ବିରାଟ କୋହଲି ଙ୍କ ଜନ୍ମ ଦିନ ଅବସର ରେ ତାଙ୍କୁ ମିଳିଥିବା ଶୁଭେଚ୍ଛା ଓ ଅନୁଷ୍କାଙ୍କ ତରଫରୁ ମିଳିଥିବା ସରପ୍ରାଇଜ୍ ସମ୍ପର୍କରେ ଜାଣନ୍ତୁ
କ୍ରିକେଟ୍ ର କିଙ୍ଗ୍ ବିରାଟ କୋହଲି ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ବିରାଟଙ୍କ ଜନ୍ମଦିନ ପାଇଁ ଚାରିଆଡେ ସେଲିବ୍ରେସନ୍ ର ମାହୋଲ୍ ରହିଛି। ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି।ତେବେ ତାଙ୍କ ଜନ୍ମଦିନ ଅବସର ରେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ମିଳିଛି।
ବିରାଟଙ୍କ ଏହି ଜନ୍ମଦିନକୁ ଅଧିକ ସ୍ପେଶାଲ କରିଛନ୍ତି ପତ୍ନୀ ଅନୁଷ୍କା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମ ରେ। ଅନୁଷ୍କା ନିଜ ଇନଷ୍ଟାଗ୍ରାମ୍ ରେ, ବିରାଟଙ୍କୁ ଜନ୍ମଦିନ ଶୁଭେଚ୍ଛ ଜଣାଇବା ସହ କିଙ୍ଗ୍ କୋହଲିଙ୍କ କିଛି ମଜାଳିଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବହୁତ କମେଣ୍ଟ୍ ଓ ଲାଇକ୍ ମଧ୍ୟ ଆସିଛି।ଅନୁଷ୍କା ଶର୍ମା ନିଜ ଇନଷ୍ଟାରେ ବିରାଟ କୋହଲିଙ୍କ ଚାରୋଟି ଚିତ୍ର ସେୟାର କରିଛନ୍ତି । ପ୍ରଥମ ଫଟୋରେ ବିରାଟ କୋହଲିଙ୍କର ଏକ କ୍ଲୋଜ ଅପ୍ ସଟ ଅଛି। ଯେଉଁ ଫଟୋଟି ଖୁବ୍ ମଜାଳିଆ ଦେଖାଯାଉଛି।ଏହା ପରେ ଦ୍ୱିତୀୟ ଫଟୋରେ ବିରାଟ କୋହଲି ଏକ ସଟ୍ସ ପିନ୍ଧିଥିବା ନଜର ଆସିଛନ୍ତି ।
View this post on Instagram
ଏହାସହ ସେ ମୁଣ୍ଡରେ ଏକ କ୍ୟାପ୍ ଏବଂ ହାତରେ ଚପଲ ଧରିଥିବା ଦେଖିବାକୁ ମିଳିଛି ।ଏହା ପରେ ବିରାଟ କୋହଲିଙ୍କ ଆଉ ଏକ ଆଶ୍ଚର୍ଯ୍ୟଜନକ ଫଟୋ ମଧ୍ୟ ଅନୁଷ୍କା ସେୟାର କରିଛନ୍ତି । ସେ ଏହି ଫଟୋରେ ଶୋଇଥିବା ଦେଖିବାକୁ ମିଳୁଛି । ଶେଷ ଫଟୋଟିରେ ସେ ନିଜ ଝିଅକୁ କୋଳରେ ଧରିଥିବା ଦେଖିବାକୁ ମିଳିଛି।ବିରାଟ କୋହଲିଙ୍କ ଜନ୍ମଦିନରେ ସାରା ବିଶ୍ୱରୁ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି । ଏଭଳି ପରିସ୍ଥିତିରେ ଅନୁଷ୍କାଙ୍କ ଏହି ପୋଷ୍ଟରେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ‘ଭାରତର ଗର୍ବ ସେ, ସେ କେବଳ ଜଣେ କ୍ରିକେଟର ନୁହେଁ ଆମ ଜୀବନ’।
୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ବିରାଟ । ଏହାପରେ ସେ ଆଉ କେବେ ପଛକୁ ଫେରିନଥିଲେ। ୨୦୧୦ ମସିହା ଜୁନ ୧୨ ତାରିଖରେ ଜିମ୍ବାଓ୍ବେ ବିପକ୍ଷ ଟି ଟ୍ବେଣ୍ଟିରେ ଡେବ୍ୟୁ କରିଥିଲେ ଏବଂ ୨୦୧୧ ଜୁନ ୨୦ରେ ସେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଏଏହାପରେ ସେ ଆଉ କେବେ ପଛକୁ ଫେରିନଥିଲେ । ଆଜି ବିଶ୍ବ କ୍ରିକେଟରେ ସବୁଠୁ ସଫଳ ଓ ଅନ୍ୟତମ କ୍ରିକେଟର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବିରାଟ। ଏହାରି ଭିତରେ ୧୦୨ଟି ଟେଷ୍ଟ, ୨୬୨ ଟି ଦିନିକିଆ ଓ ୧୧୩ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିସାରିଛନ୍ତି । ଦିନିକିଆରେ ୨୬୨ଟି ମ୍ୟାଚରୁ ୧୨ ହଜାର ୩୪୪ ରନ କରିଛନ୍ତି ।