ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଅର୍ଥାତ୍ ପବିତ୍ର ଦୀପାବଳୀ ଦିନ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି। ଏହି ସୂର୍ଯ୍ୟ ପରାଗ ଏକ ଆଂଶିକ ଏବଂ ଲମ୍ବା ସୂର୍ଯ୍ୟ ପରାଗ ହେବ। ତେବେ ଏହି ସୂର୍ଯ୍ୟ ପରାଗ ଓଡ଼ିଶା ସମେତ ଦେଶର ସମ୍ପୂର୍ଣ୍ଣ ଭାବେ ଦୃଶ୍ୟମାନ ହେବ। ଏହାଛଡା ସୂର୍ଯ୍ୟ ପରାଗର ପାକ ନିଷେଧ ବା ହାଣ୍ଡିଛାଡର ସମୟ ସୀମା,ସୂର୍ଯ୍ୟ ପରାଗର ଲାଗିବାର ସମୟ ସୀମା ଏବଂ ଏହି ସମୟରେ କଣ ନିଷେଧ କରା ଯାଇଛି ତା ବାବଦରେ ଜାଣିବା।ଏହି ସୂର୍ଯ୍ୟ ପରାଗର ପାକ ନିଷେଧ ବା ହାଣ୍ଡିଛାଡର ସମୟ ସୀମା:-୨୪ ଅକ୍ଟୋବର ସୋମବାର ରାତ୍ରୀ ୯:୨୫ ମିନିଟ୍ ରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨:୩୧ ମିନିଟ୍ ରେ ଶେଷ ହେବା ପାଇଁ ଯାଉଛି।
ସୂର୍ଯ୍ୟ ପରାଗର ଲାଗିବାର ସମୟ ସୀମା:-୨୫ ଅକ୍ଟୋବର ମଙ୍ଗଳବାର ଦିନ ୧୨:୧୧ ମିନିଟ୍ ରେ ଆରମ୍ଭ ହେବ। ସର୍ବାଧିକ ସୂର୍ଯ୍ୟ ପରାଗର ସମୟ ସୀମା ୧: ୨୧ମିନିଟ୍ ରେ। ସର୍ବାଧିକ ଅବଧି ସମୟ ମାତ୍ର ୩୪ ସେକେଣ୍ଡ ରହିଛି। ଏହା ଦିନ ୨:୩୧ ମିନିଟ୍ ରେ ଶେଷ ହେବ। ଏହି ସୂର୍ଯ୍ୟ ପରାଗ ମହାକାଶରେ ପ୍ରାୟ ୨ ଘଣ୍ଟା ୧୯ ମିନିଟ୍ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ।ଏପରି ରେ ଲୋକ ମାନଙ୍କ ମନ ରେ ଭିନ୍ନଭିନ୍ନ ଭୟ ସୃଷ୍ଟି ହୋଇଛି । କାରଣ କୁହାଯାଏ କି ଯେତେବେଳେ ଗୋଟିଏ ମାସ ରେ ଦୁଇଟି ଯାକ ଗ୍ରହଣ ଲାଗେ, ତେବେ ସେହି ସମୟ ଟି ରାଷ୍ଟ୍ର ପାଇଁ ଓ ଦେଶ ପାଇଁ ଖୁବ କ୍ଷତି କାରକ ହୋଇଥାଏ । ମାଳିକା ଅନୁସାରେ ଯେତେବେଳେ ୨୭ ଦିନ ରେ ଗୋଟିଏ ମାସ ପୂର୍ଣ୍ଣ ହେବ ଓ ଗୋଟିଏ ମାସ ମଧ୍ୟରେ ଦୁଇ ଟି ଗ୍ରହଣ ଲାଗିବ ।ସେହି ସମୟ କୁ ଶେଷ ସମୟ ପାଖେଇ ଆସିଛି ବୋଲି ଜାଣି ନେବ । କିନ୍ତୁ ଏ ପର୍ଯ୍ୟନ୍ତ ସେ ସମୟ ଆସି ନାହିଁ ।ମାଳିକା ବିଷୟରେ ବହୁ ଗ୍ରନ୍ଥ ମାନଙ୍କରେ ଲେଖା ଯାଇଛି କିନ୍ତୁ ଭିନ୍ନ ଭିନ୍ନ ଗ୍ରନ୍ଥ ରେ ଅନେକ ମାଳିକା ମାନେ କେତେ କଣ ଲେଖି ଯାଇଛନ୍ତି ।
