ଧାମନଗର ଉପନିର୍ବାଚନ ରେ ଷ୍ଟାର୍ ପ୍ରଚାର ସତ୍ତ୍ୱେ ଜିତିପରିଲାନି ବିଜେଡି

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ତୋ ଧାମନଗର ର ବାଇ ଇଲେକ୍ସନ ସମ୍ପର୍କ ରେ ଜାଣିଥିବେ।ତେବେ ସେଠାରେ କାଲି ଭୋଟ୍ ଗଣତି ଶେଷ ହୋଇଛି ଏବଂ ବିଜେପି ବିଜେଡି କୁ ସେଠାରେ ମାତ୍ ଦେଇଛି। କ’ଣ ପାଇଁ ବିଜେଡି ହାରିଲା ତାହା ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି।ଅଭିନେତା ଓ ଅଭିନେତ୍ରୀ ରୁ ସାଜିଥିବା ନେତା ଓ ନେତ୍ରୀ ମାନେ ପ୍ରଚାର କରିବା ସତ୍ତ୍ୱେ ହାରିଛି ବିଜେଡି।ଅରିନ୍ଦମ ରୟ,ବର୍ଷା ପ୍ରିୟଦର୍ଶିନୀ,ଏଲିନା ଦାସ,ଆକାଶ ଦାସ ନାୟକ ଏଇଭଳି ହାଇ ପ୍ରୋଫାଇଲ୍ ଷ୍ଟାର୍ ମାନଙ୍କ ପ୍ରଚାର କିଛି କାମ କୁ ଆସିଲାନି।

ଓଡ଼ିଆ ଫିଲ୍ମ କୁ ଭଲ ପାଉଥିବା ଲୋକ ମାନେ ଏହି ମାନଙ୍କୁ ଭଲ ପାଆନ୍ତି।ଏମାନଙ୍କର ସବୁ କଥା କୁ ଅନୁସରଣ କରନ୍ତି।ତେବେକ’ଣ ଓଡ଼ିଆ ଫିଲ୍ମ କୁ ଯେପରି ପସନ୍ଦ କରୁନାହାନ୍ତି ଲୋକ ସେହିପରି ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବି ପସନ୍ଦ କରୁନାହାନ୍ତି ଲୋକ।ଏହି ସବୁ କଥା ଏବେ ଜନସାଧାରଣ ମଧ୍ୟ ରେ ଚହଳ ସୃଷ୍ଠି କରିଛି।ଏହି ସବୁ ଆଗଧାଡ଼ି ର ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ ପ୍ରଚାର କରିବା ବିଜେଡି ର ପୁରୁଣା ପଇଁତରା।

ବିଜେଡି ଭାବିଥିଲା ଯେ ଏମାନଙ୍କୁ ଦେଖି ଲୋକ ମାନେ ଆକୃଷ୍ଟ ହେବେ ଓ ଭୋଟ୍ ଦେବେ।ହେଲେ ଏହି ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଦେଖିବା ପାଇଁ ଲୋକ ମାନେ ଭିଡ଼ ତ ଜମେଇଲେ ହେଲେ ସେତିକି ପରିମାଣ ରେ ଭୋଟ୍ ଦେଲେ ନାହିଁ।ଯାହା ଫଳରେ ବିଜେଡି କୁ ପରାଜୟ ର ମୁହଁ ଦେଖିବାକୁ ପଡ଼ିଲା।ତେବେ ଷ୍ଟାର୍ ପ୍ରଚାର ସତ୍ତ୍ୱେ ହାରିବା ପରେ ବିଜେଡି କ’ଣ ଆଉ ଏହି ଷ୍ଟାର୍ ପ୍ରଚାର ଉପରେ ବିଶ୍ୱାସ ରଖିପାରିବ ନା ତା’ର ଷ୍ଟ୍ରାଟେଜି ବଦଳେଇବ।

Leave A Reply

Your email address will not be published.