ମଣିଷ ହେଉଛି ଈଶ୍ବରଙ୍କ ଶ୍ରେଷ୍ଠ ରଚନା।ଏହି ସମାଜରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ।ସମାଜ ବିଭିନ୍ନ ପ୍ରକାର ପରିବାରକୁ ନେଇ ଗଠିତ।ଯଦି ପରିବାର ଗୋଟିଏ ଗାଡି ହୁଏ ତେବେ ସ୍ବାମୀ ଓ ସ୍ତ୍ରୀ ହେଉଛନ୍ତି ତାର 2ଟି ଚକ।କିନ୍ତୁ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ରେ ଅନ୍ୟ ଜଣେ ସାମିଲ ହେଲେ ସେ ସମର୍କ ଭାଙ୍ଗି ଯିବା କଥା ବହୁତ୍ ସମୟ ରେ ଆମ ସମାଜ ରେ ନଜିର ଅଛି।ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ର ବଁଅରପାଳ ଗାଁ ର ମାଣିକ ନାୟକ ଙ୍କ ସହ। ଘଟଣା ଟି ଏହିପରି ଯେ ବଁଅରପାଳ ଗାଁ ର ମାଣିକ ନାୟକଙ୍କର ସେହି ଗାଁ ର ଗୋବର୍ଦ୍ଧନ ନାୟକ ଙ୍କ ସହ ଛୋଟ ବେଳୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ଦୁହେଁ ଦୁହିଁଙ୍କୁ ଅସୀମ ପ୍ରେମ କରୁଥିଲେ ଓ ପରସ୍ପର ସହ ସର ଜୀବନ ରହିବାର ସ୍ବପ୍ନ ଦେଖୁଥିଲେ।କିନ୍ତୁ ବିବାହର ପ୍ରତିଶୃତି ଦେଇ କୁଆଡେ ଗୋବର୍ଦ୍ଧନ ପ୍ରତାରଣା କରିଥିବାର ଅଭିଯୋଗ ଥାନାରେ କରିଥିଲେ ମାଣିକ।ଆଉ ଏଇ ଅଭିଯୋଗ ଆଧାର ରେ ପୋଲିସ ଗୋବର୍ଦ୍ଧନ ଙ୍କୁ ୨୦୨୧ ମସିହା ରେ କୋର୍ଟ ଚାଲାଣ କରିଥିଲା।୭ ମାସ ପରେ ଜେଲ ରୁ ଜାମିନ ରେ ଆସିବା ପରେ ଗୋବର୍ଦ୍ଧନ ମାଣିକ ଙ୍କୁ ବିବାହ କରି ତାକୁ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲା।
ଏହାପରେ ସେମାନେ ଏକ ନୂଆ ଜୀବନ ଆରମ୍ଭ କରିଥିଲେ।ସବୁକିଛି ଭୁଲି ମାଣିକ ଗୋବର୍ଦ୍ଧନ ସହ ନୂଆ ଜୀବନ ଆରମ୍ଭ କରିଥିବା ବେଳେ କାନୁନ୍ ର ଫନ୍ଦା ରେ ସବୁ ବିଗିଡି ଯାଇଥିଲା।ପୂର୍ବରୁ ହୋଇଥିବା ଅଭିଯୋଗ ଆଧାରରେ ଫାଷ୍ଟ ଟ୍ରାକ କୋର୍ଟ ରେ ଗୋବର୍ଦ୍ଧନ ଦୋଷୀ ସାବ୍ୟସ୍ତ ହେଲା ବେଳେ ତାକୁ ୨୦ବର୍ଷ କାରାଗାର ଦଣ୍ଡ ରେ ଦଣ୍ଡିତ କରାଯାଇଛି।
ସ୍ବାମୀ ଜେଲ ଦଣ୍ଡ ପାଇଲା ପରେ ମାଣିକଙ୍କ କହିବା କଥା ହେଲା ତାଙ୍କ ସ୍ବାମୀ କୌଣସି ଦୁଷ୍କର୍ମ କରି ନାହାନ୍ତି।ସେ ବାହା ହେବେ ବୋଲି ତାଙ୍କୁ ଅନ୍ୟ କଥା ରେ ପଡ଼ି ମିଛ ଅଭିଯୋଗ କରିଥିଲେ ।ଗୋବର୍ଦ୍ଧନଙ୍କ ମାଆଙ୍କୁ ଅନୁସାରେ ପୁଅ ହିଁ ଏକ ରୋଜଗାର କ୍ଷମ ଥିଲା।ସେ ଗଲା ପରେ ଘର କିପରି ଚାଲିବ।ହେଲେ କଥା ଏତିକିରେ ସରିନି,ଗୋବର୍ଦ୍ଧନ ଶିବ ଜେଲ ଚାଲିଗଲା ହେଲେ ତାଙ୍କ ପତ୍ନୀ ମାଣିକ ଏବେ ଏକ ମାସ ର ଅନ୍ତସନ୍ତ୍ୱା।ଏବେ ଏହି ସ୍ଥିତି ରେ ସେ କଣ କରିବେ ,କିପରି ବଞ୍ଚିବେ ଓ ନିଜ ରୋଗିଣା ଶାଶୁ ଶ୍ୱଶୁରଙ୍କୁ କିପରି ଚଳେଇବେ ସେ ନେଇ ଚିନ୍ତାରେ। ଏଭଳି ସ୍ଥିତି ରେ ଆଇନ ର ଫାସ ରୁ କିପରି ମୁକୁଳିବ ସେ ନେଇ ମାଣିକ ର ଚିନ୍ତା।