ଆଦିତ୍ୟ କଳ୍ପ ପୁସ୍ତିକା ରେ ସ୍ପଷ୍ଟ ଭାବରେ ମାଳିକା ବଚନ ରେ ଲେଖା ଯାଇଛି କି ,ଯେଉଁ ସମୟରେ ଏକ ମାସ ମଧ୍ୟରେ ୧୩ ଦିନ କରି ଦୁଇ ପକ୍ଷ ପଡିବ ଓ ତିନୋଟି ଗ୍ରହଣ ଲାଗିବ, ଜାଣିବେ ସେହି ସମୟ ରେ ଦୁନିଆ ର ଶେଷ ସମୟ ଆସିଗଲା ।ବର୍ତ୍ତମାନ ସମୟ ରେ ରେ ଯେଉଁ ସବୁ ଅସୁବିଧା ମାନ ଦେଶ ରେ ହେଉଛି ବା ଦେଖିବାକୁ ମିଳୁଛି, ସେହି ଗୁଡିକ ସବୁ ମଧ୍ୟ ପୂର୍ବରୁ ସ୍ପଷ୍ଟ ଭାବରେ ମାଳିକାରେ ବର୍ଣ୍ଣନା ହୋଇ ରହିଛି । ମାଳିକାର ବଚନ କୁ ବୁଝିବା ବଡ ଜଟିଳ । ଏହାକୁ ବୁଝିବା ସହଜ ନୁହେଁ ।
କାଠିକର ପାଠ କହିଲେ ମଧ୍ୟ ଏହା କିଛି ଭୁଲ ହେବ ନାହିଁ । ତଥାପି ଅନେକ ଜ୍ଞାନୀ ଗୁଣି ମହାତ୍ମା ମାନେ ମଧ୍ୟ ଏହି ସବୁ ଉପରେ ଅନେକ ଯାଞ୍ କରି କିଛି ନିର୍ଦ୍ଧିଷ୍ଟ ତିଥି ବାର ମାନ ମଧ୍ୟ ରଚନା କରି ଯାଇଛନ୍ତି କିନ୍ତୁ, ଯେତେବେଳେ ଶେଷ ସମୟ ଆସିବ ସେତେବେଳେ କୌଣସି ପୂର୍ବ ନିର୍ଦ୍ଧିଷ୍ଟ ତିଥି ବାର ମାନ ମଧ୍ୟ କାମ ଦେବ ନାହିଁ ।ତେବେ ବନ୍ଧୁଗଣ ଆପଣ ମାନେ ଆଗକୁ ଆସୁଥିବା ଏହି ପରାଗ ଓ ଗ୍ରହଣ କୁ ନେଇ ଅଧିକ ଭୟଭୀତ କିଛି ହୁଅନ୍ତୁ ନାହିଁ, ଦେଖାଯାଉ ଆଗକୁ କଣ ହେଉଛି ।
ଯେବେ ଗୋଟିଏ ପକ୍ଷ ଅର୍ଥ ୧୫ ଦିନ ମଧ୍ୟରେ ହିଁ ଗୋଟିଏ ପରାଗ ଆଉ ଗୋଟିଏ ଗ୍ରହଣ ପଡ଼ିଯାଏ ୬୦୦ ବର୍ଷ ପୂର୍ବେ ଗୁରୁ ଅଚ୍ୟୁତାନନ୍ଦ ସ୍ପଷ୍ଟ ଭାବରେ ମାଳିକାରେ ବର୍ଣ୍ଣନା କରିଛନ୍ତି କି ଯଦି ଗୋଟିଏ ପକ୍ଷରେ ଦୁଇଟି ଯାକ ପଡ଼ିଯାଏ ତ ବୁଝିଯିବ ବିନାଶ ନିଶ୍ଚିତ ଏତେ ଅକ୍ଟୋବର ୨୫ ତାରିଖ ୨୦୨୨ ସୂର୍ଯ୍ୟ ପରାଗ ଏବଂ ନଭେମ୍ବର ୮ ତାରିଖ ୨୦୨୨ ଚନ୍ଦ୍ର ଗ୍ରହଣ ଯାହାକି ଗୋଟିଏ ପକ୍ଷରେ ହିଁ ହେବାକୁ ଯାଉଛି।ଅନେକ ଶାସ୍ତ୍ରରେ ଏବଂ ମାଳିକା ଗ୍ରନ୍ଥରେ ମହାପୁରୁଷ ଋଷି ମୁନି ଗଣ କହିଛନ୍ତି କି ଯଦି ଗୋଟିଏ ପକ୍ଷରେ ଦୁଇଟି ଘଟଣା ହୁଏ ତ ତାହା ରାଷ୍ଟ୍ର ଉପରେ ଅର୍ଥାତ୍ ପୁରା ବିଶ୍ଵ ଉପରେ ବଡ ସଙ୍କଟ ଅବଶ୍ୟ ଆଣିଥାଏ ମୁଖ୍ୟ ଭାବେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିନାଶକାରୀ ଯୁଦ୍ଧ ଯଦି ବୈଜ୍ଞାନିକ ଦୃଷ୍ଟିରୁ ଦେଖିବା ତ ସୂର୍ଯ୍ୟ ଏବଂ ଚନ୍ଦ୍ର ପ୍ରଭାବ ସିଧା ସିଧା ପୃଥିବୀ ଏବଂ ମନୁଷ୍ୟ ଉପରେ ପଡ଼ିଥାଏ ଏହି ଦୁଇଟି ଯାକ ପ୍ରଭାବରୁ ସବୁବେଳେ ନକାରାତ୍ମକ ଉର୍ଜ ବିସ୍ତାର ହୋଇଥାଏ |