ଦଶମ ଶ୍ରେଣୀ ପାସ୍ ପିଲାଙ୍କ ପାଇଁ ଖୁସି ଖବର,ଭାରତୀୟ ଡାକ ବିଭାଗ ତରଫରୁ ଖାଲି ପଡ଼ିଛି ପଦବୀ

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି।ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି। ସ୍ପୋର୍ଟସ୍‌ କୋଟା ଅଧୀନରେ ଏହିସବୁ ପଦବୀ ପୂରଣ ହେବ।ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି।

*ଖାଲି ପଡ଼ିଥିବା ପଦବୀ:-

ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌/ସର୍ଟିଂ ଆସିଷ୍ଟାଣ୍ଟ୍‌- ୭୧ ପଦବୀ

ପୋଷ୍ଟମ୍ୟାନ୍‌/ମେଲ୍‌ ଗାର୍ଡ- ୫୬ ପଦବୀ

ଏମ୍‌ଟିଏସ୍‌- ୬୧ ପଦବୀ
ସମୁଦାୟ- ୧୮୮ ପଦବୀ

*ଶିକ୍ଷାଗତ ଯୋଗ୍ୟତା:-

ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌/ସର୍ଟିଂ ଆସିଷ୍ଟାଣ୍ଟ୍‌, ପୋଷ୍ଟମ୍ୟାନ୍‌/ମେଲ୍‌ ଗାର୍ଡ ପଦବୀ- ଏଥିପାଇଁ ଆଶାୟୀ ପ୍ରାର୍ଥୀ ଅତି କମ୍‌ରେ ସ୍ୱୀକୃତିପ୍ରାପ୍ତ ବୋର୍ଡ/ ୟୁନିଭର୍ସିଟିରୁ ଦ୍ୱାଦଶ ପାସ୍‌ କରିଥିବା ଜରୁରୀ।ଅତି କମ୍‌ରେ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍‌ କରିଥିବା ଜରୁରୀ।

*ଜରୁରୀ ତାରିଖ:-

ଏଥିପାଇଁ ଅକ୍ଟୋବର ୨୩ରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୨ ହେଉଛି ଆବେଦନର ଶେଷ ତାରିଖ।

*ଦରମା:-

ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌/ସର୍ଟିଂ ଆସିଷ୍ଟାଣ୍ଟ୍‌: ୨୫,୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା- ଲେବଲ୍‌ ୪
ପୋଷ୍ଟମ୍ୟାନ୍‌/ମେଲ୍‌ ଗାର୍ଡ: ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା- ଲେବଲ୍‌ ୩
ଏମ୍‌ଟିଏସ୍‌: ୧୮,୦୦୦ ଟଙ୍କାରୁ ୫୬,୯୦୦ ଟଙ୍କା- ଲେବଲ୍‌ ୧

*ବୟସ ସୀମା:-

ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌/ସର୍ଟିଂ ଆସିଷ୍ଟାଣ୍ଟ୍‌: ୧୮ ବର୍ଷରୁ ୨୭ ବର୍ଷ।
ପୋଷ୍ଟମ୍ୟାନ୍‌/ମେଲ୍‌ ଗାର୍ଡ: ୧୮ ବର୍ଷରୁ ୨୭ ବର୍ଷ
ଏମ୍‌ଟିଏସ୍‌: ୧୮ ବର୍ଷରୁ ୨୫ ବର୍ଷ।

*କେମିତି କରିବେ ଆବେଦନ ?:-

ଆଶାୟୀ ପ୍ରାର୍ଥୀ ଡାକ ବିଭାଗର ୱେବ୍‌ସାଇଟ୍‌- https://dopsportsrecruitment.in କୁ ଯାଇ ଅନ୍‌ଲାଇନ୍‌ରେ ହିଁ କେବଳ ଆବେଦନ କରିପାରିବେ।

Leave A Reply

Your email address will not be published.