ଭାରତୀୟ ଦଳ ପାକିସ୍ତାନକୁ ଧମକାଦାର ଅନ୍ଦାଜରେ ୪ ୱିକେଟ୍ ହରାଇଛି|ଭାରତ ପାଇଁ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା କମାଲ ଖେଳିଲେ|ଦୁଇ ପ୍ଲେୟର ଦମରେ ଦଳକୁ ଜିତେଇଲେ|ପାକିସ୍ତାନ କୁ ହରାଇ ଭାରତୀୟ ଦଳର ସେମିଫାଇନାଲ ରାସ୍ତା ସହଜ ହୋଇଛି|ଏହାପରେ ୩ ଟି ଦଳକୁ ହରାଇ ଭାରତ ସେମିଫାଇନାଲରେ ପହଞ୍ଚିବ|ଚାଲନ୍ତୁ ଜାଣିବା
ଭାରତ ଟି-୨୦ ବିଶ୍ୱକପ ୨୦୨୨ ର ଗ୍ରୁପ ୨ ରେ ଅନ୍ତର୍ଗତ|ଏହି ଗ୍ରୁପରେ ଭାରତ ବ୍ୟତୀତ ପାକିସ୍ତାନ , ବାଂଲାଦେଶ,ସାଉଥ ଆଫ୍ରିକା, ନେଦରଲାଣ୍ଡ ଓ ଜିମ୍ବାୱେ ସାମିଲ ରହିଛି|ଜିମ୍ବାୱେ ଓ ସାଉଥ ଆଫ୍ରିକା ମଧ୍ୟରେ ବର୍ଷା ଯୋଗୁଁ ରଦ୍ଦ ହୋଇଗଲା ଫଳରେ ଦୁଇଦଳ ୧-୧ ପଏଣ୍ଟ ପାଇଲେ|ଏଵେ ଉଭୟ ଦଳକୁ ସେମିଫାଇନାଲରେ ପହଞ୍ଚିବା ପାଇଁ ଭଲ ରନ ରେଟରେ ଜିତିବାକୁ ହେବ|
ଭାରତ ପାକିସ୍ତାନକୁ ଧମାକାଦାର ଅନ୍ଦାଜରେ ହରାଇ ୨ ଅଙ୍କ ହାସଲ କରିଛନ୍ତି ଓ ଗ୍ରୁପରେ ଟପ ରହିଛି|ଏଥିପାଇଁ ସେମିଫାଇନାଲରେ ଜାଗା ବନାଇବା ପାଇଁ ନେଦରଲାଣ୍ଡ, ବାଂଲାଦେଶ ଓ ଜିମ୍ବାୱେ କୁ ହରାଇବାକୁ ହେବ|ଫଳରେ ଭାରତ ୮ ଅଙ୍କ ପାଇବ ଓ ସେମିଫାଇନାଲରେ ପହଞ୍ଚି ପାରିବ|ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧ ଅକ୍ଟୋବର ଖେଳାବ|ବାଂଲାଦେଶ ନେଦରଲାଣ୍ଡ କୁ ହରାଇ ଦୁଇ ପଏଣ୍ଟ ପାଇଛି
ଭାରତ ୨୦୦୭ ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଜିତିଥିଲେ|ସେତେବେଳକୁ ଭାରତ ଏହି ଟ୍ରଫିରୁ ଦୂରରେ ରହିଛି|ଏଥର ଭାରତୀୟ ଦଳ ରୋହିତ ଙ୍କ ନେତୃତ୍ବରେ ବିଶ୍ୱକପ ବିଜେତାର ଦାବିଦାର ରହିଛି|ଭାରତ ପାଖରେ ଏବେ ଏଭଳି ଷ୍ଟାର ପ୍ଲେୟର ରହିଛି ଯେଉଁମାନେ ବିଶ୍ୱକପ ଜିତେଇ ପାରିବେ|