ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବାର ଦୁଇ ପାଦ ପଛରେ ରହିଛି|ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ଵିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଗୁରୁବାର ୧୦ ନଭେମ୍ବର ଏଡିଲେଡ୍ ଓଭାଲରେ ଖେଳାଯିବ|ସେମିଫାଇନାଲରେ ଭାରତ ଇଂଲଣ୍ଡ ଠାରୁ ଦାବିଦାର ମାନା ଯାଉଛି|
ଯଦି ଭାରତୀୟ ଦଳ ଇଂଲଣ୍ଡକୁ ଏଥିରେ ଧୂଳି ଚଟାଏ ତେବେ ଫାଇନାଲ ରେ ପ୍ରବେଶ କରିବ|ଭାରତ ଯେଉଁଭଳି ଫର୍ମରେ ରହିଛି ବିଶ୍ୱକପ ଜିତିବା ବେଶୀ ଦୂର ନାହିଁ|ଯଦି ଏଭଳି ହୁଏ ଭାରତ ୧୫ ବର୍ଷ ପରେ ଟି-୨୦ ବିଶ୍ୱକପ ଜିତିବ|ଶେଷଥର ୨୦୦୭ ରେ ଧୋନୀଙ୍କ ନେତୃତ୍ୱରେ ଦଳ ଟି-୨୦ ବିଶ୍ୱକପ ଜିତିଥିଲେ|
ଭାରତୀୟ ଦଳ ସେମିଫାଇନାଲରେ ଇଂଲଣ୍ଡ ବିରୁଦ୍ଧରେ ଜିତିବାର ପ୍ରବଳ ଦାବିଦାର ରହିଛି|ଟି-୨୦ ଆନ୍ତର୍ଜାତିକ କ୍ରିକେଟରେ ଭାରତ ଇଂଲଣ୍ଡ ବିରୁଦ୍ଧରେ ଭଲ ରେକର୍ଡ ରହିଛି|ଏପର୍ଯ୍ୟନ୍ତ ଇଂଲଣ୍ଡ ବିରୁଦ୍ଧରେ ହୋଇଥିବା ଟି-୨୦ ରେ ୨୨ ମ୍ୟାଚରୁ ଭାରତ ୧୨ ଜିତିଥିବା ବେଳେ ଇଂଲଣ୍ଡ ୧୦ ମ୍ୟାଚ ଜିତିଛନ୍ତି|
ଟି-୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ଖେଳାଯାଇଛି, ଯେଉଁଥିରେ ଭାରତ ଦୁଇଟି ଜିତିଛି ଓ ଇଂଲଣ୍ଡ ଗୋଟିଏ ଜିତିଛି|ଶେଷଥର ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ଶେଷ ମ୍ୟାଚ ୨୦୧୨ ରେ ଖେଳାଯାଇଥିଲା|ଶ୍ରୀଲଙ୍କରେ ଖେଳାଯାଇଥିବା ସେହି ଟି-୨୦ ବିଶ୍ୱକପରେ ଭାରତ ଇଂଲଣ୍ଡକୁ ୯୦ ରନରେ ହରେଇଥିଲା|
ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ୨୦୦୭ ରେ ଖେଳା ଯାଇଥିଲା|ଏଥିରେ ଭାରତୀୟ ଦଳ ୧୮ ରନରେ ଜିତିଥିଲେ, ଯେଉଁଥିରେ ଭାରତର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଇଂଲଣ୍ଡର ଷ୍ଟୁଆଟ ବ୍ରଡକୁ ୬ ବଲରେ ୬ ଛକା ମାରିଥିଲେ|