ଏବେ କାଠଗଡାରେ ବର୍ଷା ଆଉ ଆରମ୍ଭ ହେଲା ବର୍ଷାଙ୍କୁ ଅନୁଭବ ଓକିଲଙ୍କ ଜେରା । ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା ଅଦାଲତି ପ୍ରକ୍ରିୟା ।
ବନ୍ଧୁଗଣ ଆପଣମାନେ ଜାଣିଥିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ । ଯାହା ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ପାରିବାରିକ ବିବାଦ ଏବେ କୋର୍ଟରେ । ତେବେ ଏହି କେସଟି ଚାଲିବାର ବହୁତ ଦିନ ହେଲାଣି ହେଲେ ବି ସ୍ପଷ୍ଟ ଶୁଣାଣି ହୋଇ ପାରିନାହିଁ । ବର୍ତ୍ତମାନ ସମୟରେ ବର୍ଷା ଓ ଅନୁଭବଙ୍କର ଏକ ଭିଡିଓ ଭାଇରାଲ ହେବାକୁ ଲାଗୁଛି ଯେଉଁଥିରେ ସୁଚନା ମିଳିଛି ତାଙ୍କୁ କୋର୍ଟ ତରଫରୁ ଶୁଣାଣି ମିଳିଛି । ଏବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ବିବରଣୀ ।
ତେବେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଉ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ସମସ୍ତେଙ୍କୁ ଜଣା ଆଉ ଏହାରି ଭିତରେ ଉଭୟଙ୍କ ମାମଲାର ଶୁଣାଣି ଆରମ୍ଭ ହୋଇ ଯାଇଛି । ଗତକାଲି ଅଦାଲତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା ଆରମ୍ଭ ହୋଇ ଯାଇଛି । ଜେରାର ପ୍ରଥମ ଦିନରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରିଛି ଅଦାଲତ ।
ଆଉ ଜେରା ସମୟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ଅନୁଭବଙ୍କର ଜେରା ସରି ସାରିଛି । ଆଉ ସାଂସଦ ଅନୁଭବ ମହାନ୍ତିଙ୍କୁ ଜେରା କରିବା ପାଇଁ କୋର୍ଟଙ୍କୁ ୧୩ ଥର ଡକା ଯାଇଛି । ଆଉ ୯ ଥର ଅନୁଭବ ମହାନ୍ତିଙ୍କୁ ଜେରା କରାଯାଇଛି । ଆଉ ୪ ଟି ତାରିଖ ରେ ବର୍ଷାଙ୍କ ତରଫରୁ ସମୟ ଦିଆଯାଉ ନଥିଲା । ଯେଉଁଥି ପାଇଁ ଶୁଣାଣିରେ କୁଆଡେ ବିଳମ୍ବ ହେଉଛି । ଆଉ ବର୍ତ୍ତମାନ ସମୟରେ ବର୍ଷାଙ୍କର ଜେରା ଆରମ୍ଭ ହୋଇ ସାରିଛି ଆଉ ଅନୁଭବ ଏଥିରେ ସାହାଯ୍ୟ କରୁଛନ୍ତି ।
ଅନ୍ୟପକ୍ଷରେ ଅନୁଭବଙ୍କ ପକ୍ଷରୁ ଅଦାଲତରେ ଆଉ ଏକ ପିଟିସନ୍ ମଧ୍ୟ ରୁଜୁ କରା ଯାଇଥିଲା । ଯେଉଁଥିରେ ବର୍ଷାଙ୍କ ତରଫରୁ ଅଦାଲତରେ ହେଉଥିବା ପ୍ରାୟ ୨୦୦ ରୁ ୩୦୦ ପ୍ରୁଷ୍ଠାର ଡକୁମେଣ୍ଟକୁ ଅଦାଲତ ଗ୍ରହଣ ନକରିବାକୁ ଅନୁଭବଙ୍କ ତରଫରୁ ପ୍ରାର୍ଥନା କରାଯାଇଛି । ଆଉ ଆଜି ଏହା ଉପରେ ଶୁଣାଣି ହେଇପାରେ ବୋଲି ସୁଚନା ମିଳୁଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୁଚନା ମିଳିନାହିଁ ଯାହା ଆଗକୁ ଜଣା ପଡିବ । ସୂଚନାଯୋଗ୍ୟ ଗତକାଲି ଅର୍ଥାତ୍ ୨ ତାରିଖରେ ଅନୁଭବଙ୍କ ଘର ଚାବିକାଠି କୋର୍ଟରେ ଆସି ହସ୍ତାନ୍ତର କରିବାକୁ ଆଦେଶ ମଧ୍ୟ ଥିଲା ।