଅର୍ଚ୍ଚନା ସେମାନଙ୍କ ନାମ ନେଇନଥିଲେ ଯାହାଦ୍ଵାରା ଏହା ଇଡି କର୍ତୁପକ୍ଷ ଙ୍କ ପାଖରେ ପହଞ୍ଚିଥିଲା ଏବଂ ଏହି ଘଟଣା କୁ ଇଡି ପରିଚାଳନା କରୁଛନ୍ତି ଯାହାଦ୍ଵାରା ସତ କଣ ତାହା ସମସ୍ତଙ୍କ ଆଗକୁ ଧୀରେ ଧୀରେ ଆସୁଛି।

ଆଜି ଦେଖିବାକୁ ମିଳିଛି ଯେ ହନି ଟ୍ରାପ୍ ମାମଲାର ମୁଖ୍ୟ ନାୟିକା ଙ୍କ ସତ୍ୟ ନଗର ସ୍ଥିତ ଆଲିସାନ ବିଲ୍ଡିଂ କୁ ଇଡି ଅଧିକାରୀ ମାନେ ଯାଇଥିଲେ ଏବଂ ସେଠାରେ ସେମାନେ ସେହି ଘରକୁ ମାପିବା ସହ ସେମାନେ ସେହି ଘର ର ମୂଲ୍ୟ ଏବଂ କେତେ ଟଙ୍କାରେ କାର୍ଯ୍ୟ ହୋଇଛି ତାହା ଦେଖୁଥିଲେ।

ପୂର୍ବରୁ ଇଡି ଅଧିକାରୀ ଅର୍ଚ୍ଚନା ଙ୍କ ସମସ୍ତ ବିଳାସ ପୂର୍ଣ୍ଣ ଗାଡ଼ି କୁ ନିଜ ଅକ୍ତିଆର ରେ ରଖିଥିଲେ ଯେଉଁଥିରେ ଥର ଏବଂ ଏଣ୍ଡୋଭର୍ ଆଦି ସାମିଲ ରହିଛି ।ଅର୍ଚ୍ଚନା ଙ୍କ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ର ଆରମ୍ଭ ହୋଇଯାଇଛି।

କୋର୍ଟ ଙ୍କ ଶୁଣାଣି ଅନୁଯାୟୀ ଶୁଣିବାକୁ ମିଳୁଛି କି ତାଙ୍କର ସତ୍ୟନଗର ସ୍ଥିତ ବାସଭବନ କୁ ବାଯ୍ୟାପ୍ତି କରାଯିବ ନାହିଁ।ଏହି କଥାର କେତେ ସତ୍ୟତା ରହିଛି ତାହା ଆଗକୁ ଜଣାପଡିବ।କିନ୍ତୁ ଅର୍ଚ୍ଚନା ଙ୍କ ସମ୍ପତି ସବୁକୁ ବାଜ୍ୟାପ୍ଟି ପାଇଁ ଏବେ ଇଡି ତରଫରୁ ପ୍ରକ୍ରିୟା ସବୁ ଆରମ୍ଭ ହୋଇଯାଇଛି ଆସନ୍ତା ୧୩ ତାରିଖରେ ଅର୍ଚ୍ଚନା ଙ୍କ ସମସ୍ତ ସମ୍ପତି ମଧ୍ୟରୁ କେଉଁ ସବୁ ବାଜ୍ୟାପ୍ତୀ କରାଯିବ ତାହା କୋର୍ଟ ରେ ଶୁଣାଣି ପରେ ଜଣାପଡ଼ିବ।

Leave A Reply

Your email address will not be published.