” ଏ ଅର୍ଚ୍ଚନା ତତେ ମନା କରିଥିଲି ନା, କୋର୍ଟ ବାହାରେ କିଛି ନ କହିବାକୁ ? କାହିଁକି ମୁହଁ ଖୋଲିଲୁ ? ସରି ସାର୍, ହେଲେ ମିଡ଼ିଆ ମୋ ଇଜ୍ଜତ ନିଲାମ କରି ସାରିଲାଣି । ମୋ ନାଁରେ ଲୋକଙ୍କ ସାମ୍ନାରେ ଅନେକ ପ୍ରମାଣ ରଖି ସାରିଲାଣି । ମୋ ଅତୀତ, ମୋ ପରିବାରର ସବୁ ପୁରୁଣା କଥା ଗପୁଛି । ଏତେ କଷ୍ଟରେ ଗୋଟେ ପବ୍ଲିକ ଇମେଜ ବନେଇଥିଲି, ତାକୁ ମିଡ଼ିଆ ନଷ୍ଟ କରିଦେବ । ଏ ଚୁପ୍ କର ତୋର ଏ କାନ୍ଦ, ତୋଠାରୁ ଅଧିକ ଟେନସନରେ ତ ଆମେ ଅଛୁ । ଯାହା ଯାହାର ତୁ ଭିଡିଓ କରିଥିଲୁ, ସେଥିପାଇଁ ଏବେ ଆମ ମୁଣ୍ଡରେ ସବୁ ଖଣ୍ଡା ଝୁଲୁଛି । ଯଦି ମିଡ଼ିଆ ହାତରେ ଭୁଲରେ ବି କିଛି ପ୍ରମାଣ ଲାଗିଯାଏ ନା, ସବୁକିଛି ବର୍ବାଦ ହେଇଯିବ । ତୋ ଇଜ୍ଜତ ତ ଯାଇଛି, ଆମ ମୁଣ୍ଡ ବି ଗଡିବ ।”
” ସାର୍, ମିଡ଼ିଆ ଆଉ କିଛି ବି ପ୍ରମାଣ ପାଇବନି, ସବୁ ପ୍ରମାଣ ଆମେ ନଷ୍ଟ କରିଦେଇଛୁ । ସବୁ ଭିଡିଓ ଡିଲିଟ ହେଇଯାଇଛି, ମତେ ବିଶ୍ୱାସ କରନ୍ତୁ । ଏ ଚୁପ୍, ମତେ ତୁ କଣ ତୋର ଶିକାର ଭାବିଲୁ କି, ତୁମ ସ୍ବାମୀ ସ୍ତ୍ରୀକୁ ମୁଁ ଭଲଭାବେ ଜାଣିଛି । ତମେ ନିଶ୍ଚିତ ନିଜକୁ ବଞ୍ଚାଇବା ପାଇଁ କୋଉଠି ପ୍ରମାଣ ଲୁଚାଇ ରଖିଥିବ । ଆଉ ସେ ସବୁ ଭିଡିଓର ଡୁପ୍ଲିକେଟ ମଧ୍ୟ ରଖିଥିବ । ଯେଉଁ ପର୍ଯ୍ୟନ୍ତ ମୁଁ ନିଜେ ଆସ୍ଵସ୍ଥ ହୋଇନି, ସେ ପର୍ଯ୍ୟନ୍ତ ତୁ ମୁହଁ ବନ୍ଦ୍ ରଖ ଅର୍ଚ୍ଚନା । ଏବେ ତ ଇଡି ମଧ୍ୟ ସେ କେସରେ ମୁଣ୍ଡ ପୁରେଇବ । ସେ ଟଙ୍କା ସବୁ ତୁମେ କୋଉଠି ଏପଟ ସେପଟ କରିଛ ତାକୁ ମଧ୍ୟ ଖୋଜିବ । ଆଉ ଏହା ଭିତରେ ଯଦି କାହା ନାଁ ଆସିଯାଏ ତାହେଲେ ମିଡ଼ିଆ ତୋର କେବେ ବି ପିଛା ଛାଡ଼ିବନି ।”
