T20 ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନିଅନ୍ତୁ କୋହଲି,ଏହା ଚାହୁଁଛନ୍ତି ପାକିସ୍ତାନ ର ପୂର୍ବତନ ଦ୍ରୁତ ବୋଲର୍ ଶୋଏବ୍ ଅଖତର୍।ଏମିତି କ’ଣ ପାଇଁ ଚାହୁଁଛନ୍ତି ସେ ଆସନ୍ତୁ ଜାଣିବା
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ୍ ଅଖତର୍ ଚାହୁଁଛନ୍ତି ଯେ ବିରାଟ କୋହଲି T20 ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନିଅନ୍ତୁ।ଏହାର କାରଣ ରେ ସେ କହିଛନ୍ତି ଯେ ବିରାଟ ନିଜର ପୂରା ଶକ୍ତି କୁ ସବୁଠାରୁ ଛୋଟ ଫର୍ମାଟରେ ଲଗାଇବା ଉଚିତ୍ ନୁହେଁ ।ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ଜଣାଶୁଣା ଶୋଏବ୍ ଅଖତର୍ ରବିବାର ଦିନ ବିରାଟ କୋହଲିଙ୍କୁ T20 ବିଶ୍ୱକପ ମ୍ୟାଚରେ ପାକିସ୍ତାନ ବିପକ୍ଷ ଅପରାଜିତ ୮୨ ପାଇଁ ପ୍ରଶଂସା କରିଛନ୍ତି, ଯାହା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଭାରତ ଏହି ରୋମାଞ୍ଚକର ମ୍ୟାଚ୍ ରେ ଚାରି ୱିକେଟ ବିଜୟୀ ହୋଇଛି । ଏକ ପ୍ରକାରେ କହିବାକୁ ଗଲେ କୋହଲି ତାଙ୍କ ଧୂଆଁ ଧାର ବ୍ୟାଟିଂ ଦ୍ୱାରା ପାକିସ୍ତାନର ବୋଲର୍ ମାନଙ୍କର ହୋସ୍ ଉଡ଼ାଇ ଦେଇଥିଲେ।
ଶୋଏବ୍ ଅଖତର୍ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, “ମୁଁ ଭାବୁଛି ସେ ପାକିସ୍ତାନ ବିପକ୍ଷରେ ତାଙ୍କ ଜୀବନର ସବୁଠାରୁ ବଡ ଇନିଂସ ଖେଳିଛନ୍ତି । ସେ ଏହିପରି ଖେଳିଥିଲେ, କାରଣ ତାଙ୍କର ଆତ୍ମବିଶ୍ୱାସ ଥିଲା ଯେ ସେ ଏହା କରି ପାରିବେ । ସେ ଏକ ଧମାକା ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୁଁ ଚାହୁଁଛି ଯେ T20 ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନିଅନ୍ତୁ କାରଣ ମୁଁ ଚାହୁଁ ନାହିଁ ଯେ ସେ ତାଙ୍କର ସମସ୍ତ ଶକ୍ତି T20 ଆନ୍ତର୍ଜାତୀୟ କ୍ରିକେଟ୍ ରେ ଲଗାନ୍ତୁ ।
“ସେ କହିଛନ୍ତି ଯେ ଆଜି ପରି ସମାନ ଆତ୍ମବିଶ୍ବାସ ସହିତ ସେ ODI କ୍ରିକେଟ୍ ରେ ତ୍ରି-ଶତକ ହାସଲ କରିପାରିବେ । ଟୁର୍ଣ୍ଣାମେଣ୍ଟର ସବୁଠୁ ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ଦଳ ର ହାରିବା ପରିସ୍ଥିତି ଆସିଯାଇଥିଲା, କିନ୍ତୁ କୋହଲି ଏକାକୀ ଭାରତର ଜିତିବାଟା ସ୍ଥିର କରିଥିଲେ । ଅଖତର୍ ସେହି ସମୟକୁ ମଧ୍ୟ ମନେ ପକାଇଲେ ଯେତେବେଳେ ବିରାଟ କୋହଲିଙ୍କ ଖରାପ ବ୍ୟାଟିଂ ଫର୍ମକୁ ନେଇ ଦୀର୍ଘ ଦିନ ଧରି ସମସ୍ତେ ତାଙ୍କୁ ସମାଲୋଚନା କରୁଥିଲେ।