ନୂଆ ପାଟ ଶାଢ଼ୀ ପିନ୍ଧି ପୋଲିସ୍ ହାତ ରେ ଧରା ପଡ଼ିଲା ସ୍ବାମୀ ର ହତ୍ୟାକାରୀ ସ୍ତ୍ରୀ

0

Get real time updates directly on you device, subscribe now.

ଏ ସମ୍ପୂର୍ଣ୍ଣ ଦୁନିଆ ହେଉଛି ଭଗବାନଙ୍କର।ତରୁ,ଲତା,ଜୀବଜନ୍ତୁ ସମସ୍ତେ ହେଉଛନ୍ତି ଭଗବାନଙ୍କର ସୃଷ୍ଟି।ମଣିଷ ହେଉଛି ଭଗବାନଙ୍କର ଶ୍ରେଷ୍ଠ ସୃଷ୍ଟି।ମଣିଷ କୁ ନେଇ ସମାଜ ଗଠିତ।ସମାଜ ରେ ବିଭିନ୍ନ ପ୍ରକାର ପରିବାର ବାସ କରନ୍ତି।ଦୁନିଆ ରେ ଅନେକ ପ୍ରକାର ଘଟଣା ଘଟେ।କିନ୍ତୁ ଏବେ ବର୍ତ୍ତମାନ ସମୟ ରେ ଜଣେ ପରିବାର ସଦସ୍ୟ ଅନ୍ୟ ଜଣଙ୍କର ହତ୍ୟା କରିଦେଉଛି,ଯାହା ଅତ୍ୟନ୍ତ ଦୁଃଖ ର କଥା।

ଏମିତି ଏକ ଘଟଣା ଘଟିଛି ଯେଉଁଠି ଜଣେ ସ୍ତ୍ରୀ ତା’ର ସ୍ବାମୀ ର ହତ୍ୟା କରି ଫେରାର୍ ହୋଇଯାଇଛି ଓ ପରେ ପୋଲିସ୍ ହାତରେ ଧରାପଡ଼ିଛି।ଏହି ଅଭାବନୀୟ ଘଟଣା ଟି ଘଟିଛି ବଲାଙ୍ଗୀର ଜିଲ୍ଲାର ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗ୍ରାମ ରେ,ଯେଉଁଠି ସ୍ବାମୀ ଦିବ୍ୟସିଂହ ଭୋଇ ଶୋଇଥିବା ବେଳେ ସ୍ତ୍ରୀ ଯଶୋଦା ଭୋଇ ଟାଙ୍ଗିଆରେ ଆକ୍ରମଣ କରି ନିଜ ସ୍ବାମୀ ର ହତ୍ୟା କରି ଫେରାର୍ ହୋଇଯାଇଥିଲା।

ପୋଲିସ୍ ଘଟଣା ର ଖବର ପାଇଁ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲା। ସୂଚନା ଥାଉ କି ଯଶୋଦା ଜଣେ ମାନସିକ ରୋଗୀ।ସେ ଏ ନେଇ ଚିକିତ୍ସିତ ହେଉଥିଲା।ତେବେ ଘଟଣା ର ୨ ଦିନ ପରେ ତୁଷୁରା ପୋଲିସ୍ ଫେରାର୍ ଅଭିଯୁକ୍ତ ଯଶୋଦା କୁ ତୁଷୁରା ବୁରେମାଲ୍ ରାସ୍ତା ର ଏକ ଗଛ ମୂଳ ରୁ ଧରିଛି।ଯଶୋଦା ଧରା ପଡ଼ିବା ପରେ ତାକୁ ବଲାଙ୍ଗୀର ର ଭୀମଭୋଇ ମେଡିକାଲ୍ ରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ତେବେ ସେ ମାନସିକ ରୋଗୀ ହୋଇଥିବାରୁ ଏଭଳି କାଣ୍ଡ ଭିଆଇ ଥିବାର ସୂଚନା ମିଳିଛି।ଅଭିଯୁକ୍ତ ଯୋଶୋଦା ସ୍ବାମୀ ର ହତ୍ୟା କରିବାର ଦୁଃଖ କରୁନାହିଁ,ଆହୁରି ପାଟ ଶାଢ଼ୀ ପିନ୍ଧି ପୋଲିସ୍ ହାତ ରେ ଧରା ପଡ଼ିଛି ସେ।ତେବେ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.