“ହଉ ସାର୍, ଚୁପ୍ ରହିବି । ହେଲେ ମନେ ରଖନ୍ତୁ ସାର୍, ମିଡ଼ିଆ ମତେ ଭୁଲ ମାଗିବା ଦରକାର୍ । ମିଡ଼ିଆ ମୋ ଇଜ୍ଜତ ଯେତେ ନିଲାମ କରିଛି, ସେଥିପାଇଁ ସେ ମତେ ଯେମିତି ଭୁଲ ମାଗୁ, ନହେଲେ ମୁଁ କାହାକୁ ବି ଛାଡିବିନି । ଏ ଅର୍ଚ୍ଚନା ତୁ ଆଗ ତୋ ସ୍ବାମୀ ଆଉ ନିଜକୁ କେମିତି ବଞ୍ଚାଇବୁ ଭାବ । ମିଡ଼ିଆ ଭୁଲ ମାଗିବ କି ନାଇ ସେଇଟା ପର କଥା । ମାମଲା ଥରେ ଥଣ୍ଡା ହେଇଗଲେ ସବୁ ସେଟ୍ ହେଇଯିବ । କିଛି ସମୟ ସେମିତି ଜେଲ ଭିତରେ ରହ, ଆଉ ଥରେ ବେଲ୍ ମିଳିଗଲେ ସବୁ ରାସ୍ତା କ୍ଲିୟର ହେଇଯିବ । ଲୋକମାନେ ତତେ ବି ଅଧିକ ସମୟ ମନେ ରଖିବେନି । ଇଣ୍ଡିଆ କ୍ରିକେଟ ମ୍ୟାଚ୍ ଜିତିଲେ ତତେ ଆଉ କେହି ମନେ ରଖିବେନି । ହଉ ସାର୍, ହେଲେ ଆମକୁ ଜଲଦି ବାହାରକୁ ବାହାର କରିବାକୁ ବ୍ୟବସ୍ଥା କରନ୍ତୁ, ଏଠି ଜମାରୁ ଭଲ ଲାଗୁନି ସାର୍ ।”
ଅର୍ଚ୍ଚନାର ସବୁ ଅଶ୍ଳୀଳ ଫଟୋ, ନେତାଙ୍କ ସହ ଥିବା ଅଶ୍ଳୀଳ ଫଟୋ, ବାରବାଟି ଷ୍ଟାଡିୟମରେ ନେତା ମନ୍ତ୍ରୀଙ୍କ ସହ ମ୍ୟାଚ୍ ଦେଖୁଥିବାର ଫୋଟୋ ଏବଂ ଅନେକ କିଛି କଲ୍ ଗାର୍ଲ୍ ମାନଙ୍କ ଫଟୋ ସବୁକିଛି ତ ପୋଲିସ ପାଖରେ ଅଛି । କିନ୍ତୁ ଅର୍ଚ୍ଚନା ଏତେ ନିର୍ଭୟରେ ଗଣମାଧ୍ୟମକୁ ପ୍ରମାଣ ମାଗୁଛି । ତେବେ କେବଳ ଗୋଟିଏ କଥା ଦେଖିବାକୁ ବାକି ରହିଲା ଯେ ପୋଲିସ ଏହି ପ୍ରମାଣ ଗଣମାଧ୍ୟମକୁ ଦଉଛି ନା କୋର୍ଟ ସମ୍ମୁଖରେ ରଖୁଛି ନା ଅର୍ଚ୍ଚନା ଏସବୁ କୁଆଡେ ଗାଏବ କରିଦେଇ ପୁଣି ଗଣମାଧ୍ୟମକୁ ପ୍ରଶ୍ନ କରୁଛି ଯେ ଯଦି ମୋ ଇଜ୍ଜତ ନାଇ, ଯଦି ସତରେ ମୁଁ ଅନ୍ୟମାନଙ୍କୁ ବ୍ଲାକମେଲ କରୁଥିବି ତାହେଲେ ମତେ ପ୍ରମାଣ ଦେଖାଅ ।