ନଣନ୍ଦ ଆଖିରୁ ଲୁହ ଶୁଖୁନି । ଭାଇ ମୁହଁରୁ ହସ ଉଭେଇ ଯାଇଛି । ଶାଶୂ ପାଗିଳୀ ଭଳି ପ୍ରଳାପ କରୁଛନ୍ତି । କାରଣ, ନାତି କି ନାତୁଣୀଟିଏ ହେବ, ସେହି ଆଶାରେ ୪ ଦିନ ହେଲା ଘରର ବୋହୂଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ।
ଭଲ ଡାକ୍ତର ଓ ନର୍ସଙ୍କ ପାଖରେ ପ୍ରସବ କରାଇବା ଲାଗି ରାଜଧାନୀକୁ ବାଛିଥିଲେ । କିନ୍ତୁ କଣ ହେଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଛୁଆ ହେବାର ମାତ୍ର କିଛି ସମୟ ପରେ ଆଖି ବୁଜିଲେ ମା ସୁମିତ୍ରା ବରାଳ । ଡାକ୍ତର ଓ ନର୍ସ ମାନଙ୍କର ଚରମ ଅବହେଳା ଯୋଗୁଁ ସୁମିତ୍ରାଙ୍କ ମୃତ୍ୟୁ ହୋଇଯିବା କଥା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ତାଙ୍କ ଶାଶୁଙ୍କ କହିବା ଅନୁସାରେ ଡ଼ାକ୍ତର କହିଲେ ସୁମିତ୍ରାଙ୍କ ତନ୍ଟିରେ କଫ ରୁନ୍ଧି ଯାଉଛି । କିନ୍ତୁ ସେତେବେଳେ ତାଙ୍କ ବୋହୂ ପୁରା ଭଲ ଭାବରେ କଥା ହେଉଥିଲେ । ଯେତେବେଳେ ବୋହୂ ସିରିଅସ ହେଇଗଲା ଶାଶୂ ଯାଇକି ପାଟି କରିଥିଲେ କଣ କରୁଛନ୍ତି ବୋଲି । ଡ଼ାକ୍ତର ମାନେ ଲୋକଙ୍କ ପଇସାରେ ଚଲୁଛନ୍ତି । ରୋଗୀଙ୍କୁ ମାରିବା ପାଇଁ କଣ ଡାକ୍ତରଙ୍କୁ ଦରମା ପତ୍ର ଦେଉଛନ୍ତି।
ତେବେ ବନ୍ଧୁଗଣ ମିଳିଥିବା ସୂଚନା ମୁତାବକ ଗତ ୧୬ ତାରିଖରୁ ନିମାପଡ଼ା ରୁ ଆସି ଭୁବନେଶ୍ୱରର କେପିଟାଲ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ ୩୦ ବର୍ଷୀୟ ସୁମିତ୍ରା ବରାଳ ।
ପାରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସିଯରିଆନ୍ ପ୍ରସେସ ପାଇଁ ପ୍ରତ୍ୟେକ ଦିନ ସନ୍ଦ୍ୟା ଯାଏଁ ସୁମିତ୍ରାଙ୍କୁ ଓପାସ ରଖୁଥିଲା ନର୍ସ । କିନ୍ତୁ ପିଲା ଜନ୍ମ ନକରି ଦିନ ଗଡ଼ାଇ ଚାଲିଥିଲେ । ସୋମବାର ସକାଳେ ହଠାତ୍ ସୁମିତ୍ରା ଥରିବାକୁ ଲାଗିଥିଲେ । କିନ୍ତୁ ନର୍ସଙ୍କୁ ଡକା ଯାଇଥିଲେ ମଧ୍ୟ ସେ ଶୁଣିବା ପରିବର୍ତ୍ତେ ଦୁର୍ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି ।
ପରେ ସୁମିତ୍ରାଙ୍କ ମୃତ୍ୟୁ ହୋଇ ଯାଇଛି ବୋଲି ଡ଼ାକ୍ତର ପାରିବାର ଲୋକଙ୍କୁ ଜଣାଇଥିଲେ । ଆଉ ନବଜାତ ଶିଶୁ ପୁତ୍ରର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଥିବାର ଖବର ରହିଛି । ସେପଟେ ଚିକିତ୍ସା ଠିକ୍ ଠାକ୍ ଥିଲ କିନ୍ତୁ ହଠାତ୍ ହୃଦଘାତ କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି । ତେବେ ସୁମିତ୍ରାଙ୍କ ମୃତ୍ୟୁରେ ତାଙ୍କ ପରିବାରର ଲୋକେ ବହୁତ ଭାଙ୍ଗି ପଡିବା ସହିତ ଅଭିଯୋଗ ଆଣିଛନ୍ତି ।