ଦର୍ଶକ ବନ୍ଧୁ ଆମେ ସବୁଦିନ ଘରେ ଚପଲ ପିନ୍ଧୁ|ଦୈନନ୍ଦିନ ବ୍ୟବହାର କରାଯାଏ|ଯଦି ଆପଣ ଚପଲ କିଣିବାକୁ ଯାଉ ତେଵେ ଆପଣଙ୍କ ବଜେଟ ୨୦୦-୧୦୦୦ ଭିତରେ ରହିବ|କାରଣ ଏହି ଚପଲ ପିନ୍ଧି ଆମେ ଘର ଭିତରେ ବୁଲାବୁଲି କରୁ,ଏହାକୁ ପିନ୍ଧି ବାହାରକୁ ଯାଉ ନାହିଁ|ଘର ପିନ୍ଧା ଚପଲ ପାଇଁ ଏତେ ଟଙ୍କା ବିନିଯୋଗ ଆପଣ କେବେବି ଚାହିଁବେ ନାହିଁ|
ସବୁଠାରୁ ମଜା କଥା ଏହାଯେ ଦୈନିକ ବ୍ୟବହାର କରୁଥିବା ଏକ ଚପଲର ଦାମ୍ ୯୦୦୦ ଟଙ୍କା|ଏଭଳି କିଛି ବିଜ୍ଞାପନ ଦିଆଯାଇଛି ଅନଲାଇନ ମାର୍କେଟରେ|ଯେତେବେଳେ ଘରେ ବ୍ୟବହାର କରାଯାଉଥିବା ଏହି ସାଧାରଣ ଜିନିଷ ଯେତେବେଳେ ଚଢା ଦରରେ ବିକ୍ରୀ ହୁଏ ତାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ|କିଛି ବର୍ଷ ତଳେ ଆମେ ଦେଖିଥିଲେ ବାଲଟି,ମଗ ୧୦୦୦ ଟଙ୍କାରେ ବିକ୍ରି ହେଉଛି|ଏହାକୁ ଦେଖି ଲୋକେ ବିଶ୍ୱାସ କରି ପାରୁ ନାହାଁନ୍ତି|
କିନ୍ତୁ ଆନ୍ତର୍ଜାତିକ ବଜାରରେ ଏବେ ବ୍ରାଣ୍ଡେଡ ଜିନିଷ ଚଢା ଦରରେ ବିକ୍ରୀ ହେଉଛି|ଫେସନ ନାଁରେ ସେମାନଙ୍କ ନାଁ ମଧ୍ୟ ଚକିତ କରୁଛି|ଏହି ଫ୍ଲିପ ଫ୍ଲପ ଚପଲକୁ ନେଇ ଆଶ୍ଚର୍ଯ୍ୟ ଭାବେ ଦର ରଖିଛି ୭୮୯୯ ଟଙ୍କା|ଏହି ଦର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି|ଟୁଇଟରରେ ୟୁଜର ଏହାକୁ ଟ୍ରୋଲ କରୁଛନ୍ତି|ଲୋକମାନେ କହିଛନ୍ତି ଏହା ସାଧାରଣ ଚପଲ ଭଳି ଦେଖାଯାଉଛି|ଏହାକୁ ନେଇ ଜଣେ ୟୁଜର କହିଛନ୍ତି ମହଙ୍ଗା ଫ୍ଲିପଫ୍ଲପ ଓ ସାଧାରଣ ଚପଲ ଭିତରେ କିଛି ପାର୍ଥକ୍ୟ ନାହିଁ|