ବିବାହିତ, ବୈବାହିକ ଜୀବନ ସହ ଜଡ଼ିତ ଏପରି ଅନେକ ମାମଲା ଆମକୁ ଶୁଣିବାକୁ, ଦେଖିବାକୁ ଏବଂ ପଢିବାକୁ ମିଳିଥାଏ, ଯାହା ଆମର ହୋସ ଉଡାଇଦିଏ । ବର୍ତ୍ତମାନ ଗୋଟିଏ ମାମଲା ମଧ୍ୟପ୍ରଦେଶର ଗ୍ବାଲିୟର ଜିଲ୍ଲାରୁ ସାମ୍ନାକୁ ଆସିଛି । ଯେଉଁଠାରେ ଏକ ସ୍ଵାମୀ ସ୍ତ୍ରୀଙ୍କର ଝଗଡା ହୋଇଗଲା ଏବଂ ଝଗଡା ପରେ ମହିଳାଙ୍କ ଭେଣେଇ ଆଶ୍ଵାସନା ଦେବାକୁ ଆସିଲା ଏବଂ ତାପରେ ଯାହା ହେଲା, ତାକୁ ଶୁଣିଲେ ଆପଣଙ୍କର ହୋସ ଉଡ଼ିଯିବ ।
ଗ୍ବାଲିୟରରେ ଜଣେ ଭେଣେଇ ନିଜ ଶାଳୀ ପାଇଁ ଗୋଟେ କାଳ ଠାରୁ ମଧ୍ୟ କମ୍ ବାହାରିଲା ନାହିଁ । ଶାଳୀର ଦୁର୍ବଳତାର ଫାଇଦା ଉଠାଇ ସେ ତା ସହ ଦୁଷ୍କର୍ମ କଲା । କେବଳ ଏତିକି ନୁହେଁ, ଭେଣେଇ ପ୍ରଥମେ ଶାଳୀର ଦୁର୍ବଳତାର ଫାଇଦା ତ ଉଠାଇଲା, ଏହାପରେ ସେ ଆହୁରି ନିଚ୍ଚ ବୁଦ୍ଧି ଦେଖାଇ ନିଜ ସାଙ୍ଗମାନଙ୍କୁ ମଧ୍ୟ ଏହି ଘୃଣ୍ୟ କାମରେ ସାମିଲ କଲା ।
କୁହାଯାଉଛି ଯେ ଗ୍ବାଲିୟରର ହଜାରୀ ଥାନା ଅଞ୍ଚଳର ବାସିନ୍ଦା ମହିଳାଙ୍କର ନିକଟରେ ନିଜ ସ୍ବାମୀ ସହ ଝଗଡ଼ା ହୋଇଯାଇଥିଲା । ମହିଳା ନିଜ ସ୍ବାମୀ ସହ ଝଗଡା ହେବାରୁ ଘର ଛାଡ଼ି ଦେଇଥିଲେ । ଏହାଦ୍ବାରା ସ୍ବାମୀ ଚିନ୍ତିତ ହୋଇଯାଇଥିଲା ଏବଂ ସ୍ତ୍ରୀକୁ ଖୋଜୁଥିଲା । ଶେଷରେ ସେ ଥକି ଯାଇ ଥାନାରେ ପହଞ୍ଚିଲା ଏବଂ ସ୍ତ୍ରୀ ନିଖୋଜ ହେବାର ଅଭିଯୋଗ କଲା ।
ପୋଲିସ ମହିଳାଙ୍କୁ ଖୋଜିବାକୁ ଲାଗିଲା ଏବଂ ମହିଳାଙ୍କୁ ପାଇବାପରେ ନାରୀ ନିକେତନ ପଠାଇଦେଲା । ସେଠାରେ ମହିଳା ତିନିଦିନ ପର୍ଯ୍ୟନ୍ତ ରହିଲେ । ଏହାମଧ୍ୟରେ ମହିଳାଙ୍କ ଭେଣେଇକୁ ତାଙ୍କର ଏବଂ ତାଙ୍କ ସ୍ବାମୀଙ୍କ ଝଗଡା ବିଷୟରେ ଜଣାପଡ଼ିଲା, ତେଣୁ ସେ ନିଜ ଶାଳୀକୁ ନିଜ ସହ ନେଇଆସିଲା ।
କୁହାଯାଉଛି ଯେ ମହିଳାଙ୍କ ଭେଣେଇ ତଥା ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜୁ ମହନ୍ତ ମଧ୍ୟପ୍ରଦେଶର ଦତୀୟାର ବାସିନ୍ଦା ଅଟନ୍ତି । ସେ ଶାଳୀର ଦୁର୍ବଳତାର ଫାଇଦା ଉଠାଇଲା ଏବଂ ତାକୁ ଆଶ୍ଵାସନା ଦେଇ ନିଜ ସହ ନେଇଆସିଲା । ସେ ଏହା ମଧ୍ୟ କହିଲା ଯେ ସେ ତାର ସ୍ୱାମୀକୁ ବୁଝାଇଦେବ ଏବଂ ସବୁକିଛି ଠିକ୍ ହେଇଯିବ, କିନ୍ତୁ ଭେଣେଇ ତାଙ୍କୁ ନିଜ ଘରକୁ ନ ନେଇ ସିଧା ହୋଟେଲକୁ ନେଇଗଲା ।
ପ୍ରଥମେ ନିଜେ ଦୁଷ୍କର୍ମ କଲା, ତାପରେ ଚାରିଜଣ ସାଙ୍ଗକୁ ଡକାଇ ଦୁଷ୍କର୍ମ କରାଇଲା :-
ଭେଣେଇ ରାଜୁ ଦତୀୟାରେ ନିଜର ଥିବା ଘରକୁ ନ ନେଇଯାଇ ହୋଟେଲକୁ ନେଇଗଲା ଏବଂ ତା ସହ ଦୁଷ୍କର୍ମ କଲା । ଶାଳୀ ନିଜ ଭେଣେଇ ଠାରୁ ସାହାଯ୍ୟ ଆଶା କରିଥିଲା, କିନ୍ତୁ ସେ ତ ତାର ଇଜ୍ଜତ ଲୁଟିନେଲା । ଭେଣେଇ ଏହାପରେ ଆହୁରି ସୀମା ଟପିଗଲା । ସେ ନିଜ ସାଙ୍ଗମାନଙ୍କୁ ଫୋନ୍ କଲା ଏବଂ ଚାରିଜଣ ସାଙ୍ଗକୁ ଡକାଇଲା । ଏହି ଚାରିଜଣ ମଧ୍ୟ ତା ଶାଳୀ ସହ ଦୁଷ୍କର୍ମ କଲେ । ଅନ୍ୟ ଅଭିଯୁକ୍ତଙ୍କ ନାମ ହେଉଛି ଅବଢେସ ଶର୍ମା, ଉମେଶ, ବିନୋଦ ଏବଂ ସୁରେଶ । ଏ ସମସ୍ତେ ମିଶି ମହିଳାଙ୍କ ହାତ ଗୋଡ ବାନ୍ଧି ଗ୍ୟାଙ୍ଗ ରେପ୍ କଲେ ।