ପ୍ରସିଦ୍ଧ ୟୁଟ୍ୟୁବର ଅମିତ ଶର୍ମା କାର ଉପରେ ୧ ଲକ୍ଷରୁ ଉର୍ଦ୍ଧ୍ବ ପଟାକା ରଖି ଜଳାଇଛନ୍ତି ଏହାପରେ ସମ୍ପୁର୍ଣ୍ଣ ଘଟଣାର ରେକର୍ଡ କରିଥିଲେ|ଏହି ଭିଡିଓ ୟୁଟ୍ୟୁବରେ ଭାଇରାଲ ହୋଇଥିଲା|
ରାଜସ୍ଥାନର ଅଲୱର ଜିଲ୍ଲାର ଅମିତ ଶର୍ମା ଦିବାଲିର ଠିକ ପୂର୍ବରୁ ଏହି ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲ କ୍ରାଜି ଏକ୍ସୱଇଜେଡ୍ ରେ ଅପଲୋଡ଼ କରିଛନ୍ତି|ଭିଡାଓରେ ଦେଖାଯାଏ ସେ କାର ବାହାରେ ବହୁ ପଟାକା ଲଗାଇଛନ୍ତି|
ପଟାକାକୁ କାର ଉପରେ ଅଠାରେ ଲଗାଗଲା|ଗାଡିରେ ପଟାକା ରଖିଲେ କ’ଣ ହେବ ?ଏହାକୁ ଦେଖିବାକୁ ସେ ଭିଡ଼ିଓ ରେକର୍ଡ କଲେ|ସେ ସାଥୀ ସହ ମିଶି ୫୦୦୦-୧୦୦୦୦ ଫଟାକା ଲଗାଇଲେ|କିନ୍ତୁ ଗାଡି କାଚରେ ଲଗାଇ ନଥିଲେ|
ଏହାପରେ ସେ ବନ୍ଧୁଙ୍କ ସହ ଗାଡି ଚଲାଇ ଥିଲେ|
କାରରେ ନିଆଁ ଲଗାଇବା ପାଇଁ ସେ ରିମୋଟର ବ୍ୟବହାର କରିଥିଲେ|ଏକ ଲକ୍ଷ ଫଟାକା କିପରି ଜଳିଲା ଦେଖିବାକୁ ସେ ଡ୍ରୋନ କ୍ୟାମେରା,ଗୋ ପ୍ରୋ କ୍ୟାମେରା ଆଦି ଲଗାଇଥିଲେ|
ସବୁ ଫଟାକା ଫୁଟିବା ପରେ କାରର କାଚ ଧଳା ଦେଖା ଯାଉଥିଲା|କାରର ବନେଟ ଖୋଲି ଦେଖିବାରୁ ସେଥିରେ ବଡ କ୍ଷୟକ୍ଷତି ହୋଇ ନଥିଲା|କାରୟ ବ୍ୟାଟେରୀ ଠିକ ଥିଲା କିନ୍ତୁ ପେଣ୍ଟରେ ବବଲ ହୋଇଥିଲା|
ସବୁ ଫଟାକା ବାଜିବା ପରେ ସେ ଗାଡି ଚଳାଇବାକୁ ଚେଷ୍ଟା କରିଥିଲେ|ପ୍ରଥମଥର ତ ଗାଡ଼ି ଚାଲିଲା ନାହିଁ କିଛି ସମୟ ପରେ ଚାଲିଲା|ପରେ ପୁଣି ବନ୍ଦ ହୋଇଗଲା|