ବଢ଼ିଲା ମାଗଣା ଚାଉଳ ଅବଧି । ଆଉ ବର୍ଷେ ମିଳିବ ମାଗଣା ଚାଉଳ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଜାଣନ୍ତୁ ।

0

Get real time updates directly on you device, subscribe now.

ନୂଆବର୍ଷରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଆଉ ବର୍ଷେ ମିଳିବ ମାଗଣା ଚାଉଳ । ମୁଣ୍ଡ ପିଛା ୫ କେଜି ମିଳିବ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ବର୍ଷକ ଯାଏଁ ମିଳିବ ମାଗଣା ଚାଉଳ

ଜାନୁଆରୀ ୨୩ରୁ ଡିସେମ୍ବର ୨୩ ଯାଏଁ ମିଳିବ ଚାଉଳ । ଏ ବାବଦରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି । ଏଥିରେ ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାଯାଇଛି ।

ଆଜ୍ଞା ହଁ ଦର୍ଶକବନ୍ଧୁ ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ମିଳିବ ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ । ମାସକୁ ପାଞ୍ଚ କେଜି ଲେଖାଏ ମିଳିବ ଚାଉଳ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି ଟଙ୍କା । କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣା ଚାଉଳ ପ୍ରତଦାନ କରିଥିଲେ ।

ରୋଜଗାର ହରାଇଥିବା ଗରିବ ଅସହାୟ ଲୋକଙ୍କୁ ପାଇଁ ଜନକଲ୍ୟାଣ କାର୍ଯ୍ୟ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ରାସନକାର୍ଡ ହିତାଧିକାରୀଙ୍କୁ ମାଗମା ଚାଉଳ ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ୨୦୧୮ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । କୋଭିଡ ସମୟରେ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିଲା ମାଗଣା ଡାଲି ।

୨୮ମାସ ଧରି ମହାମାରୀ ସମୟରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ସହାୟତା ଯୋଗାଉଥିଲେ । ଦୁଇଥର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ।

କିନ୍ତୁ କୋଭିଡ ପରବର୍ତ୍ତୀ ସ୍ଥିତିରେ ମଧ୍ୟ ସାଧାରଣ ଗରିବ ଲୋକଙ୍କ ପାଇଁ ଏହି ସହାୟତା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରେ ପୁଣି ଗରିବ ସାଧରଣ ଲୋକଙ୍କ ପରିବାରକୁ ପ୍ରଦାନ କରିବେ ଏହି ମାଗମା ରାସନ ।

ପ୍ରତି ପରିବାରକୁ ମିଳିବ ପାଞ୍ଚ କେଜି ଲେଖାଏଁ ମାଗଣା ଚାଉଳ  । ତେବେ ସହାୟତା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି ମତ ପ୍ରକାଶ କରିଛନ୍ତି ସାଧାରଣ ଭୋଟର ।

Leave A Reply

Your email address will not be published.