ନିଜ ସ୍ତ୍ରୀ ପାଇଁ ନିଜେ ଖୋଜିବାକୁ ଲାଗିଲା ନୂଆଁ ସ୍ବାମୀ, ବିବାହ ମଧ୍ୟ କରାଇଦେଲା, କାରଣ ଜାଣିଲେ କାନ୍ଦି ପକାଇବେ

0

Get real time updates directly on you device, subscribe now.

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ବହୁତ୍ ସ୍ପେସାଲ ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି କୌଣସି ମହିଳାଙ୍କ ସହ ବିବାହ କରନ୍ତି, ସେତେବେଳେ ତାର ଜୀବନସାରା ଧ୍ୟାନ ରଖିବାକୁ ମଧ୍ୟ କଥା ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ସ୍ବାମୀ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜେ ନିଜର ସ୍ତ୍ରୀର ଦ୍ୱିତୀୟ ବିବାହ କରାଇଦେଲେ । ସେ ନିଜ ସ୍ତ୍ରୀ ପାଇଁ ନୂଆଁ ଜୀବନସାଥି ଖୋଜିବାରେ ସାହାଯ୍ୟ ମଧ୍ୟ କଲେ । ଯେତେବେଳେ ଆପଣ ଏହାର କାରଣ ଜାଣିବେ, ସେତେବେଳେ ଭାବୁକ ହୋଇଯିବେ ।

ସ୍ବାମୀ ନିଜେ କରାଇଲେ ସ୍ତ୍ରୀର ଦ୍ୱିତୀୟ ବିବାହ :-

ବାସ୍ତବରେ ଏହି ଆଶ୍ଚର୍ଯ୍ୟଜନକ ମାମଲା ଆମେରିକାର ନ୍ୟୁୟର୍କ ସହରର ଅଟେ । ତେବେ ଏହି ଘଟଣା କିଛି ସମୟ ପୁରୁଣା ଅଟେ, କିନ୍ତୁ ଏହାର ଖୁଲାସା ବର୍ତ୍ତମାନ ସ୍ତ୍ରୀ ନିଜେ ଲେଖିଥିବା ପୁସ୍ତକରେ କରିଛି । ବର୍ତ୍ତମାନ ସେହି ପୁସ୍ତକର ଏହି ଅଂଶ ମିଡିଆରେ ଭାଇରଲ ହେଉଛି । ଆମେ ଏହା ପୂର୍ବରୁ ମଧ୍ୟ ଏପରି ଅନେକ ମାମଲା ଦେଖି ସାରିଛନ୍ତି, ଯେଉଁଠାରେ ସ୍ବାମୀ ଖୁସିରେ ଖୁସିରେ ସ୍ତ୍ରୀର ଦ୍ୱିତୀୟ ବିବାହ କରାଇଛନ୍ତି ।

ଅଧିକାଂଶ ଏପରି ମାମଲାରେ ସ୍ତ୍ରୀକୁ ଆଉ କାହା ସହ ପ୍ରେମ ହୋଇଥାଏ ଏବଂ ସ୍ବାମୀ ଜଣେ ଭଲ ଲୋକ ହୋଇ ତାର ବିବାହ ପ୍ରେମିକ ସହ କରାଇଦିଏ । କିନ୍ତୁ ଏହି ମାମଲାରେ ସ୍ତ୍ରୀ ନିଜ ସ୍ବାମୀ ପ୍ରତି ବିଶ୍ଵସ୍ଥ ଥିଲା । ସେ ତାକୁ ବହୁତ୍ ଭଲ ପାଉଥିଲା । ତାର କୌଣସି ପ୍ରେମିକ ମଧ୍ୟ ନଥିଲା । ତାପରେ ବି ସ୍ବାମୀ ତା ଉପରେ ଦ୍ୱିତୀୟ ବିବାହ କରିବାକୁ ଚାପ ପକାଇଲା । ନିଜେ ସ୍ତ୍ରୀ ପାଇଁ ଲାଇଫ ପାର୍ଟନର ଖୋଜିଲେ । ଏହା ପଛର କାରଣ ଆପଣଙ୍କୁ ମଧ୍ୟ କନ୍ଦାଇ ଦେଇପାରେ ।

କାରଣ ଜାଣି ଭାବୁକ ହୋଇଗଲେ ଲୋକେ :-

ପ୍ରକୃତରେ ସ୍ବାମୀ ଗୋଟିଏ ବଡ ରୋଗରେ ପଡ଼ିଥିଲା । ଡ଼ାକ୍ତର ତାଙ୍କୁ ସଫା ସଫା କହି ଦେଇଥିଲେ ଯେ ସେ ଆଉ ମାତ୍ର କିଛି ଦିନର ଅତିଥି । ସ୍ବାମୀ ଜାଣିଲା ଯେ ତାର ଜୀବନ ବର୍ତ୍ତମାନ କିଛି ସମୟ ପରେ ଶେଷ ହୋଇଯିବ । କିନ୍ତୁ ତାର ନିଜ ସ୍ତ୍ରୀର ପରବର୍ତ୍ତୀ ଜୀବନ ପାଇଁ ଚିନ୍ତା ହେବାକୁ ଲାଗିଲା । ତା ସ୍ତ୍ରୀ କେମିତି ଏକୁଟିଆ ରହିବ ? କିପରି ନିଜକୁ ସମ୍ଭାଳିବ ? ଖୁସିରେ ରହିପାରିବ କି ନାହିଁ ? ଏସବୁ କଥା ତାକୁ ବହୁତ୍ ଚିନ୍ତାରେ ପକାଇଦେଲା ।

ତେଣୁ ସେ ସ୍ତ୍ରୀ ସାମ୍ନାରେ ଦ୍ୱିତୀୟ ବିବାହ କରିବାର ପ୍ରସ୍ତାବ ରଖିଲା । ପ୍ରଥମେ ତ ସ୍ତ୍ରୀକୁ ଏକଥା ବହୁତ୍ ଅଜବ ଲାଗିଲା ଏବଂ ସେ ମନା କରିଦେଲା । କିନ୍ତୁ ଯେତେବେଳେ ସ୍ତ୍ରୀ ବୁଝାଇଲା, ସେତେବେଳେ ସେ ରାଜି ହୋଇଗଲା । ତାପରେ ଆଉ କଣ ହେବ, ରୋଗରେ ପଡ଼ିଥିବା ସ୍ଵାମୀ ନିଜ ସ୍ତ୍ରୀ ପାଇଁ ନୂଆଁ ଜୀବନସାଥି ଖୋଜିବା ଆରମ୍ଭ କରିଦେଲା । ତାପରେ ସ୍ତ୍ରୀ ଜୀବନରେ ନୂଆଁ ବ୍ୟକ୍ତିର ଏଣ୍ଟ୍ରି ମଧ୍ୟ ହେଲା ।

ଏହାର କିଛି ଦିନ ପରେ ମହିଳାଙ୍କ ପୂର୍ବ ସ୍ୱାମୀର ମୃତ୍ୟୁ ହୋଇଗଲା । ମହିଳା ନିଜ ଜୀବନର ଏହି କୌତୁହଳପୂର୍ଣ୍ଣ କଥାକୁ ଗୋଟିଏ ପୁସ୍ତକରେ ଲେଖିଛନ୍ତି । ତାଙ୍କ ପୁସ୍ତକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପୁସ୍ତକର କାହାଣୀ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

Leave A Reply

Your email address will not be published.