ଜାନୁଆରୀରେ ଚୀନରେ ମୃତ୍ୟୁ ତାଣ୍ଡବ।କରୋନାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସମ୍ଭାବନା।ପରିସ୍ଥିତି ଅସମ୍ଭାଳ ବୋଲି ଆକଳନ କଲା ବ୍ରିଟେନର ହେଲ୍ଥ ଫାର୍ମ।
ବନ୍ଧୁଗଣ ୨୦୨୦ ମସିହା ରେ କୋଭିଡ୍ ର ସମସ୍ୟା ଆରମ୍ଭ ହୋଇଥିଲା।କୋଭିଡ୍ ପ୍ରଥମେ ଚୀନ ରେ ଆରମ୍ଭ ହୋଇଥିଲେ ମଧ୍ୟ ସାରା ବିଶ୍ଵ ରେ ଚହଳ ସୃଷ୍ଟି କରିଥିଲା।ଏହାର ପ୍ରାଦୁର୍ଭାବ କମି କମି ଆସୁଥିବା ବେଳେ ବର୍ତ୍ତମାନ ପୁଣି ଥରେ ଚୀନରେ କରାଳ ରୂପ ଧାରଣ କରିଛି କୋଭିଡ୍ ମହାମାରୀ। ଦୈନିକ ୯ ହଜାର ଜୀବନ ନେଉଛି ଘାତକ ଭୂତାଣୁ।
ତେବେ ସଂକ୍ରମଣ ଏଯାଏଁ ବି ପିକରେ ପହଞ୍ଚିନାହିଁ ଅର୍ଥାତ୍ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ। ବ୍ରିଟେନର ଏକ ହେଲ୍ଥ୍ ଫାର୍ମ ଏୟାର-ଫିନିଟି ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ, ଚଳିତ ମାସର ମଧ୍ୟଭାଗ ସୁଦ୍ଧା ଦୈନିକ ସଂକ୍ରମଣ ୩୭ ଲକ୍ଷରେ ପହଞ୍ଚିବ।
ସେହିପରି ପ୍ରତିଦିନ ୨୫ ହଜାର ଲୋକଙ୍କ ଜୀବନ ନେବ କୋଭିଡ୍। ଜାନୁଆରୀ ୨୩ ସୁଦ୍ଧା ୬ ଲକ୍ଷ ଚୀନ ନାଗରିକଙ୍କ ମୃତ୍ୟୁ ହେବା ଆଶଙ୍କା କରାଯାଉଛି।
ବ୍ରିଟେନରେ ଏକ ହେଲ୍ଥ ଫାର୍ମ ଏୟାର-ଫିନିଟି ଚୀନ୍ କୋଭିଡ୍ ସଂକ୍ରମଣର ଭୟାନକ ସ୍ଥିତି ସଂପର୍କରେ ଯେଉଁ ଉଦବେଗଜନକ ରିପୋର୍ଟ ଦେଇଛି, ତାହା କାହାକୁ ବି ବିଚଳିତ କରିବ।
ରିପୋର୍ଟ ଅନୁସାରେ ଜାନୁଆରୀ ୧୩ ବେଳକୁ ଚୀନରେ ଦୈନିକ ୩୭ ଲକ୍ଷ ଲୋକ କୋଭିଡରେ ଆକ୍ରାନ୍ତ ହେବେ। ଚୀନର ଏକ ନିର୍ଦ୍ଦିଷ୍ଟ ପ୍ରଦେଶରେ ସଂକ୍ରମଣ ହାର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଅନ୍ୟ ପକ୍ଷରେ ମୃତଦେହ ଗୁଡ଼ିକ ଅନ୍ତିମ ସଂସ୍କାର ପାଇଁ ଗଡ଼ ହୋଇ ରହୁଛି।ଆକଳନ ଅନୁସାରେ ଦିନ କୁ ଅତିକମ୍ ରେ ୯ ହାଜର ଲୋକ ମୃତ୍ୟୁ ହେଉଥିବା ବେଳେ ଜାନୁଆରୀ ମଧ୍ୟ ଭାଗ ସୁଦ୍ଧା ୨୫ ହାଜର ଛୁଇଁବ।ଏପରି କ୍ରମରେ ଆସନ୍ତା ଜାନୁଆରୀ ୨୩ ସୁଦ୍ଧା ଏହି ସଂଖ୍ୟା ୬ ଲକ୍ଷ କୁ ବଢ଼ିବାର ଆଶଙ୍କା କରାଯାଇଛି।