ଆଜିର ଏଇ ଜଞ୍ଜାଳମୟ ଦୁନିଆ ରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଛି।କିଛି ଘଟଣା ଲୋକ ଲୋଚନ କୁ ଆସୁଛି ତ କିଛି ଘଟଣା ସେମିତି ରହିଯାଉଛି।କେବେ ଭଲ ଖବର ଆସୁଛି ତ କେବେ ଖରାପ ଖବର। ଆଜି ର ଦିନ ରେ ପ୍ରତିଦିନ ଆମେ ଯୌତୁକ ନିର୍ଯାତନା ରେ ନିର୍ଯାତିତ ହେଉଥିବା ଖବର ପାଉଛୁ।କେତେକ ଘଟଣା ରେ ତ ନିର୍ଯାତନା ରେ ବୋହୁ ର ଜୀବନ ମଧ୍ୟ ଚାଲିଯାଉଛି।ଏମିତି କିଛି ଘଟଣା ଘଟିଛି ରାଜଧାନୀ ଭୁବନଶ୍ବର ରେ,ଯେଉଁଠି ଜଣେ ନବବଧୂ ଶାଶୁ ଘରେ ଯୌତୁକ ନିର୍ଯାତନା ସହି ନ ପାରି ନିଜ ଜୀବନ ହାରିଦେଇଛି।
ନୂଆଗାଁ ଗୋବିନ୍ଦପୁର ର ଝିଅ ହେଉଛି ସୁଶ୍ରୀ ଯିଏ କି ଦେଢ଼ ବର୍ଷ ତଳେ କଟକ ନିଆଳି ଅଞ୍ଚଳ ର ସାବିତ୍ରୀ ନାୟକଙ୍କ ପୁଅ ପ୍ରବୀଣ କୁ ବାହା ହୋଇଥିଲେ।ପ୍ରବୀଣ ବାଙ୍ଗାଲୋର ରେ ଏକ ସଫ୍ଟୱେର୍ କମ୍ପାନୀ ରେ କାମ କରୁଥିଲେ ଏବଂ ପରେ ୨୦୨୦ କୋରୋନା ଯୋଗୁଁ ସେ ଭୁବେଶ୍ଵର ପଳେଇ ଆସିଥିଲେ ଓଏକ ହୋଲସେଲର୍ ଗୋଦାମ ରେ କାମ କରୁଛନ୍ତି।ସୁଶ୍ରୀ ଖଣ୍ଡଗିରି ରେ ଏକ ଘରୋଇ ହସ୍ପିଟାଲ ରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ।ସୁଶ୍ରୀ କଳିଙ୍ଗ ବିହାର ରେ ସ୍ବାମୀ,ଶାଶୁ,ଶ୍ୱଶୁର,ନଣନ୍ଦଙ୍କ ସହ ଭଡ଼ା ଘରେ ରହୁଥିଲେ।
ତେବେ ଶାଶୁ ସାବିତ୍ରୀଙ୍କ କହିବା ଅନୁଯାୟୀ ପହର ଦିନ ୧୦ଟା ରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ କିଛି କଥା କୁ ନେଇ ଝଗଡ଼ା ହୋଇଥିଲା ଓ ସୁଶ୍ରୀ ନିଜ ରୁମ୍ କୁ ଯାଇ ଭିତର ପଟୁ କବାଟ ମାରିଦେଇଥିଲେ।ଘର ଲୋକ ଯେତେ ଡାକିଲେ ବି ସେ କବାଟ ଖୋଲୁନଥିଲେ ଓ ଶେଷରେ ସେମାନେ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଶ୍ୱଶୁରଙ୍କ କହିବା କଥା କାଳେ ସୁଶ୍ରୀ ବଞ୍ଚିଥିବ ସେହି ପାଇଁ ସେ ସୁଶ୍ରୀ ଙ୍କୁ ନେଇ ହସ୍ପିଟାଲ କୁ ଯାଇଥିଲେ,ହେଲେ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲା।
କିନ୍ତୁ ଆଜି ପୋଲିସ୍ ସାବିତ୍ରୀଙ୍କ ବିରୋଧ ରେ ସୁଶ୍ରୀ ଙ୍କୁ ଅଧିକ ଯୌତୁକ ନିର୍ଯାତନା ଦେଉଥିବା ର ପ୍ରମାଣ ପାଇ ତାଙ୍କୁ ଗିରଫ କରିଛି।କାଲି ଗଣମାଧ୍ୟମ ଆଗରେ ଫୁଟାଣି ମାରୁଥିବା ସ୍ବାମୀ ଓ ଶ୍ବଶୁର ଦୁହେଁ ଫେରାର୍ ଅଛନ୍ତି।ସୁଶ୍ରୀ ଙ୍କ ଶାଶୁ କୁ ପୋଲିସ୍ ଗିରଫ କରିଛି ଓ ସ୍ବାମୀ , ଶ୍ଵଶୁର କୁ ଖୋଜୁଛି। ସୁଶ୍ରୀ ଙ୍କ ବାପଘର ଲୋକ ଏହାକୁ ହତ୍ୟା ବୋଲି ଦାବି କରିଛନ୍ତି।ତେବେ ଦେଖିବା ପାଇଁ ବାକି ରହିଲା ଯେ,ଘଟଣା ଟି ଆଗକୁ କେଉଁ ମୋଡ଼ ନେଉଛି।