ପେଟ୍ରୋଲ୍ ପମ୍ପ୍ ରେ ଠକାମୀ ର ଶିକାର ହେବାରୁ ବଞ୍ଚିବାକୁ ଚାହୁଁଥିଲେ ଜାଣି ରଖନ୍ତୁ ନିମ୍ନଲିଖିତ କେତେଗୁଡ଼ିଏ ନିୟମ।

0

Get real time updates directly on you device, subscribe now.

ଆଜି କାଲି ଦୁନିଆ ରେ ବହୁ ଲୋକ ବିଭିନ୍ନ ପ୍ରକାର ଠକାମୀ ର ଶିକାର ହେଉଛନ୍ତି।ପ୍ରତିଦିନ ଆମ୍ଭେ ମାନେ ସୋସିଆଲ ମିଡିଆ ଓ ନ୍ୟୁଜ୍ ମାଧ୍ୟମ ରେ ବିଭିନ୍ନ ପ୍ରକାର ଠକାମୀ ହେଉଥିବାର ଖବର ପାଉଛୁ।ଆଜି ର ଦିନ ରେ ଆମ୍ଭ ମାନଙ୍କୁ ଏହି ଠକାମୀ ଗୁଡ଼ିକ ରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ।ତେବେ ପ୍ରକାର ପ୍ରକାର ଠକାମୀ ଗୁଡ଼ିକ ମଧ୍ୟ ରୁ ପେଟ୍ରୋଲ୍ ପମ୍ପ୍ ରେ ହେଉଥିବା ଠକାମୀ ଅନ୍ୟତମ।ଆଜି ର ଦିନ ରେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଗଲାଣି।ସବୁଠି ପେଟ୍ରୋଲ ଲିଟର ୧୦୦ ଉପରେ ଥିବା ବେଳେ ମହଙ୍ଗା ଦର ସମସ୍ତଙ୍କ ନିଦ ହଜାଇ ଦେଇଛି।ତେବେ ଦର ଆକାଶ ଛୁଆଁ ଥିବା ବେଳେ ପ୍ରତିଦିନ ଗ୍ରାହକ ଠକାମୀ ର ଶିକାର ହେଉଥିବା ର ଖବର ମିଳୁଛି।ପେଟ୍ରୋଲ୍ ର ଗୁଣବତ୍ତା କୁ ନେଇ ସବୁ ବେଳେ ପ୍ରଶ୍ନ ଉଠେ।କିଏ କୁହେ ତାକୁ ପେଟ୍ରୋଲ୍ କମ୍ ମିଳିଛି ତ କିଏ କୁହେ ଯେ ପେଟ୍ରୋଲ୍ ରେ ପାଣି ମିଶିଛି ବୋଲି।

ତେବେ ପେଟ୍ରୋଲ୍ ପମ୍ପ୍ ରେ ଗ୍ରାହକ ମାନଙ୍କର ରହିଛି କିଛି ସ୍ଵତନ୍ତ୍ର ଅଧିକାର।ଯାହା ଜାଣିଲେ ଆପଣ ଠକେଇ ର ଶିକାର ହେବେ ନାହିଁ।ସେହି ଅଧିକାର ଗୁଡ଼ିକ ହେଉଛି

୧.ପେଟ୍ରୋଲ୍ ପମ୍ପ୍ ରେ ପେଟ୍ରୋଲ୍ ଓ ଡିଜେଲ୍ ର ଗୁଣବତ୍ତା ଯାଞ୍ଚ କରିବା ଆପଣଙ୍କ ଅଧିକାର।ଆପଣ ପେଟ୍ରୋଲ୍ ପକାଇବା ସମୟ ରେ ଗୁଣବତ୍ତା ଯାଞ୍ଚ କରିବା ପାଇଁ ସେଠି ଥିବା କର୍ମଚାରୀଙ୍କୁ ଫିଲଟର୍ ମାଗି ପାରିବେ।

୨.ଆପଣଙ୍କୁ ସଠିକ୍ ପରିମାଣ ରେ ପେଟ୍ରୋଲ୍ ମିଳିଛି ନ ନାହିଁ ତାହା ମଧ୍ୟ ଆପଣ ଜାଣି ପାରିବେ।ତେବେ ପେଟ୍ରୋଲ୍ ର ପରିମାଣ ଜାଣିବା ପାଇଁ ସେଠାରେ ଗୋଟିଏ ୫ଲିଟର ଜାର୍ ରହିଛି,ଯେଉଁଥିରେ ଆପଣ ମାପି ପାରିବେ

୩.ପେଟ୍ରୋଲ୍ ପମ୍ପ୍ ରେ ପେଟ୍ରୋଲ୍ ଓ ଡିଜେଲ୍ ପକାଇବା ପରେ କର୍ମଚାରୀଙ୍କୁ ବିଲ୍ ମାଗୁଛନ୍ତି ,ତେବେ ସେମାନେ ଆପଣଙ୍କୁ ମନା କରିପାରିବେ ନାହିଁ,କାରଣ ଏହା ଆପଣଙ୍କ ଅଧିକାର ଅଟେ।

୪.ପେଟ୍ରୋଲ୍ ଓ ଡିଜେଲ୍ ର ଡେନସିଟି ବାବଦ ରେ ଜାଣିବା ଆପଣଙ୍କ ଅଧିକାର ଅଟେ।ଅଧିକାଂଶ ପେଟ୍ରୋଲ୍ ପମ୍ପ୍ ର ଭେଣ୍ଡିଂ ମେସିନ୍ ରେ ଏହା ଲେଖା ହୋଇଥାଏ।

୫.ପେଟ୍ରୋଲ୍ ପମ୍ପ ରେ ପେଟ୍ରୋଲ୍ ପକାଇବା ପରେ ଆପଣ ମାଗଣା ରେ ଗାଡ଼ି ରେ ପ୍ରେସର୍ ଦେଇପାରିବେ।

ତେବେ ପେଟ୍ରୋଲ୍ କି ଡିଜେଲ୍ ପକାଇବା ସମୟ ରେ ଆପଣ ମାନେ ନିଜେ ସତର୍କ ରହିବା ଜରୁରୀ।ଯେପରି ପେଟ୍ରୋଲ୍ ପକାଇବା ସମୟ ରେ ମିଟର ଶୂନ ଅଛି ନା ନାହିଁ ଚେକ୍ କରନ୍ତୁ।ଆଉ ସବୁବେଳେ କେତେ ଟଙ୍କା ର ପେଟ୍ରୋଲ୍ ପକାଉଛନ୍ତି ତାହା କୁ ଫିଟ୍ କରିବାକୁ କୁହନ୍ତୁ।ଏମିତି କରିଲେ ଆପଣ ମାନେ ପେଟ୍ରୋଲ୍ ପମ୍ପ୍ ରେ ଠକେଇ ର ଶିକାର ରୁ ବଞ୍ଚିଯିବେ।

Leave A Reply

Your email address will not be published.