ପରିତ୍ୟକ୍ତ ଅବସ୍ଥାରେ ମିଳିଲା ଅର୍ଚନାଙ୍କ ଦାମୀ ଏଣ୍ଡେଭର କାର୍‌ । ଯେଉଁଥିରୁ ମିଳିଲା ଇଂରାଜୀରେ ଲେଖା ଥିବା ଏକ ଚିଠି,ଚିଠିରେ କଣ ଲେଖା ଅଛି ?

0

Get real time updates directly on you device, subscribe now.

ଶେଷରେ ଇଡି ଖୋଜୁଥିବା ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି ମିଳିଛି । ଶନିବାର ରାତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରୟାଲ୍‌ କଲେଜ ନିକଟରୁ ଏହି କାର୍‌କୁ ଠାବ କରାଯାଇଛି । ଗାଡ଼ିର ନମ୍ବର ପ୍ଲେଟ୍‌ ବାହାରେ ନ ଲାଗି ଭିତରେ ସିଟ୍ ଉପରେ ଥୁଆ ହୋଇଥଲା । ଯେଉଁଥିରୁ ତାହା ଇଡି ଖୋଜୁଥିବା ଅର୍ଚ୍ଚନାଙ୍କ ସେହି ବହୁ ଚର୍ଚ୍ଚିତ କାର୍‌ ବୋଲି ସ୍ପଷ୍ଟ ହୋଇଛି ।

ଏନେଇ ଇଡିର ଅଧିକାରୀମାନେ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କାର୍‌ଟି ଲକ୍‌ ଅବସ୍ଥାରେ ଥିବାରୁ ସୋ’ରୁମ୍‌ର ଟେକ୍ନିସିଆନ୍‌ଙ୍କ ସହଯୋଗରେ ଗାଡ଼ିର ଲକ୍‌ ଖୋଲି ଇଡି ତାକୁ ନୂଆପଲ୍ଲୀ କାର୍ଯ୍ୟାଳୟକୁ ନେଇଛି ।କାର୍‌ ଭିତରୁ କେତେକ କାଗଜପତ୍ର ମିଳିଛି ଏବଂ ସେଥିରେ କେତେକ ବ୍ୟକ୍ତିଙ୍କ ନାଁ ଓ ମୋବାଇଲ ନମ୍ବର ଲେଖାଯାଇଛି ବୋଲି ଜଣାପଡ଼ିଛି।

ଏହା ସହିତ ଏକ ହାତ ଲେଖା ଚିଠି ମଧ୍ୟ ଜବତ ହୋଇଛି । ଯେଉଁଥିରେ ଇଂରାଜୀରେ କିଛି ଲେଖା ହୋଇଛି । ଆଉ କଣ ଲେଖା ହୋଇଛି ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଯାଇଛି ।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଶୁକ୍ରବାର ରାତି ପ୍ରାୟ ୧୨ଟା ବେ‌ଳେ ଜଣେ ବ୍ୟକ୍ତି ଏହି କାର୍‌କୁ ଆଣି ଏଠାରେ ରାସ୍ତା କଡ଼ରେ ପାର୍କିଂ କରିଥିଲେ । କିନ୍ତୁ ସେ କାର୍‌ ଛାଡ଼ି କେତେବେଳେ ପଳାଇଲେ, ଜଣା ପଡ଼ିଲାନାହିଁ । ଶନିବାର ସକାଳୁ ନମ୍ବରବିହୀନ କାର୍‌କୁ ସେମିତି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ବି କେହି କାର୍‌ ନେବାକୁ ଆସିନଥିଲେ।

ତେବେ ଏତେ ଦାମୀ କାର୍‌ଟି ପରିତ୍ୟକ୍ତ ଅବସ୍ଥାରେ ପାର୍କିଂ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଖବର ପାଇ ପ୍ରଥମେ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି ଖବର ପ୍ରସାରଣ କରିଥିଲେ ।

ଏହାର କିଛି ସମୟ ପରେ ଇଡିର ଅଧିକାରୀମାନେ କାର୍‌ ନିକଟକୁ ଆସିଥିଲେ । ସେଇଟି ଅର୍ଚ୍ଚନାଙ୍କ କାର୍‌ ବୋଲି ସ୍ପଷ୍ଟ କରିବା ପାଇଁ ଇଂଜିନ ନମ୍ବର ଓ ଚେସିସ୍ ନମ୍ବର ମିଳାଇବାକୁ ପଡ଼ିଥିଲା । ପ୍ରକାଶ ଥାଉକି ଇଡି ଏହି ମାମଲାର ତଦନ୍ତ ଦାୟିତ୍ବ ନେଇ ଅର୍ଚ୍ଚନାଙ୍କ ସମ୍ପତ୍ତିର ଖୋଳତାଡ୍‌ କରିବା ପରେ ତାଙ୍କର ୪ଟି କାର୍‌ ଥିବା ଜଣା ପଡ଼ିଥିଲା ।

ସେଥିମଧ୍ୟରୁ କ୍ରେଟା ଓ ଫର୍‌ଚ୍ୟୁନର୍‌ କାର୍‌କୁ ସେ ବିକ୍ରି କରି ସାରିଥିବା ବେଳେ ଥାର୍‌ କାର୍‌ଟିକୁ ଇଡି ଜବତ କରିଥିଲା । କିନ୍ତୁ ଏଣ୍ଡେଭର କାର୍‌ର ପତ୍ତା ମିଳୁନଥିଲା । ଦୁଇ ଦିନ ତଳେ ଇଡି ପକ୍ଷରୁ ଚେତବାନୀ ଦିଆଯାଇଥିଲା ଯେ ଏଣ୍ଡେଭର୍‌ କାର୍‌ ଯାହା ପାଖରେ ଅଛି, ତୁରନ୍ତ ହସ୍ତାନ୍ତର କରିଦିଅନ୍ତୁ । ନଚେତ ଗାଡ଼ି ଠାବ ହେଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ଇଡିର ଚେତାବନୀ ଭୟରେ କେହି ଗାଡ଼ିକୁ ରାସ୍ତା କଡ଼ରେ ଥୋଇ ପଳାଇଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.