ସ୍ବାମୀ ଆମର କଳିଯୁଗର କୃଷ୍ଣ, ସାତଟା ସ୍ତ୍ରୀ ସହ କରୁଛି ରାସଲୀଳା

0

Get real time updates directly on you device, subscribe now.

ଏ ଆଧୁନିକ ଯୁଗର ଅର୍ଥାତ୍ କଳିଯୁଗର ରସିକ ନାଗର ପୁରୁଷ ଏବେ ସାମ୍ନାକୁ ଆସିଛନ୍ତି । ଏହି ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଘଟିଛି । ଏଠାରେ ଜନକ ଦଳାଇଙ୍କର ଜଣେ ସ୍ତ୍ରୀ ଥିବାବେଳେ ସେ ତାଙ୍କୁ ଛଅ ବର୍ଷ ହେବ ଛାଡ଼ିଦେଇ ପାରାଦ୍ଵୀପରେ ଅନ୍ୟ ଜଣେ ସ୍ତ୍ରୀ ସହ ରହୁଥିଲେ । ପ୍ରଥମ ସ୍ତ୍ରୀ ଜାଣିବାପରେ ପାରାଦ୍ଵୀପ ଯାଇ ଦ୍ୱିତୀୟ ସ୍ତ୍ରୀଙ୍କ ସହ ମିଶିବାପରେ ସବୁ ସତ ଏବେ ସାମ୍ନାକୁ ଆସିଛି ।

ଏବେ ପୋଲିସ ଷ୍ଟେସନକୁ ଆସି ସ୍ତ୍ରୀ କହୁଛନ୍ତି, ” ଆମେ ଦୁଇ ମହିଳା ଦୁଇ ସଉତୁଣୀ କହୁଛୁ, ଆମ ସ୍ୱାମୀଟା ହଉଛି ରସିକ ନାଗର । ସେ ଜଣେ କାମୁକ ପୁରୁଷ ଅଟେ । ଆଗରୁ ଆମେ ଭାବିଥିଲୁ ଆମେ କେବଳ ତାର ଦୁଇଜଣ ସ୍ତ୍ରୀ, ଆମେ କେବଳ ଦୁଇ ସଉତୁଣୀ ବୋଲି । କିନ୍ତୁ ନାହିଁ ଆଜ୍ଞା, ଆମର ସବୁ ଭାଵନା ଭୁଲ । ଆମେ ଦୁଇ ନୁହେଁ ବରଂ ସାତ ସଉତୁଣୀ । ଆମ ଦୁଇଜଣଙ୍କ ଛଡ଼ା ଆହୁରି ପାଞ୍ଚ ପାଞ୍ଚଟା ସ୍ତ୍ରୀ ଅଛନ୍ତି । ଏକଥା ଜାଣିବାପରେ ଆମ ପାଦ ତଳୁ ମାଟି ଖସି ଯାଉଛି ଆଉ ଚତୁର୍ଦ୍ଦିଗ ଅନ୍ଧାର ଦେଖାଯାଉଛି । ଏମିତି ଗୋଟେ ଚରିତ୍ରହିନ ପୁରୁଷକୁ ସ୍ବାମୀ ରୂପରେ ପାଇ ଆମ ବିବେକ ମଧ୍ୟ ଆମକୁ ବାଧା ଦେଉଛି । ଏସବୁ ଆଉ ସହି ହଉନି ।”

ତେବେ ଏହି କଳିଯୁଗର କାମୁକ ପୁରୁଷ କୌଣସି ସ୍ତ୍ରୀକୁ ମଧ୍ୟ ଭଲପାଆନ୍ତି ନାହିଁ । କେବଳ ସମସ୍ତଙ୍କ ସହ ସ୍ତ୍ରୀ କରି ସେମାନଙ୍କୁ ଉପଭୋଗ କରନ୍ତି ଏବଂ ସମସ୍ତଙ୍କ ସହ ଶାରୀରିକ ସଂପର୍କ ରଖିବା ହିଁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ । ଏପରି ପ୍ରକୃତି ଛଡ଼ା ସ୍ୱାମୀକୁ ସେମାନେ କେବଳ ଏତିକି କହିବାକୁ ଚାହୁଁଛନ୍ତି ଯେ ସେ ମଣିଷ ନା ପଶୁ । ସେହି ଦୁଇ ମହିଳା ଏବେ ନ୍ୟାୟ ଚାହୁଁଛନ୍ତି ଆଉ କହିଛନ୍ତି ଯେ ସେ ବ୍ୟକ୍ତି ଯେଉଁଠି ବି ଥାନ୍ତୁ, ତାଙ୍କ ପାଖକୁ ଆସି ତାଙ୍କୁ ଗ୍ରହଣ କରନ୍ତୁ । ନଚେତ୍ ତାଙ୍କ ଘର ଦୁଆର ଆଗରେ ସେମାନେ ଧାରଣା ଦେଇ ବସି ରହିବେ ।

ଜନକ ବର୍ତ୍ତମାନ ଫେରାର ହୋଇଯାଇଥିବା ବେଳେ ଦୁଇଜଣ ସ୍ତ୍ରୀ ଏବେ ଜନକଙ୍କ ଘର ଆଗରେ ଧାରଣା ଦେବାକୁ ଧମକ ମଧ୍ୟ ଦେଇଛନ୍ତି । ତେବେ ଏହି ଘଟଣାରେ ଆଗକୁ କଣ୍ ଘଟୁଛି, ତାହା ଏବେ ବାକି ରହିଲା ।

Leave A Reply

Your email address will not be published.