ଏବେ ମିଳନର ବାର ହେବ ପ୍ରତି ରବିବାର, ବାସ 15 ମିନିଟ…

0

Get real time updates directly on you device, subscribe now.

“ତୁମେ ବ୍ୟସ୍ତ ହୁଅନ୍ତି ଅର୍ଚ୍ଚନା, ମୁଁ ଏବେ ତୁମ ପାଖକୁ ଆସିଯାଇଛି । ମୁଁ ଏବେ ତୁମ ପାଖେ ପାଖେ ରହିବି । ତୁମକୁ ଆଉ ଏକୁଟିଆ ହେବାକୁ ଦେବିନାହିଁ । କାରଣ ଯେଉଁ ଜେଲ ଆମକୁ ଦୂରେଇ ରଖିଛି, ସେଇ ଜେଲ ଆମକୁ ଏକାଠି କରାଇବ । ପ୍ରତି ରବିବାର ଦିନ ଆମେ ଦୁହେଁ ଦୁହିଁଙ୍କୁ ଭେଟିବା । ରବିବାରର ସେଇ 15 ମିନିଟ୍ ଆମ ପାଇଁ ଗୋଲାପି ସମୟ ହେବ । ଆଖିରେ ଆଖି ମିଶାଇ ତୁମେ ମତେ ଦେଖିବ ଆଉ ମୁଁ ତୁମକୁ ଦେଖିବି । ସେହି ଦିନ ମନଭରି କଥା ହେବା । ତୁମେ ମନ ଭିତରେ ସାଇତି ରଖିଥିବା ଭାବନାକୁ ମୋ ଆଗରେ ଅଜାଡ଼ି ଦେବ ।”

ଖବର ଅନୁଯାୟୀ, ଏବେ ସ୍ବାମୀ ଜଗବନ୍ଧୁ ଏବଂ ସ୍ତ୍ରୀ ଅର୍ଚ୍ଚନା ଜେଲରେ ଦେଖା କରିବେ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହର ଗୋଟିଏ ଦିନ ସେମାନେ ପରସ୍ପରକୁ ଦେଖା କରିପାରିବେ । ଏହି ଦିନଟି ହେଉଛି ପ୍ରତି ରବିବାର, ଦୁହେଁ ରବିବାର ଦିନ ଦେଖା ହେବାପାଇଁ ବ୍ୟବସ୍ଥା ରହିଛି, ହେଲେ ସେମାନେ ଏକୁଟିଆ ଦେଖା ହୋଇପାରିବେ ନାହିଁ । ଜେଲର ମହିଳା ୱାଡ଼ର୍ ଏବଂ ପୁରୁଷ ୱାଡ଼ର୍ ଙ୍କ ଉପସ୍ଥିତିରେ ଦେଖା ସାକ୍ଷାତ ହେବ । ସମସ୍ତଙ୍କ ସାମ୍ନାରେ ହିଁ ଦୁହେଁ ଦୁହିଙ୍କ ସହ ଦେଖା ହେବେ ।

ଏବେ ଅର୍ଚ୍ଚନା ମହିଳା ୱାର୍ଡରେ ଥିବାବେଳେ ଜଗବନ୍ଧୁ ପୁରୁଷ ୱାର୍ଡରେ ରହିଛନ୍ତି । ତେବେ ରବିବାର ହିଁ ସେହି ଗୋଟିଏ ଦିନ ହେବ, ଯେଉଁଦିନ ଉଭୟେ ଗୋଟିଏ ସ୍ଥାନରେ ଦେଖା ହେବେ ଏବଂ ମନଭରି କଥା ହେବେ । ତେବେ ପୀଡ଼ିତାଙ୍କୁ ବ୍ଲାକମେଲ ଏବଂ ଶାରୀରିକ ସମ୍ପର୍କ ବାଧ୍ୟ କରୁଥିବା ଅଭିଯୋଗ ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ଆଉ ଏହାପରେ ଗତକାଲି ତାଙ୍କ ସ୍ଵାମୀ ଜଗବନ୍ଧୁ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.